Water mixed Petrol / ପେଟ୍ରୋଲ ବଦଳରେ ଟାଙ୍କିରେ ପାଣି; ଅଧା ବାଟ ଯାଇ ଧକେଇଲା ଗାଡି
·5 months ago·2 min read

Key Points
ପେଟ୍ରୋଲ ପମ୍ପରେ ଦାୟିତ୍ଵହୀନ ଆଚରଣ
ପେଟ୍ରୋଲ ଜାଗାରେ ଦେଇଦେଲେ ପାଣି
ଅଧା ବାଟରେ ଖରାପ ହେଲା ଗାଡ଼ି
ପେଟ୍ରୋଲ ଜାଗାରେ ଦେଇଦେଲେ ପାଣି
ଅଧା ବାଟରେ ଖରାପ ହେଲା ଗାଡ଼ି
ଲୋକମାନେ ପ୍ରତିଦିନ ଯେପରି ପେଟ୍ରୋଲ ପମ୍ପକୁ ଯାଇ ଗାଡ଼ି ଟାଙ୍କିରେ ତେଲ ପକାନ୍ତି, ସେମିତି ଆଜି ବି ପକେଇଥିଲେ । ହେଲେ ଅଧା ବାଟ ଯାଇ ଖରାପ ହୋଇଗଲା ଗାଡ଼ି । ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୧୦ରୁ ଅଧିକ ଗାଡ଼ି ମାଲିକ ଅସୁବିଧାରେ ପଡ଼ିଛନ୍ତି । ଏହାପରେ ଗାଡ଼ି ମାଲିକମାନେ ପେଟ୍ରୋଲ ପମ୍ପରେ ପହଞ୍ଚି ହଙ୍ଗାମା କରିଥିଲେ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଗାଡ଼ିରେ ପେଟ୍ରୋଲ ବଦଳରେ ପାଣି ପୂରେଇଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଏହି ଘଟଣାଟି ଗ୍ରେଟର ନୋଏଡାର ବିଟା ୨ ଥାନା ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଘଟିଛି ।
ପଢନ୍ତୁ ଏହି ଖବର: ଚାକିରିରୁ ବିଦା ହେଲା ସ୍ତ୍ରୀ; ମାଲିକଙ୍କୁ ପିଟିଲେ ସ୍ଵାମୀ, ଭିଡିଓ ଭାଇରାଲ
ଶନିବାର ସନ୍ଧ୍ୟାରେ ବର୍ଷା ହେବା ପରେ ଏହି ପାଇପ୍ଗୁଡ଼ିକ ଦେଇ ପାଣି ପଶିଥିଲା ଯାହା ଫଳରେ ପେଟ୍ରୋଲରେ ପାଣି ମିଶିଯାଇଥିଲା । ବର୍ଷା ଯୋଗୁଁ ଶନିବାର ପାଇପ୍ଲାଇନ୍ ମରାମତି ହୋଇପାରିନଥିଲା । ପେଟ୍ରୋଲ ପମ୍ପର ଜଣେ ଗ୍ରାହକ କହିଛନ୍ତି ଯେ ସେ ତାଙ୍କ ବାଇକ୍ରେ ପେଟ୍ରୋଲ ଭର୍ତ୍ତି କରିଥିଲେ ଏବଂ ଗାଡ଼ି ଚଲାଇ ଯିବା ପରେ ବାଇକଟି ମଝିରେ ଅଟକିଗଲା । ଯେତେବେଳେ ସେ ଯାଞ୍ଚ କଲେ, ସେ ପେଟ୍ରୋଲ୍ରେ ପାଣି ମିଶ୍ରିତ ଦେଖିଲେ । ଏହି କଥା ଜଣାପଡ଼ିବା ପରେ ଗ୍ରାହକମାନେ ପେଟ୍ରୋଲ ପମ୍ପରେ ହଙ୍ଗାମା ଆରମ୍ଭ କରିଥିଲେ ।
- କେମିତି ଟାଙ୍କିକୁ ଗଲା ପାଣି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ
ଯେଉଁମାନଙ୍କର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କର ମରାମତି କରାଯାଉଛି ଏବଂ ଟାଙ୍କିରୁ ପାଣି ମଧ୍ୟ ନିଷ୍କାସନ କରାଯାଉଛି । ଏବେ ନୂତନ ଇନ୍ଧନ ପୁନଃପୂରଣ କରାଯିବ। ପାଣି ଯୋଗୁଁ ପ୍ରାୟ ୧୨,୦୦୦ ଲିଟର ଇନ୍ଧନ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ଯୋଗାଣ ବିଭାଗର ଏକ ଦଳ ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ।
Related Topics
Explore more stories