Supreme Court / ଯୌତୁକ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ; 'ଯାହାଠୁ ଟଙ୍କା ନିଅନ୍ତି, ତାଙ୍କୁ ହିଁ ଭିକାରୀ କୁହନ୍ତି...'
·3 hours ago·2 min read

Key Points
ଯୌତୁକ ନିର୍ଯାତନାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ । ବୋହୂ ନୁହେଁ ATM । ବିବାହ ପରେ ଝିଅ ଘର ଲୋକଙ୍କୁ ଆର୍ଥିକ ଶୋଷଣ ଗ୍ରହଣୀୟ ନୁହେଁ ।
ନୂଆଦିଲ୍ଲୀ: ଯୌତୁକ ନିର୍ଯାତନାକୁ ନେଇ ସମାଜକୁ ବଡ଼ ବାର୍ତ୍ତା ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବୋହୂ-ଝିଅଙ୍କୁ କରାଯାଉଥିବା ଅପମାନକୁ ନେଇ କୋର୍ଟ କଠୋର ହୋଇଛନ୍ତି । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, "ବିବାହ ପରେ ଝିଅ ଘର ଓ ତାଙ୍କ ପରିବାରକୁ ଅପମାନିତ କରିବାର ଅଧିକାର ପୁଅର ନାହିଁ ।"
ଶୁଣାଣି ବେଳେ କୋର୍ଟ ପଚାରିଛନ୍ତି, "ଆପଣ ଯାହାଙ୍କ ଠାରୁ ଟଙ୍କା ନିଅନ୍ତି, ଶେଷରେ ତାଙ୍କୁ ହିଁ ଭିକାରୀ କିଭଳି କହିଥାନ୍ତି ?" ଜଷ୍ଟିସ୍ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଉଜ୍ଜଳ ଭୂୟାଁଙ୍କ ୨ ଜଣିଆ ଖଣ୍ଡପୀଠ ଅଭିଯୁକ୍ତ ସ୍ଵାମୀ ଏବଂ ତାଙ୍କ ପରିବାରକୁ ଆଶ୍ଵସ୍ତି ନ ଦେଇ ଜେଲ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ସମ୍ପର୍କ ଦୁଷ୍କର୍ମ ନୁହେଁ,ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଯୌତୁକ ଜନିତ ହତ୍ୟା ଓ ଆତ୍ମହତ୍ୟା ପାଇଁ ଉସୁକାଇବା ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଛି । ଶ୍ଵଶୁର ଘର ଲୋକ ତଳ କୋର୍ଟର ରାୟକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଶୁଣାଣି ବେଳେ କୋର୍ଟ ଶ୍ଵଶୁର ଘର ଲୋକଙ୍କ ପୂର୍ବ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବିଚାରପତି ପଚାରିଛନ୍ତି, "ଜଣେ ପୁଅ, ଝିଅକୁ କାହିଁକି ବିବାହ କରେ । ଯେତେବେଳେ କି ସେମାନେ ପରେ ଝିଅ ଓ ତାର ପରିବାର ଲୋକଙ୍କୁ ଅପମାନିତ ହିଁ କରିଥାନ୍ତି ।" ଏହାକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ମାମଲାରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିବା ସହ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରିମକୋର୍ଟ ।
ଏଥିସହ ପଢ଼ନ୍ତୁ: ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୩ମାସ ଭିତରେ ଶୁଣାଅ ସଂରକ୍ଷିତ ରାୟ
ବିବାହ ପରେ ଆର୍ଥିକ ଶୋଷଣ
ବିବାହ ପରେ ଶ୍ଵଶୁର ଘର ଲୋକଙ୍କ ଉପରେ ହେଉଥିବା ଆର୍ଥିକ ଶୋଷଣକୁ ନେଇ କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । ଜଷ୍ଟିସ୍ ନାଗରତ୍ନା କହିଛନ୍ତି, "ଆଜିକାଲି ବିବାହ ପରେ ଶାଶୁଘର ଲୋକେ ବୋହୂ ଓ ତାଙ୍କ ବାପାମାଆଙ୍କୁ ଚିପୁଡ଼ି ଚିପୁଡ଼ି ଟଙ୍କା ଏକାଠି କରିବାକୁ ପ୍ରୟାସ କରୁଛନ୍ତି ।"
ପୁଅ ଘର ଲୋକେ, ଝିଅ ଘରକୁ ଟଙ୍କା ମାଗିବା ଓ ତାଙ୍କୁ ଛୋଟ ଦେଖାଇବାକୁ କୋର୍ଟ ନାପସନ୍ଦ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, "ସମାଜକୁ ବାର୍ତ୍ତା ଯିବା ଦରକାର କୌଣସି ପରିବାର, କୌଣସି ଝିଅକୁ ବୋହୂ କରି ନେବା ପରେ ତାଙ୍କ ବାପାମାଆଙ୍କୁ ମାନସିକ ତଥା ଆର୍ଥିକ ନିର୍ଯାତନା ଦେଇପାରିବେ ନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories