Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Engineer Death Case / ଖାତରେ ପଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ ମାମଲା, ବିଦାହେଲେ ନୋଏଡା କର୍ତ୍ତୃପକ୍ଷ ସିଇଓ

Ritu Das
Browse all articles by Ritu Das
·5 months ago·2 min read
ଖାତରେ ପଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ ମାମଲା, ବିଦାହେଲେ ନୋଏଡା କର୍ତ୍ତୃପକ୍ଷ ସିଇଓ
india

Key Points

ସୋମବାର ଜଣେ ଇଞ୍ଜିନିୟର ପାଣିରେ ବୁଡ଼ି ନିଜ ପିତାଙ୍କ ସମ୍ମୁଖରେ ପ୍ରାଣ ହରାଇଥିଲେ। ଘଟଣାଟି ଥିଲା ନୋଏଡାର। ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କର ଏକ ପାଣିଭର୍ତ୍ତି ଗଭୀର ଖାତରେ ପଡ଼ି ମୃତ୍ୟୁ ହେବା ଘଟଣାରେ ଆଜି ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସୋମବାର ଜଣେ ଇଞ୍ଜିନିୟର ପାଣିରେ ବୁଡ଼ି ନିଜ ପିତାଙ୍କ ସମ୍ମୁଖରେ ପ୍ରାଣ ହରାଇଥିଲେ। ଘଟଣାଟି ଥିଲା ନୋଏଡାର। ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କର ଏକ ପାଣିଭର୍ତ୍ତି ଗଭୀର ଖାତରେ ପଡ଼ି ମୃତ୍ୟୁ ହେବା ଘଟଣାରେ ଆଜି ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଆଜି ଏହି ମାମଲାରେ ନୋଏଡ଼ା କର୍ତ୍ତୃପକ୍ଷ ସିଇଓ ଏମ୍‌ ଲୋକେଶଙ୍କୁ ବହିଷ୍କାର କରିଛନ୍ତି। ଉତ୍ତରପ୍ରଦେଶ କ୍ୟାଡରର ଏହି ୨୦୦୫ ବ୍ୟାଚ୍‌ ଆଇଏଏସ୍ ଅଫିସର ଲୋକେଶଙ୍କୁ ମଧ୍ୟ ନୋଏଡ଼ା ମେଟ୍ରୋ‌ ରେଳ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରୁ ମୁକ୍ତ କରାଯାଇଛି। ଅନ୍ୟପକ୍ଷେ ଉତ୍ତରପ୍ର‌ଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଏହି ମାମଲାର ତଦନ୍ତ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୫ ଦିନ ମଧ୍ୟରେ ରିପୋର୍ଟ ମାଗିଛନ୍ତି।

ଏହାସହ ପଢ଼ନ୍ତୁ: ପାଣିରେ ବୁଡ଼ୁଥିଲା କାର... ଧୀରେ ଧୀରେ ବନ୍ଦ ହେଉଥିଲା ନିଃଶ୍ବାସ...ମୃତ୍ୟୁ ପୂର୍ବରୁ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ ଫୋନ୍

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିରଟ ଡିଭିଜନାଲ କମିସନରଙ୍କ ନେତୃତ୍ବରେ ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ ହୋଇଛି। ମିରଟ ଡିଭିଜନାଲ କମିସନରଙ୍କ ବାଦ୍‌ ଏସ୍ଆଇଟିରେ ମିରଟ ଜୋନ୍‌ ଏଡିଜି ଓ ପିଡବ୍ଲ୍ୟୁଡି ମୁଖ୍ୟ ଇଞ୍ଜିନିୟର ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁଗ୍ରାମରେ କାମ କରୁଥିବା ‌ସଫ୍ଟୱେର ଇଞ୍ଜିନିୟର ଯୁବରାଜ ମେହେଟ୍ଟା ଅଫିସରୁ ଘରକୁ ଫେରୁଥିବାବେଳେ ଜାନୁଆରି ୧୬ ତାରିଖରେ ଏକ ଡ୍ରେନ୍‌ ପାଚେରିରେ ତାଙ୍କ କାର୍‌ ପିଟି ହୋଇ ଏକ ପାଣି ଭର୍ତ୍ତି ଖାତକୁ ଖସି ପଡ଼ିଥିଲା ଏବଂ ପାଖାପାଖି ୨ ଘଣ୍ଟାର ସଂଘର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସମସ୍ତେ କେବଳ ଦେଖଣାହାରୀ ସାଜିଥିଲେ। କେହି କିଛି କରିପାରି ନ ଥିଲେ।

