Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପିଆଜ କ୍ରୟ ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି; ଗ୍ରାହକ ଓ କୃଷକଙ୍କ ଉପରେ କ'ଣ ରହିବ ପ୍ରଭାବ ?

National

Onion Price Hike / ପିଆଜ କ୍ରୟ ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି; ଗ୍ରାହକ ଓ କୃଷକଙ୍କ ଉପରେ କ'ଣ ରହିବ ପ୍ରଭାବ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପିଆଜ କ୍ରୟ ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି; ଗ୍ରାହକ ଓ କୃଷକଙ୍କ ଉପରେ କ'ଣ ରହିବ ପ୍ରଭାବ ?
Govt Raises Onion Procurement Rate by 13%

Key Points

ସରକାର ପିଆଜର କ୍ରୟ ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଅର୍ଥାତ୍ ସରକାର ଏବେ କୃଷକଙ୍କ ଠାରୁ ୧୮୭୫ ଟଙ୍କା ପରିବର୍ତ୍ତେ ୨୧୨୫ ଟଙ୍କା ପ୍ରତି କ୍ଵିଣ୍ଟାଲ୍‌ରେ ପିଆଜ କିଣିବେ ।
ନୂଆଦିଲ୍ଲୀ: ବଢ଼ିଲା ପିଆଜର କ୍ରୟ ମୂଲ୍ୟ । ଚାଷୀଙ୍କୁ ମିଳିବ ଅଧିକ ଟଙ୍କା । ପିଆଜ ଦର ଓ ବଜାରରେ ଉପଲବ୍ଧତା ବଜାୟ ରଖିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷକଙ୍କୁ ପିଆଜର ସଠିକ୍ ଦାମ ଦେବା ଓ ଜନତାଙ୍କୁ ଦରବୃଦ୍ଧି ଝଟ୍‌କାରୁ ବଞ୍ଚାଇବା ପାଇଁ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି ।

ବଫର ଷ୍ଟକ ପାଇଁ ସରକାର ପିଆଜର କ୍ରୟ ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଅର୍ଥାତ୍ ସରକାର ଏବେ କୃଷକଙ୍କ ଠାରୁ ୧୮୭୫ ଟଙ୍କା ପରିବର୍ତ୍ତେ ୨୧୨୫ ଟଙ୍କା ପ୍ରତି କ୍ଵିଣ୍ଟାଲ୍‌ରେ ପିଆଜ କିଣିବେ । ପରିବର୍ତ୍ତିତ ଦର ୦୨୬ ଜୁଲାଇ ୪ ତାରିଖରୁ ଲାଗୁ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆମେରିକା-ଚୀନର ବଡ଼ ଗେମ୍: ହଠାତ୍ ମହଙ୍ଗା ହେଲା ସୁନା, ଏବେ କିଣିବେ ନା ବିକିବେ ? 

ଚଳିତ ଋତୁରେ ପଞ୍ଚମଥର ବଢ଼ିଲା ଦର

ବଡ଼ କଥା ହେଉଛି ଚଳିତ ଋତୁରେ ସରକାର କ୍ରମାଗତ ପଞ୍ଚମଥର ଲାଗି ପିଆଜର କ୍ରୟ ମୂଲ୍ଯ ବୃଦ୍ଧି କରିଛନ୍ତି । ଜୁନ୍‌ ୧ରୁ ଏବେ ପର୍ଯ୍ୟନ୍ତ ସରକାର ୨ ହଜାର ଟନ୍ ପିଆଜ କିଣିଛନ୍ତି । କୃଷକଙ୍କୁ ଯେଭଳି କ୍ଷତି ନ ହେବ ସେଥିପାଇଁ ସରକାର ପିଆଜ ଦର ବଢ଼ାଉଛନ୍ତି ।

କେବେ କେବେ ବଢ଼ିଲା ମୂଲ୍ୟ ?

ଫସଲ ଋତୁ ଆରମ୍ଭରେ ପିଆଜ କେଜି ପିଛା ୧୨ ଟଙ୍କା ୭୦ ପଇସା ଦେଇ କିଣୁଥିଲେ ସରକାର । ଯାହାପରେ ମେ ୨୨ରେ ଦର କେଜି ପିଛା ୧୫ ଟଙ୍କା ୮୦ ପଇସା, ଜୁନ୍ ୧୩ରେ ୧୬ ଟଙ୍କା ୫୦ ପଇସା, ଜୁନ୍ ୨୦ରେ ୧୭ ଟଙ୍କା ୩୦ ପଇସା ଏବଂ ଜୁଲାଇ ୪ରେ କେଜି ୨୧ ଟଙ୍କା ୨୫ ପଇସାକୁ ବୃଦ୍ଧି କରାଯାଇଛି ।

ଅମଳ ଓ ମହଜୁଦ୍ ସ୍ଥିତି

କୃଷି ଓ କୃଷକ କଲ୍ୟାଣ ବିଭାଗର ଅନୁମାନ ଅନୁସାରେ, ୨୦୨୫-୨୬ ବର୍ଷରେ ଦେଶରେ ମୋଟ ୩୦୭.୩୭ ଲକ୍ଷ ଟନ୍ ପିଆଜ ଅମଳ ହେବ । ଯାହାକି ଗତବର୍ଷ ହୋଇଥିବା ୩୦୭.୬୭ ଲକ୍ଷ ଟନ୍ ସହ ପ୍ରାୟ ସମାନ ।

ଏଥିସହ ପଢ଼ନ୍ତୁ: ଇଥାନଲ ପରେ ଏବେ ଚର୍ଚ୍ଚାରେ ଆଇସୋବୁଟାନଲ? କ'ଣ ରହିଛି କାରଣ? 

ଉପଭୋକ୍ତା ମନ୍ତ୍ରଣାଳୟ ଅନୁସାରେ, ଏବେ ଦେଶରେ ପିଆଜର ଅଭାବ ନାହିଁ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜରାଟ ଭଲି ରାଜ୍ୟରେ ପର୍ଯ୍ୟାପ୍ତ ପିଆଜ ମହଜୁଦ୍ ରହିଛି । ଏଥିସହ ମଣ୍ଡିରେ ସ୍ଥିତି ଠିକ୍ ଅଛି । ଦେଶର ମଣ୍ଡିଗୁଡ଼ିକୁ ଦୈନିକ ୫୦ ହଜାର ଟନ୍ ପିଆଜ ଆସୁଛି । ଏବେ ମଣ୍ଡିରେ ପିଆଜର ହାରାହାରି କେଜି ପିଛା ଦର ୧୫ ଟଙ୍କା ରହିଛି । ଖୁଚୁରାରେ ପିଆଜ କେଜି ପିଛା ୩୧ ଟଙ୍କାରେ ବିକ୍ରି ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored