Nitish Setu Bihar / ନୀତିଶ ସେତୁ ଉଦଘାଟନ ପରେ ହଙ୍ଗାମା, ମୋଦିଙ୍କ ପୋଷ୍ଟର ଚିରିଲେ RJD ସମର୍ଥକ
·15 mins ago·2 min read

Key Points
ବିହାରର ବୈଶାଳୀ ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମିତ ନୀତିଶ ସେତୁକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବା ପରେ ହଙ୍ଗାମା ଦେଖିବାକୁ ମିଳିଛି। ଆରଜେଡି ସମର୍ଥକମାନେ ସେତୁ ଉପରେ ଦଳୀୟ ପତାକା ଧରି ପ୍ରତିବାଦ କରିବା ସହ ମୋଦି ଓ ବିଜେପି ସମର୍ଥନରେ ଲାଗିଥିବା ପୋଷ୍ଟର ଚିରିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପାଟନା: ବିହାରର ବୈଶାଳୀ ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମିତ "ନୀତିଶ ସେତୁ" ଉଦଘାଟନ କରିବାକୁ ନେଇ ସରଗରମ ହୋଇଉଠିଛି ବିହାର ରାଜନୀତି। ବୈଶାଳୀ ଜିଲ୍ଲାର ରାଘୋପୁର ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ସେତୁକୁ ଗତ ଶନିବାର (ନଭେମ୍ବର ୨୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ହେଲେ ଉଦଘାଟନ ପରେ ଗଙ୍ଗା ନଦୀରେ ନିର୍ମିତ ସେତୁକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଉଦଘାଟନ କାର୍ଯ୍ୟକ୍ରମ ଶେଷ ପରେ ତୁରନ୍ତ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ସମର୍ଥକ ସେତୁ ଉପରେ ହଙ୍ଗାମା କରିଥିଲେ। ଯାହାର ଫଟୋ ଭିଡ଼ିଓ ଏବେ ସୋସିଆଲ ମିଡି଼ଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
ଗତ ଶନିବାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ସେତୁକୁ ବିହାରର ବିକାଶ ଏବଂ ନୂତନ ସଂଯୋଗୀକରଣ କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ଭାବରେ ଉପସ୍ଥାପିତ କରାଯାଉଛି। ହେଲେ ଏହାର ଉଦଘାଟନ ପରେ ଆରଜେଡ଼ି ସମର୍ଥକ ସେମାନଙ୍କର ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ରାଘୋପୁର ଅଞ୍ଚଳର ଲୋକଙ୍କ କହିବା କଥା ଯେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହି ସେତୁର ଶିଳାନ୍ୟାସ କରାଯାଇଥିଲା। ହେଲେ ସେ ବର୍ତ୍ତମାନ ରାଘୋପୁରର ବିଧାୟକ ଥାଇ ମଧ୍ୟ ତାଙ୍କୁ ଏହି ଉଦଘାଚନ କାର୍ଯ୍ୟକ୍ରହମରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇ ନଥିଲା।
ଏହା ସହ ପଢନ୍ତୁ: ବଞ୍ଚି ଥାଉ ଥାଉ ଶ୍ରଦ୍ଧାଞ୍ଜଳି ଦେଇଦେଲେ ବିରୋଧି ଦଳ ନେତା; କେନ୍ଦ୍ରମନ୍ତ୍ରୀ କହିଲେ....
ଉଦଘାଟନ ପରେ ସେତୁ ଉପରେ ହଙ୍ଗାମା କରିଥିବା ଆରଜେଡ଼ି ସମର୍ଥକଙ୍କ ଫଟୋ ଭିଡ଼ିଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଆରଜେଡ଼ି ସମର୍ଥକ ଦଳୀୟ ପତାକା ଧରି "ଲାଲୁ ପ୍ରସାଦ ଯାଦବ ଜିନ୍ଦାବାଦ" ଏବଂ "ତେଜସ୍ୱୀ ଯାଦବ ଜିନ୍ଦାବାଦ ସ୍ଲୋଗାନ ଦେଉଥିବାର ଦେଖାଯାଉଛି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସମର୍ଥନରେ ସେତୁ ଉପରେ ଲାଗିଥିବା ପୋଷ୍ଟର ମଧ୍ୟ ଚିରି ଫାଡ଼ି ଦେଉଛନ୍ତି। ସେମାନେ ରାସ୍ତାରେ ଥିବା ଗୈରିକ ରଙ୍ଗର ବିଜେପି ପତାକାକୁ ଗୋଇଠା ମାରି ସେଠାରୁ ଚାଲି ଯାଇଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଆରଜେଡି ସମର୍ଥକଙ୍କ ଦ୍ୱାରା ହୋଇଥିବା ହଙ୍ଗାମା ପ୍ରାୟ ୪୦ ମିନିଟ୍ ଧରି ସେତୁ ଉପରେ ଜାରି ରହିଥିଲା। ଆରଜେଡ଼ି ସମର୍ଥକ ସେତୁ ଉପରେ ଦଳୀୟ ପତାକା ଉଡ଼ାଇ ସ୍ଲୋଗାନ ଦେବା ଜାରି ରଖିଲେ। ଯଦିଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, ହେଲେ ସେମାନଙ୍କ ଆଗରେ ସେମାନେ ନୀରବ ରହିଥିଲେ। ଏହି ଘଟଣା ପରେ ସେତୁରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକ ସମ୍ପୂର୍ଣ୍ଣ ଘଟଣାକୁ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: