Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Online ଅଟୋ ବୁକ୍‌ କରି ଫସିଲେ ଯୁବତୀ; ଏବେ ମିଳିବ ୫୫ ହଜାର ଟଙ୍କା କ୍ଷତିପୂରଣ

National

Ola Auto Controversy / Online ଅଟୋ ବୁକ୍‌ କରି ଫସିଲେ ଯୁବତୀ; ଏବେ ମିଳିବ ୫୫ ହଜାର ଟଙ୍କା କ୍ଷତିପୂରଣ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
Online ଅଟୋ ବୁକ୍‌ କରି ଫସିଲେ ଯୁବତୀ; ଏବେ ମିଳିବ ୫୫ ହଜାର ଟଙ୍କା କ୍ଷତିପୂରଣ
Woman Wins Case Against Ola

Key Points

ଅନଲାଇନ୍‌ରେ ଅଟୋ ବୁକ୍ କରିଥିଲେ । ପରୀକ୍ଷା ଦେବାକୁ ଥିବାରୁ ସମୟ ପୂର୍ବରୁ ଘରୁ ବାହାରିଥିଲେ । ହେଲେ ଡ୍ରାଇଭରଙ୍କ ପାଇଁ ପହଞ୍ଚିଲେ ପରୀକ୍ଷା କେନ୍ଦ୍ରଠାରୁ ୨୫ କିମି ଦୂରରେ । ତା'ପରେ...
ନୂଆଦିଲ୍ଲୀ: ଘରୁ କେଉଁ ଆଡ଼େ ଯିବାକୁ ହେଲେ ଅନେକ ଅନଲାଇନ୍ କ୍ୟାବ୍ସ ସର୍ଭିସ୍ ଉପରେ ନିର୍ଭର କରନ୍ତି । ଅନେକ ସମୟରେ ଆପ୍‌ରେ ଦେଖା ଯାଉଥିବା ଭଡ଼ାଠାରୁ ଚାଳକ ଅଧିକ ମଧ୍ୟ ଦାବି କରିଥାନ୍ତି । ଏଭଳି ଏକ ମାମଲାରେ ଜଣେ ଯୁବତୀ ଫସିବା ପରେ ଏବେ ତାଙ୍କୁ ୫୫ ହଜାର ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ ।

ଏ ଘଟଣା ହେଉଛି ଆନ୍ଧ୍ରପ୍ରଦେଶର । ଯେଉଁଠି ଜଣେ ଯୁବତୀ ଓଲା ଅଟୋ (Ola Auto) ବୁକିଂ କରିଥିଲେ । ଆଉ ଡ୍ରାଇଭର ଯୁବତୀଙ୍କୁ ସେ ଦେଇଥିବା ସ୍ଥାନରେ ନ ପହଞ୍ଚାଇ ୨୫ କିଲୋମିଟର ଦୂର ଜାତୀୟ ରାଜପଥରେ ଛାଡ଼ି ଦେଇଥିଲେ । ଯାହାକୁ ନେଇ ଖାଉଟି ଅଦାଲତ (Consumer Forum)ଙ୍କ ଦ୍ଵାରସ୍ଥ ହୋଇଥିଲେ, ଏବେ ନ୍ୟାୟ ମିଳିଛି ।

ଏଥିସହ ପଢ଼ନ୍ତୁ: ଯୌତୁକ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ; 'ଯାହାଠୁ ଟଙ୍କା ନିଅନ୍ତି, ତାଙ୍କୁ ହିଁ ଭିକାରୀ କୁହନ୍ତି...' 

ସମ୍ପୂର୍ଣ୍ଣ ଘଟଣା କ'ଣ ?

ଆନ୍ଧ୍ରପ୍ରଦେଶ ଉଲାଜୀ ଚେନ୍ନାମ୍ମା ୨୦୨୫ ଅକ୍ଟୋବର ୧୧ ତାରିଖ ସକାଳେ ୭ଟା ୮ଟାରେ ଗୁଣ୍ଟୁର ବାରି ଥୋଟାରୁ ଆଚାର୍ଯ୍ୟ ନାଗାର୍ଜୁନ୍ ୟୁନିଭରସିଟି ପର୍ଯ୍ୟନ୍ତ ଯିବା ଲାଗି ଓଲା ଅଟୋ ବୁକ୍ କରିଥିଲେ । ସେଠାରେ ସେ ଷ୍ଟେଟ୍ ଜୁଡିସିଆଲ୍ ସର୍ଭିସ୍ ମେନ୍ସ ପରୀକ୍ଷା ଦେବାର ଥିଲା । ଯୁବତୀଙ୍କ ସହ ତାଙ୍କ ମାଆ ବି ଥିଲେ ।
ଯେତେବେଳେ ଅଟୋ ପହଞ୍ଚିଲା ତ ଆପ୍‌ରେ ଥିବା ଗାଡ଼଼ି ନମ୍ବରଠୁ ତାହା ଭିନ୍ନ ଥିଲା । ତଥାପି ଯୁବତୀଙ୍କୁ ଡ୍ରାଇଭର ଓଟିପି ମାଗିଥିଲେ । ଯୁବତୀ ଓଟିପି ଦେଇ ଗାଡ଼ିରେ ବସିଥିଲେ । କିନ୍ତୁ ଡ୍ରାଇଭର ତାଙ୍କ ଠିକ୍ ରାସ୍ତାରେ ନ ନେଇ ଜାଣିଶୁଣି ପହଞ୍ଚିବା ସ୍ଥାନ ଠାରୁ ପ୍ରାୟ ୨୫ କିଲୋମିଟର ଦୂରକୁ ନେଇ ଯାଇଥିଲେ ।

ପରେ ସେଠାରୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ଲାଗି ଅତିରିକ୍ତ ଟଙ୍କା ମଧ୍ୟ ଦାବି କରିଥିଲେ । ତେବେ ଯୁବତୀ ଜଣଙ୍କ ଅତିରିକ୍ତ ଟଙ୍କା ଦେବା ପାଇଁ ମନା କରିବାରୁ ଡ୍ରାଇଭର ୭ଟା ୨୮ରେ ତାଙ୍କୁ ରାସ୍ତା କଡ଼ରେ ଓହ୍ଲାଇ ଦେଇଥିଲେ । ଏପରିକି ରାଇଡ୍ ବାତିଲ୍ କରିବା ପାଇଁ ଚାପ ପକାଇ ଥିଲେ ।

ଯାହାକୁ ନେଇ ଚେନ୍ନାମ୍ମା କୁରନୁଲ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ । ଯେଉଁଠି ଓଲା ପକ୍ଷରୁ କୁହା ଯାଇଥିଲା ଯେ, କମ୍ପାନୀ ଏଥିପାଇଁ ଦାୟୀ ନୁହେଁ । ଓଲା ଏକ ଅନଲାଇନ୍ ପ୍ଲାଟଫର୍ମ, ସେବା ତୃତୀୟ ପକ୍ଷ ଡ୍ରାଇଭର୍ ଯୋଗାଇଥାନ୍ତି । ତେବେ ଖାଉଟି ଅଦାଲତ କମ୍ପାନୀର ଦଲିଲ୍‌କୁ ଖାରଜ କରିବା ସହ ଓଲାକୁ ଦାୟୀ କରିଥିଲେ ।

ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାଟିଦେଲେ ଜଣଙ୍କ ପରେ ଜଣଙ୍କ ତଣ୍ଟି, ପୁଣି ଲଗାଇଦେଲେ ନିଆଁ 

କ'ଣ କହିଲେ କୋର୍ଟ ?

  • ଯୁବତୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଓଲାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
  • ଓଲା ଡ୍ରାଇଭରଙ୍କ ପାଇଁ ରାସ୍ତାରେ ଯୁବତୀ ଫସିଗଲେ ।
  • ମାନସିକ କଷ୍ଟ, ଚାପ ଓ ସମସ୍ୟାରେ ପଡ଼ିବାରୁ ଯୁବତୀଙ୍କୁ କ୍ଷତିପୂରଣ ଭାବେ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ।
  • ଏଥିସହ ମକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଦେବାକୁ କହିଛନ୍ତି କୋର୍ଟ ।
  • ଅର୍ଥାତ୍ ଯୁବତୀଙ୍କୁ ମୋଟ ୫୫ ହଜାର ଟଙ୍କା ଓଲା ଦେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ola Auto Case: Woman Gets ₹55,000 Compensation From Consumer Court | Argus News | Argus News