କର୍ପୂରୀ ଠାକୁରଙ୍କୁ ଭାରତରତ୍ନ, ଘୋଷଣାକୁ ସ୍ବାଗତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ । ମରଣୋତ୍ତର ସମ୍ମାନ ଘୋଷଣା କଲେ କେନ୍ଦ୍ର ସରକାର । ଆଜି କର୍ପୁରୀ ଠାକୁରଙ୍କ ୧୦୦ତମ ଜୟନ୍ତୀ । ଏହା ପୂର୍ବରୁ ଭାରତରତ୍ନ ସମ୍ମାନ ଘୋଷଣା କରିଛନ୍ତି ମୋଦି ସରକାର । ବିହାରର ୨ ଥର ମୁଖ୍ୟମନ୍ତ୍ରୀ ଥିବା କର୍ପୂରୀ ଠାକୁର ଜନ ନାୟକ ଭାବେ ଜଣାଶୁଣା ।
ଅଧିକ ପଢନ୍ତୁ : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ
ବିହାରର ଦଳିତ ବର୍ଗଙ୍କ ପାଇଁ ସେ ଅନେକ ସମୟରେ ସ୍ବର ଉତ୍ତୋଳନ କରିଛନ୍ତି । ସେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେବା ପାଇଁ ସ୍ନାତକ କଲେଜ ଛାଡ଼ିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବାରୁ ସେ ୨୬ ମାସ ଜେଲରେ ରହିଥିହିଲେ । ଏ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଘୋଷଣାକୁ ସ୍ବାଗତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, କର୍ପୁରୀ ଠାକୁର ଥିଲେ, ଗରିବ ବଞ୍ଚିତ ଓ ପଛୁଆ ବର୍ଗଙ୍କ ସ୍ବର । ସମାଜର ବଞ୍ଚିତ ବର୍ଗଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସେ କାର୍ଯ୍ୟ କରିଆସୁଥିଲେ । ଯାହାକି ବର୍ତ୍ତମାନ ସମାଜରେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।