Videos
|
National

NTPC Plant Accident / NTPC ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା: କନଭେୟର ବେଲ୍ଟ ଭୁଶୁଡ଼ି ୩ ଶ୍ରମିକ ମୃତ, ୨ ଗୁରୁତର

Subhramjit Ray
Browse all articles by Subhramjit Ray
·54 mins ago·2 min read
NTPC ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା: କନଭେୟର ବେଲ୍ଟ ଭୁଶୁଡ଼ି ୩ ଶ୍ରମିକ ମୃତ, ୨ ଗୁରୁତର
NTPC Conveyor Belt Collapse ((Photo Source: Social Media/AI

Key Points

ଝାଡ଼ଖଣ୍ଡର ଚତରାସ୍ଥିତ NTPCର ଉତ୍ତର କରଣପୁରା ପ୍ଲାଣ୍ଟରେ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ କନଭେୟର ବେଲ୍ଟ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ଏବଂ NTPC ପକ୍ଷରୁ ପୀଡ଼ିତ ପରିବାରଙ୍କୁ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଛି।

ଚତରା, ଝାଡ଼ଖଣ୍ଡ: ଜାତୀୟ ତାପଜ ବିଦ୍ୟୁତ୍ ନିଗମ (NTPC) ଦ୍ୱାରା ପରିଚାଳିତ ଝାଡ଼ଖଣ୍ଡର ଚତରା ପ୍ଲାଣ୍ଟ ଠାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏକ କନଭେୟର ବେଲ୍ଟ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ରିପୋର୍ଟ ଅନୁଯାୟୀ ପ୍ରାୟ ୫୦ ମିଟର ଉଚ୍ଚତାରେ ଶ୍ରମିକ କାମ କରିବା ସମୟରେ କନଭେୟର ବେଲ୍ଟ ଭାଙ୍ ଯାଇଥିବାର କୁହାଯାଉଛି। ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି।

NTPC ଅଧିନସ୍ଥ CHP JH-1 ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ଯେଉଁଠାରେ ଏକ କନଭେୟର ବେଲ୍ଟ ନିର୍ମାଣ କରାଯାଉଥିଲା। ରିପୋର୍ଟ ଅନୁଯାୟୀ ଏକ ଗଠନମୂଳକ ଡିଜାଇନ୍ ତ୍ରୁଟି (Structural Design Flaw) ଯୋଗୁଁ ଏହି ବେଲ୍ଟ ଭାଙ୍ଗି ଯାଇଥିଲା। ଯାହା ପରେ ଶ୍ରମିକ ଭଗ୍ନାବଶେଷ ତଳେ ପୋତି ହୋଇ ଯାଇଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଶ୍ରମିକଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖାଯାଉଛି। ଜଣେ ଗୁରୁତର ଆହତ ଶ୍ରମିକଙ୍କୁ ତାଙ୍କ ସହକର୍ମୀ ବାହାର କରୁଥିବା ଦେଖାଯାଉଛି। ଦୁର୍ଘଟଣାର ପଛରେ ରହିଥିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରଶାସନ ବର୍ତ୍ତମାନ ରିଲିଫ୍ କାର୍ଯ୍ୟରେ ନିୟୋଜିତ ରହିଛି।

ଏହା ସହ ପଢନ୍ତୁ: ବଏଲର୍ ବିସ୍ଫୋରଣ ପରେ ଛାରଖାର ହୋଇଗଲା ଶ୍ରୀ ସିଟି ଫାର୍ମା ପ୍ଲାଣ୍ଟ; ୫ ମୃତ, ୧୦ ଗୁରୁତର ଆହତ

ଏହି ଦୁର୍ଘଟଣା ଘଟିବା ମାତ୍ରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଶ୍ରମିକଙ୍କ ମୃତଦେହ ତଳେ ପଡ଼ିଥିଲା। ଜଣେ ଶ୍ରମିକ କନଭେୟର ବେଲ୍ଟ ମଧ୍ୟରେ ଝୁଲି ରହିଥିଲେ। ଆହତ ଶ୍ରମିକଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। ସ୍ଥାନୀୟ ପ୍ରଶାସନ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଚତରା ପୋଲିସ ଏସପି ଅନିମେଶ ମୈଥାନି ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ଅଧିକ ଖବର ସଂଗ୍ରହ କରିବା ପାଇଁ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଚତରା ଏସପି ଆହୁରି କହିଛନ୍ତି ଯେ NTPC ଦ୍ୱାରା ନିଯୁକ୍ତ ଏକ ଆଉଟସୋର୍ସ କମ୍ପାନୀ (Outsource Company) ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯାଉଥିଲା। NTPC ଏହି ଦୁର୍ଘଟଣାର ସତ୍ୟତା ନିଶ୍ଚିତ କରିବା ସହ କହିଛି ଯେ ଏହି ଘଟଣାର ତଦନ୍ତ କରାଯାଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
NTPC ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛି। ଏନେଇ କମ୍ପାନୀ କହିଛି ଯେ ତାଣ୍ଡୱା ସ୍ଥିତ NKSTPP ଉତ୍ତର କରଣପୁରା ଠାରେ ନିର୍ମାଣାଧିନ ଏକ କନଭେୟର ବେଲ୍ଟ ରେ କାମ ଚାଲିଥିବା ସମୟରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ M/s Simplex Infrastructures Limited ଏବଂ M/s ThyssenKrupp ଅଧିନରେ କାମ କରୁଥିବା ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଇଛନ୍ତି। NTPC ପରିବାର ଏହି ଦୁଃଖଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି। NTPC କହିଛି ଯେ ପୀଡିତଙ୍କ ପରିବାର ସହିତ ଆମେ ହୋଇଛି।ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଏବଂ ସମର୍ଥନ ଯୋଗାଇବାକୁ କମ୍ପାନୀ ପ୍ରତିଶୃତିବଦ୍ଧ। କମ୍ପାନୀ ଆହୁରି କହିଛି ଯେ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଉଛି। ଦୁର୍ଘଟଣାର କାରଣ ତଦନ୍ତାଧିନ ଅଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ।