Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅପରେସନ୍‌ ସିନ୍ଦୂରରେ ସହିଦ ହୋଇଥିଲେ ୬ ଯବାନ, ପ୍ରଥମ ଥର ସାମ୍ନାକୁ ଆସିଲା ନାମ

National

Operation Sindoor Martyrs / ଅପରେସନ୍‌ ସିନ୍ଦୂରରେ ସହିଦ ହୋଇଥିଲେ ୬ ଯବାନ, ପ୍ରଥମ ଥର ସାମ୍ନାକୁ ଆସିଲା ନାମ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଅପରେସନ୍‌ ସିନ୍ଦୂରରେ ସହିଦ ହୋଇଥିଲେ ୬ ଯବାନ, ପ୍ରଥମ ଥର ସାମ୍ନାକୁ ଆସିଲା ନାମ
Operation Sindoor

Key Points

ଦେଶ ପାଇଁ ସର୍ବୋଚ୍ଚ ବଳିଦାନ
ଅପରେସନ୍ ସିନ୍ଦୂରରେ ବଳିଦାନ ଦେଇଥିଲେ ୬ ଯବାନ
ପ୍ରଥମଥର ସାମ୍ନାକୁ ଆସିଲା ନାମ
୨୨ ଏପ୍ରିଲ୍ ୨୦୨୫ରେ ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଆଉ ଭାରତର ଏହି ସମାରିକ ଅଭିଯାନରେ ଭାରତୀୟ ସେନାର ଛଅ ଜଣ ସାହସୀ ସୈନିକ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଆଉ ୬ ଜଣ ସାହାସୀ ସୈନିକଙ୍କ ନାମ ପ୍ରଥମ ଥର ପାଇଁ ସାର୍ବଜନୀନ କରାଯାଇଛି । ଅପରେସନର ସିନ୍ଦୂରରେ ବଳିଦାନ ଦେଇଥିବା ସହିଦଙ୍କ ନାମ ଏବେ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ଲେଖାଯିବ । ଏହି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀର ୱେବସାଇଟରେ ସାର୍ବଜନୀନ କରାଯାଇଛି ।

ସହିଦଙ୍କ ମଧ୍ୟରେ ପାଞ୍ଚ ଜଣ ସେନା ସୈନିକ ଏବଂ ଜଣେ ବାୟୁସେନା ସର୍ଜେଣ୍ଟ ଅଛନ୍ତି

ସହିଦଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ସେନା ସୈନିକ ଏବଂ ଜଣେ ଭାରତୀୟ ବାୟୁସେନା ସର୍ଜେଣ୍ଟ ଅଛନ୍ତି। ସହିଦଙ୍କ ମଧ୍ୟରୁ ଦୁଇଜଣଙ୍କୁ ସେମାନଙ୍କ ସାହସିକତା ପାଇଁ ସରକାର ସମ୍ମାନିତ କରିଛନ୍ତି। ରାଇଫଲ୍‌ମ୍ୟାନ୍ ସୁନୀଲ କୁମାରଙ୍କୁ ମରଣୋତ୍ତର ବୀର ଚକ୍ର ପ୍ରଦାନ କରାଯାଇଥିଲା ଏବଂ ସର୍ଜେଣ୍ଟ ସୁରେନ୍ଦ୍ର କୁମାରଙ୍କୁ ମରଣୋତ୍ତର ବାୟୁ ପଦକ ପ୍ରଦାନ କରାଯାଇଥିଲା । ଅପରେସନ୍ ସିନ୍ଦୂରରେ ସହିଦ ହୋଇଥିବା ସାହସୀ ସୈନିକଙ୍କ ମଧ୍ୟରେ ସୁବେଦାର ମେଜର ପବନ କୁମାର, ରାଇଫଲ୍‌ମ୍ୟାନ୍ ସୁନୀଲ କୁମାର, ଲାନ୍ସ ନାୟକ ଦିନେଶ କୁମାର, ଅଗ୍ନିବୀର ମୁଦ୍ ମୁରଲୀ ନାଏକ, ହାବିଲଦାର ସୁନୀଲ କୁମାର ସିଂହ ଏବଂ ଭାରତୀୟ ବାୟୁସେନାର ସର୍ଜେଣ୍ଟ ସୁରେନ୍ଦ୍ର କୁମାର ରହିଛନ୍ତି ।

ଅଧିକ ପଢ଼ନ୍ତୁ: ବରେଲିରେ ଚାଞ୍ଚଲ୍ୟ...ଡକାୟତି ବେଳେ ମହିଳାଙ୍କ ସହ ଅଶାଳୀନ ବ୍ୟବହାର, ଗନପଏଣ୍ଟରେ ଥିଲେ ସ୍ୱାମୀ


ଜାତୀୟ ଯୁଦ୍ଧ ସ୍ମାରକୀର "ତ୍ୟାଗ ଚକ୍ର" ଦେଶର ସହିଦମାନଙ୍କ ପାଇଁ ଉତ୍ସର୍ଗୀକୃତ । ଏଥିରେ ୧୬ଟି ବୃତ୍ତାକାର ଗ୍ରାନାଇଟ୍ କାନ୍ଥ ରହିଛି, ଯାହାର ପ୍ରତ୍ୟେକ ଇଟା ସ୍ୱାଧୀନତା ପରଠାରୁ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକଙ୍କ ନାମ, ରାଙ୍କ ଏବଂ ୟୁନିଟ୍ ବହନ କରିଛି । ବର୍ତ୍ତମାନ, ଅପରେସନ୍ ସିନ୍ଦୂରର ଏହି ଛଅ ଜଣ ସାହସୀ ପୁତ୍ରଙ୍କ ନାମ ମଧ୍ୟ ଏହି ଗୌରବମୟ ସ୍ମାରକୀର ସ୍ଥାୟୀ ଅଂଶ ହୋଇ ରହିବ । ଦେଶର ସୁରକ୍ଷା ଏବଂ ସମ୍ମାନ ପାଇଁ ନିଜ ଜୀବନ ଦେଇଥିବା ଏହି ସାହସୀ ସୈନିକଙ୍କ ବଳିଦାନ ଦେଶକୁ ସର୍ବଦା ପ୍ରେରଣା ଦେବ ।

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ମେ' ୭, ୨୦୨୫ରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍‌ ସିନ୍ଦୂର । ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଏହି ସାମରିକ ଅପରେସନ୍ ଆରମ୍ଭ କରିଥିଲା । ଏହି କାର୍ଯ୍ୟାନୁଷ୍ଠାନ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ରକ୍ତାକ୍ତ ଆକ୍ରମଣର ଜବାବରେ କରାଯାଇଥିଲା, ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Names of 6 Soldiers Martyred in Operation Sindoor Revealed for First Time | Argus News