Nitish Setu controversy / ନୀତିଶ ସେତୁରେ ହଙ୍ଗାମା: ୧୦ ଗିରଫ, ୨୦୦ ଜଣଙ୍କ ନାଁରେ ମାମଲା
·8 mins ago·3 min read

Key Points
ବିହାରର ବୈଶାଳୀ ଜିଲ୍ଲାରେ ନୀତିଶ ସେତୁ ଉଦଘାଟନ ପରେ କାର୍ଯ୍ୟକ୍ରମସ୍ଥଳରେ ହଙ୍ଗାମା ଓ ସରକାରୀ ପୋଷ୍ଟର ଚିରିବା ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ୧୧ ଜଣ ନାମିତ ଅଭିଯୁକ୍ତଙ୍କ ସମେତ ୧୫୦ରୁ ୨୦୦ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ସରକାରୀ କାର୍ଯ୍ୟକ୍ରମରେ ଲଗାଯାଇଥିବା ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଙ୍କ ପୋଷ୍ଟର ଫାଡ଼ିବା, କାର୍ଯ୍ୟକ୍ରମ ସ୍ଥଳରେ ହଙ୍ଗାମା କରିବା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରିବା ମାମଲାରେ ବିହାର ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ପୋଲିସ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି। ଏହା ସହିତ ୧୧ ଜଣ ନାମିତ ଅଭିଯୁକ୍ତଙ୍କ ସମେତ ପ୍ରାୟ ୧୫୦-୨୦୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ନିକଟରେ ବିହାରର ବୈଶାଳୀ ଜିଲ୍ଲାରେ ଉଦଘାଟିତ ହୋଇଥିଲା ବହୁ ପ୍ରତୀକ୍ଷିତ ନୀତିଶ ସେତୁ। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର (୨୧ ନଭେମ୍ବର) ଉଦଘାଚନ କରିଥିଲେ। ପୋଲିସ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ପ୍ରାୟ ୧୫୦-୨୦୦ ଲୋକ କାର୍ଯ୍ୟକ୍ରମସ୍ଥଳରେ ବେଆଇନ ଭାବରେ ଏକତ୍ରୀତ ହୋଇ ସେଠାରେ ହଙ୍ଗାମା କରିଥିବାର ଅଭିଯୋଗ ହୋଇଥିଲା। ଏହା ସହିତ ସେଠାରେ କାର୍ଯ୍ୟକ୍ରମ ଲଗାଯାଇଥିବା ସରକାରୀ ବ୍ୟାନର ଏବଂ ପୋଷ୍ଟର ଚିରି ଫାଡ଼ି ଦିଆଯାଇଥିଲା।
ରୁସ୍ତମପୁର ଥାନାରେ ରୁଜୁ ହୋଇଥିଲା ଏଫଆଇଆର
ଏହି ସମୟ ମଧ୍ୟରେ ସେଠାରେ ଜମା ହୋଇଥିବା ଲୋକ ନାରାବାଜି କରିଥିଲେ। ଯାହା ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଏହାକୁ ବିଶୃଙ୍ଖଳିତ ସୃଷ୍ଟି କରି ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଏକ ମାମଲା ଭାବରେ ବର୍ଣ୍ଣନା କରିଛି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମାଜିଷ୍ଟ୍ରେଟ୍ ଙ୍କ ବୟାନ ଆଧାରରେ ଗତ ନଭେମ୍ବର ୨୧ ତାରିଖ ଶନିବାର କେସ୍ ନମ୍ବର ୪୬/୨୬ ଅନୁଯାୟୀ ରୁସ୍ତମପୁର ଥାନାରେ ଏଫଆଇଆର ରୁଜୁ ହୋଇଥିଲା।
ଏହା ସହ ପଢନ୍ତୁ: ନୀତିଶ ସେତୁ ଉଦଘାଟନ ପରେ ହଙ୍ଗାମା, ମୋଦିଙ୍କ ପୋଷ୍ଟର ଚିରିଲେ RJD ସମର୍ଥକ
ନୀତୀଶ ସେତୁରେ ହଙ୍ଗାମା କରିବା ମାମଲାରେ ଗିରଫ ହେଲେ ୧୦
ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମସ୍ଥଳରେ ହଙ୍ଗାମା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବୈଶାଳୀ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକ୍ଷକ (SSP) ଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ କରାଯାଇଥିଲା। ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବୈଶାଳୀ ଜିଲ୍ଲାର ରୁସ୍ତମପୁର ଅଞ୍ଚଳର ଧୀରଜ କୁମାର, ପ୍ରମୋଦ କୁମାର, ଗୌତମ କୁମାର ଓରଫ ସୁଜିତ କୁମାର, ମିର୍ଜାପୁରର ହରେରାମ ରାୟ ଏବଂ ସତେନ୍ଦ୍ର ରାୟ, ଜାଫରାବାଦର ରାହୁଲ କୁମାର ଏବଂ ବିଶାଲ କୁମାର ଅନ୍ତର୍ଭୂକ୍ତ ଅଛନ୍ତି। ଏହା ବ୍ୟତୀତ, ନରଗାମା ପହାଡ଼ପୁର ପଶ୍ଚିମ ଅଞ୍ଚଳର ରବି କୁମାର, ପାଟନା ଜିଲ୍ଲାର ତିଡି ପୁଲ ଅଞ୍ଚଳର ଶିବମ କୁମାର ଏବଂ ଦିଦାରଗଞ୍ଜ ଅଞ୍ଚର ଅବିନାଶ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯୋଜନାବଦ୍ଧ ଭାବରେ ଭିଡ଼ ଏକତ୍ରୀତ କରି କରାଯାଇଥିଲା ହଙ୍ଗାମା
ପୋଲିସ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ କିଛି ଦୁର୍ବୃତ୍ତ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ କାର୍ଯ୍ୟକ୍ରମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରିବା ପାଇଁ ଜାଣିଶୁଣି ଭୀଡ଼ ଏକାଠି କରିଥିଲେ।
ଗିରଫ ଅଭିଯୁକ୍ତ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହିତ ଜଡିତ ସ୍ଲୋଗାନ ଦେଇଥିଲେ
ଏହି ସମୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସମର୍ଥନରେ ମଧ୍ୟ ସ୍ଲୋଗାନ ଦିଆଯାଇଥିଲା। ସେମାନେ କଥିତ ରୂପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ସମର୍ଥନରେ ନାାରାବାଜି କରିଥିବାର କୁହାଯାଉଛି। ପୋଲିସ ସ୍ପଷ୍ଟ କରିଛି ଯେ ମାମଲାର ତଦନ୍ତ ଚାଲିଛି। ଭିଡିଓ ଫୁଟେଜ୍ ଏବଂ ଅନ୍ୟାନ୍ୟ ଉପଲବ୍ଧ ପ୍ରମାଣ ଆଧାରରେ, ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି। ଯଦି ସେମାନଙ୍କର ସମ୍ପୃକ୍ତି ରହିଥିବାର ଜଣାପଡ଼େ ତାହେଲେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗିରଫ ଅଭିଯୁକ୍ତଙ୍କ ଜେରା ଆଧାରରେ ତଦନ୍ତକୁ ମଧ୍ୟ ଆଗକୁ ବଢ଼ାଯାଉଛି।