ଏହାସହ ପଢ଼ନ୍ତୁ: ଏମିତି ବି ମୃତ୍ୟୁ ଆସେ....UKGରେ ପଢୁଥିବା ପୁଅର ରେଜଲ୍ଟ ଦେଖି ବାପାଙ୍କୁ ହାର୍ଟଆଟାକ୍, ସ୍କୁଲରେ ଟଳପଡ଼ିଲେ

ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ବାପା ରାଜକୁମାର ମେହେଟ୍ଟା କହିଛନ୍ତି, ତାଙ୍କ ପାଖକୁ ରାତି ପ୍ରାୟ ୧୨ଟା ବେଳେ ପୁଅର ଫୋନ୍ ଆସିଥିଲା। ପୁଅ କହିଥିଲା ମୁଁ ଏକ ଡ୍ରେନ୍‌ରେ ପଡ଼ିଯାଇଛି। ମୋତେ ଆସି ବଞ୍ଚାଅ। କିନ୍ତୁ ମୁଁ ତାହା କରିପାରିଲି ନାହିଁ। ଯଦି ଡାଇଭରମାନେ ଆସିଥାନ୍ତେ, ତେବେ ମୋ ପୁଅର ଜୀବନ ବଞ୍ଚିଯାଇଥାନ୍ତା। କାର୍ ଭିତରେ ଥାଇ ପୁଅ ଟର୍ଚ୍ଚ ଲାଇଟ୍‌ ଲଗାଇ ଜୀବିତ ଥିବାର ପ୍ରମାଣ ମଧ୍ୟ ଦେଖାଇଥିଲା। ସୂଚନା ପାଇବା ପରେ, ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଏକ ରଶି ପକାଇ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରଶି ତାଙ୍କ ପାଖରେ ପହଞ୍ଚି ପାରି ନ ଥିଲା। କ୍ରେନ୍ ମଧ୍ୟ ତାଙ୍କ ପାଖରେ ପହଞ୍ଚିପାରି ନ ଥିଲା। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।

ଶେଷରେ ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀଙ୍କୁ ଡକାଯାଇଥିଲା। କିଛି ଘଣ୍ଟା ଖୋଜାଖୋଜି ପରେ ସେମାନେ ପୁଅକୁ ଉଦ୍ଧାର କରିଥିଲେ, କିନ୍ତୁ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁ ଘଟଣାରେ ନଲେଜ୍ ପାର୍କ କୋତୱାଲି ପୁଲିସ ଏକ ମାମଲା ରୁଜୁ କରିଛି। ରବିବାର ସଫ୍ଟୱେର୍ ଇଞ୍ଜିନିୟରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଦୁଇଟି ବିଲ୍ଡର କମ୍ପାନି ଏମ୍‌ଜେ ୱିଷ୍ଟଟାଉନ୍ ଓ ଲୋଟସ୍ ଗ୍ରିନ୍ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ରାଜକୁମାର ମେହେଟ୍ଟାଙ୍କ ଅଭିଯୋଗ ଆଧାରରେ, ପୁଲିସ ବିଲ୍ଡରଙ୍କ ବିରୋଧରେ ଆଇପିସିର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ବେସ୍‌ମେଣ୍ଟରେ ଥିବା ଖାଲ ଚାରିପଟେ କାହିଁକି ବ୍ୟାରିକେଡ୍‌ ଲଗାଯାଇ ନ ଥିଲା ସେ ନେଇ ଏବେ ପ୍ରଶ୍ନ ଉଠିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Noida Authority CEO Resigns After Engineer’s Death in Drain Case | Argus News