Morena district hospital MP / ରୋଗୀଙ୍କ ଉପରକୁ ଗ୍ଲୁକୋଜ୍ ବୋତଲ ଫିଙ୍ଗିଲେ ନର୍ସ; କହିଲେ...
·1 hour ago·2 min read

Key Points
ମୁରୈନା ଜିଲ୍ଲା ଚିକିତ୍ସାଳୟର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ନର୍ସ ଜଣେ ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବାର ଦେଖାଯାଉଛି।
Morena district hospital latest news: ସଦ୍ୟ ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲା ଚିକିତ୍ସାଳୟରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଭିଡି଼ଓ। ଯାହା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଭାଇରାଲ ଭିଡିଓରେ, ଜଣେ ଷ୍ଟାଫ୍ ନର୍ସ ଜଣେ ରୋଗୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେଉଛି ଯେ ଜଣେ ନର୍ସ ରୋଗୀଙ୍କୁ ଥାପଡ଼ ମାରିବା ସହ ତାଙ୍କ ଗାଳି ଗୁଲଜ କରିଥିଲେ। ଏପରିକି ନର୍ସ ଜଣଙ୍କ କ୍ରୋଧରେ ରୋଗୀଙ୍କ ଉପରକୁ ଗ୍ଲୁକୋଜ୍ ବୋତଲ ମଧ୍ୟ ଫିଙ୍ଗି ଦେଇଥିଲେ। ଏହି ଘଟଣା ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆତଙ୍କ ସୃଷ୍ଟି କରିଛି ଭାଇରାଲ ଭିଡ଼ିଓ
ମୁରୈନା ଜିଲ୍ଲା ଚିକିତ୍ସାଳୟର ମେଡିକାଲ୍ ୱାର୍ଡର ଏହି ଭିଡି଼ଓ ଗତ ଗୁରୁବାର ସନ୍ଧ୍ୟାରୁ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ଷ୍ଟାଫ୍ ନର୍ସ ଜଣେ ରୋଗୀଙ୍କ ସହ ପ୍ରବଳ ଯୁକ୍ତିତର୍କ କରୁଛନ୍ତି। ଏହି ଦୃଶ୍ୟ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ପରେ ସମଗ୍ର ମାମଲା ଆହୁରି ତେଜିବାରେ ଲାଗିଥିଲା।
ନର୍ସଙ୍କ ବିରୋଧରେ ଆସିଲା ଦୁର୍ବ୍ୟବହାର ଅଭିଯୋଗ
ଏହି ଭାଇରାଲ ଭିଡି଼ଓ ଆଧାରରେ ଅଭିଯୋଗ ହୋଇଛି ଯେ ନର୍ସ କେବଳ ରୋଗୀଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରିନଥିଲେ। ବରଂ ତାଙ୍କୁ ଥାପଡ଼ ମଧ୍ୟ ମାରିଥିଲେ। ଏହା ବ୍ୟତୀତ ନର୍ସ ଜଣଙ୍କ କ୍ରୋଧରେ ରୋଗୀଙ୍କ ଉପରକୁ ଗ୍ଲୁକୋଜ୍ ବୋତଲ ଫିଙ୍ଗି ଦେଇଥିଲେ। ତାଙ୍କର ଏପରି ଆଚରଣ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯିବା ସହ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି।
ରିପୋର୍ଟ ଅନୁଯାୟୀ, ରୋଗୀଙ୍କ ସମ୍ପର୍କୀୟ ନର୍ସ ଜଣଙ୍କୁ, ରୋଗୀଙ୍କ ମସ୍ତିଷ୍କରୁ ଗ୍ଲୁକୋଜ୍ ବୋତଲ ବାହାର କରିଦେବାକୁ ଅନୁରୋଧ କରିଥିଲେ। ହେଲେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏନେଇ ଅଭିଯୋଗ ହୋଇଛି ଯେ ଯୁକ୍ତିତର୍କ ବଢ଼ିବା ପରେ ନର୍ସ ଜଣଙ୍କ କ୍ରୋଧିତ ହୋଇ ଉଠିଥିଲେ। ଯାହା ପରେ ହାତାହାତିର ରୂପ ନେଇଥିଲା।
ଏହା ସହ ପଢନ୍ତୁ: କେବଳ ହଳଦିଆ ରଙ୍ଗ ଦେଖି କିଣୁଛନ୍ତି କି କଦଳୀ? ତାହେଲେ ହୋଇଯାନ୍ତୁ ସାବଧାନ
"ଘରୋଇ ଚିକିତ୍ସାଳୟକୁ ଯାଇ କରାଅ ଚିକିତ୍ସା"
ଭାଇରାଲ ଭିଡି଼ଓରେ ସେହି ନର୍ସଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, "ଆପଣ କାହିଁକି ସରକାରୀ ଚିକିତ୍ସାଳୟକୁ ଆସୁଛନ୍ତି। ଘରୋଇ ଚିକିତ୍ସାଳୟକୁ ଯାଇ ନିଜର ଚିକିତ୍ସା କରାଅ। ଏହି ବୟାନ ଏବେ ଲୋକଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଛି। ଏହି ଘଟଣା ସରକାରୀ ଡାକ୍ତରଖାନାର ସମ୍ବେଦନଶୀଳତା ଉପରେ ପ୍ରଶ୍ନ ଉଠାଇଛି।
ଭିଡ଼ିଓ ରେକର୍ଡିଂ କଲେ ରୋଗୀଙ୍କ ସମ୍ପର୍କୀୟ
ରିପୋର୍ଟ ହୋଇଛି ଯେ ରୋଗୀଙ୍କ ସମ୍ପର୍କୀୟ ଏହି ଘଟଣାର ଭିଡି଼ଓ ରେକର୍ଡିଂ କରିଛନ୍ତି। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଯାହା ଖୁବ ଶୀଘ୍ର ଭାଇରାଲ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପାଇବା ପରେ, ଲୋକେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି।
ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଲୋକ କହୁଛନ୍ତି ଯେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ କେବଳ ସର୍ବୋତ୍ତମ ଚିକିତ୍ସା ନୁହେଁ ବରଂ ସମ୍ମାନର ସହିତ ଚିକିତ୍ସା କରାଯିବା ଆବଶ୍ୟକ। ଏପରି ଘଟଣା ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରତିଛବିକୁ କ୍ଷତି ପହଞ୍ଚାଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Nurse throws glucose bottle at patientGovernment hospital nurse misbehavior viral videoNurse tells patient to get private treatmentMedical negligence government hospital outrageShocking viral video of hospital nurse attacking patientAction against nurse for throwing medical bottlePatient mistreatment in government hospitalViral video nurse misbehaving with patient