One Nation One Police Uniform / ପୋଲିସଙ୍କ ପୋଷାକରେ ଆସିବ ସମାନତା, ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ପଲିସି
·8 months ago·2 min read

Key Points
ପୋଲିସ ମାନଙ୍କ ପୋଷାକରେ ଆସିବ ସମାନତା
ଖୁବଶୀଘ୍ର ଲାଗୁ ହେବ ୱାନ ନେସନ ୱାନ ପୋଲିସ ୟୁନିଫର୍ମ ପଲିସି
ସାରା ଦେଶର ପୋଲିସ ପିନ୍ଧିବେ ସମାନ ଧରଣର ପୋଷାକ

ୱାନ୍ ନେସନ୍ ୱାନ୍ ରାସନ୍, ୱାନ୍ ନେସନ୍ ୱାନ୍ ମୋବିଲିଟି କାର୍ଡ, ଓ୍ବାନ୍ ନେସନ୍ ୱାନ୍ ଗ୍ରୀଡ, ୱାନ୍ ନେସନ୍ ୱାନ୍ ସାଇନ୍ ଲାଙ୍ଗୁଏଜ, ୱାନ୍ ନେସନ୍ ୱାନ୍ ଇଲେକ୍ସନ ଭଳି ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ନୀତି ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଆରମ୍ଭ ହୋଇଛି ପ୍ରକିୟା । ଏନେଇ ଓଡ଼ିଶା ସମେତ ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ନଭେମ୍ବର ୪ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି । କେନ୍ଦ୍ରର ଚିଠି ପରେ ଡିଜିପି କଣ୍ଟ୍ରୋଲ ରୁମ୍ ପକ୍ଷରୁ ରାଜ୍ୟ ପୋଲିସ ହେଡ୍ କ୍ଵାଟରକୁ ତଥ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ପୋଲିସର କେଉଁ ରାଙ୍କର ଅଧିକାରୀଙ୍କ ପୋଷାକ କ'ଣ ଏବଂ ରାଜ୍ୟ ସରକାର ପ୍ରତି ଡ୍ରେସ ପାଇଁ କେତେ ଟଙ୍କା ଦେଉଛନ୍ତି ତା'ର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚାକିରୀ ପୋଲିସ ହେଲେ ପୋଷାକର ରଙ୍ଗ ଭିନ୍ନ । ଅଲଗା ଅଲଗା ରାଜ୍ୟରେ ପୋଲିସର ଅଲଗା ଅଲଗା ବର୍ଦ୍ଦି । ଯେମିତି ପଶ୍ଚିମବଙ୍ଗରେ ଧଳା । ଅରୁଣାଞ୍ଚଳ ପ୍ରଦେଶରେ ବୋଟଲ ଗ୍ରୀନ । ଗୋଆରେ ଧଳା ପୁଣି ସ୍କାଏ ବ୍ଲୁ ଆଉ ଅନ୍ୟ ରାଜ୍ୟରେ ଖାକି ସମାନ ହେଲେ ବି କଲରରେ ଟିକେ ଟିକେ ଫରକ ରହିଛି । କେଉଁଠି ଗାଢ଼ା ତ କେଉଁଠି ଫିକା । ଯେଉଁଥିପାଇଁ ୨୦୨୨ ଅକ୍ଟୋବରରେ ହରିୟାଣା ଫରିଦାବାଦରେ ଆୟୋଜିତ ରାଜ୍ୟ ଗୃହମନ୍ତ୍ରୀମାନଙ୍କ ବୈଠକରେ ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ନୀତି ପାଇଁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ । ପୂରା ଦେଶରେ ପୋଲିସ ପୋଷାକରେ ସମାନତା ଏବଂ ଏକତା ଆଣିବା ପାଇଁ ଏହି ପ୍ରୟାସ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ତେବେ ପୂର୍ବତନ ପୋଲିସ ଡିଜିଙ୍କ ମତ ଏହାକୁ କାର୍ଯ୍ୟକାରୀ କରିବା ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ଏ ସବୁ ଭିତରେ ଚର୍ଚ୍ଚା ହେଉଛି ଦି ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଡିଜାଇନ କରିଥିବା ସବୁ ପାଣିପାଗରେ ଖାପ ଖାଇବା ପରି ସ୍ମାର୍ଟ ୟୁନିଫର୍ମ ପୋଲିସଙ୍କ ପାଇଁ ନୂଆ ୟୁନିଫର୍ମ ହୋଇପାରେ ।
ଅଧିକ ପଢ଼ନ୍ତୁ: ବିହାରରେ ବିଜେପିର ହାଇଭୋଲଟେଜ୍ ପ୍ରଚାର, ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିଲେ PM ମୋଦି
ଚାକିରୀ ପୋଲିସ ହେଲେ ପୋଷାକର ରଙ୍ଗ ଭିନ୍ନ । ଅଲଗା ଅଲଗା ରାଜ୍ୟରେ ପୋଲିସର ଅଲଗା ଅଲଗା ବର୍ଦ୍ଦି । ଯେମିତି ପଶ୍ଚିମବଙ୍ଗରେ ଧଳା । ଅରୁଣାଞ୍ଚଳ ପ୍ରଦେଶରେ ବୋଟଲ ଗ୍ରୀନ । ଗୋଆରେ ଧଳା ପୁଣି ସ୍କାଏ ବ୍ଲୁ ଆଉ ଅନ୍ୟ ରାଜ୍ୟରେ ଖାକି ସମାନ ହେଲେ ବି କଲରରେ ଟିକେ ଟିକେ ଫରକ ରହିଛି । କେଉଁଠି ଗାଢ଼ା ତ କେଉଁଠି ଫିକା । ଯେଉଁଥିପାଇଁ ୨୦୨୨ ଅକ୍ଟୋବରରେ ହରିୟାଣା ଫରିଦାବାଦରେ ଆୟୋଜିତ ରାଜ୍ୟ ଗୃହମନ୍ତ୍ରୀମାନଙ୍କ ବୈଠକରେ ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ନୀତି ପାଇଁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ । ପୂରା ଦେଶରେ ପୋଲିସ ପୋଷାକରେ ସମାନତା ଏବଂ ଏକତା ଆଣିବା ପାଇଁ ଏହି ପ୍ରୟାସ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ତେବେ ପୂର୍ବତନ ପୋଲିସ ଡିଜିଙ୍କ ମତ ଏହାକୁ କାର୍ଯ୍ୟକାରୀ କରିବା ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ଏ ସବୁ ଭିତରେ ଚର୍ଚ୍ଚା ହେଉଛି ଦି ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଡିଜାଇନ କରିଥିବା ସବୁ ପାଣିପାଗରେ ଖାପ ଖାଇବା ପରି ସ୍ମାର୍ଟ ୟୁନିଫର୍ମ ପୋଲିସଙ୍କ ପାଇଁ ନୂଆ ୟୁନିଫର୍ମ ହୋଇପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories