Videos
|
National

Operation Sindoor / ଭାରତୀୟ ସେନାର ବଡ଼ ଖୁଲାସା, ଅପରେସନ୍ ସିନ୍ଦୂରରେ ମରିଥିଲେ ୧୦୦ରୁ ଅଧିକ ପାକ୍ ସୈନିକ

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
ଭାରତୀୟ ସେନାର ବଡ଼ ଖୁଲାସା, ଅପରେସନ୍ ସିନ୍ଦୂରରେ ମରିଥିଲେ ୧୦୦ରୁ ଅଧିକ ପାକ୍ ସୈନିକ

Key Points

ଅପେରସନ ସିନ୍ଦୂରକୁ ନେଇ ଭାରତୀୟ ସେନାର ଆଉ ଏକ ବଡ଼ ଖୁଲାସା । ପାକିସ୍ତାନର ୧୨ଟି ଯୁଦ୍ଧ ବିମାନ କରାଯାଇଥିଲା ନଷ୍ଟ । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ଶତାଧିକ ସୈନ୍ୟ ନିହତ ।

ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ଖୁଲାସା କରିଛନ୍ତି ଭାରତୀୟ ସେନା । ମଙ୍ଗଳବାର ଭାରତୀୟ ସେନାର ଡିଜିଏମ୍‌ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏହି ଖୁଲାସା କରିଛନ୍ତି । ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲଓସି)ରେ ୧୦୦ରୁ ଅଧିକ ପାକିସ୍ତାନ ସେନା ମୃତ୍ୟୁବରଣ କରିଛନ୍ତି । ସେ ପାକିସ୍ତାନ ଦ୍ୱାରା ପ୍ରଦାନ କରାଯାଇଥିବା ମରଣୋତ୍ତର ପୁରସ୍କାର ତାଲିକାକୁ ଉଦ୍ଧୃତ କରି ଏହି ସୂଚନା ପ୍ରଦାନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମେ' ମାସରେ ହୋଇଥିବା ସଂଘର୍ଷ ସମୟରେ ପାକିସ୍ତାନ ପ୍ରାୟ ୧୨ଟି ବିମାନ ଧ୍ବଂସ ହୋଇଛି । ମେ' ୭ରେ ଭାରତର ଆକ୍ରମଣ ପରେ ପାକିସ୍ତାନ ସୀମାପାର ଗୁଳିଚାଳନା ଆରମ୍ଭ କରିଥିଲା ।


ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ ପାକିସ୍ତାନ ସମ୍ଭବତଃ ଅଗଷ୍ଟ ୧୪ରେ ଅସାବଧାନତା ବଶତଃ ଏହାର ପୁରସ୍କାର ତାଲିକା ପ୍ରକାଶ କରିଥିଲା। ସେ କହିଛନ୍ତି, 'ମରଣୋତ୍ତର ପୁରସ୍କାର ସଂଖ୍ୟାରୁ ଜଣାପଡ଼ୁଛି ଯେ LOC ପାକିସ୍ତାନର ମୃତାହତ ୧୦୦ରୁ ଅଧିକ ଥିଲା' ।


ପାକିସ୍ତାନର ୧୨ଟି ବିମାନ...


ସେହିପରି ଭାରତୀୟ ବାୟୁସେନା ମୁଖ୍ୟ ଏପି ସିଂହ ଦେଇଥିବା ଡାଟାକୁ ପୁଣି ଥରେ ଦୋହରାଇଛନ୍ତି ଡିଜିଏମ୍‌ଓ । ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ସଂଘର୍ଷ ସମୟରେ ପାକିସ୍ତାନର ପ୍ରାୟ ୧୨ଟି ବିମାନ ଧ୍ବଂସ ହୋଇଛି । ମେ' ୯ ଏବଂ ୧୦ ରାତିରେ ହୋଇଥିବା ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ସଠିକ ଆକ୍ରମଣ ଯୋଗୁଁ ପାକିସ୍ତାନୀରେ ବହୁ କ୍ଷତି ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ପୁରୁଷ ବନ୍ଧୁ

ସେ ଆହୁରି କହିଛନ୍ତି, ଆମେ ସେମାନଙ୍କର ୧୧ଟି ବାୟୁସେନା ଘାଟିକୁ ଆକ୍ରମଣ କରିଥିଲୁ। ଆଠଟି ବାୟୁସେନା ଘାଟି, ତିନୋଟି ହ୍ୟାଙ୍ଗର ଏବଂ ଚାରୋଟି ରାଡାର କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ C-130 ବିମାନ ଏବଂ ଗୋଟିଏ AEW, ଚାରିରୁ ପାଞ୍ଚଟି ଲଢ଼ୁଆ ବିମାନ ନଷ୍ଟ ହୋଇଯାଇଥିଲା ।


ଡିଜିଏମଓ ଜୁନ୍ ମାସରେ ପହଲଗାମ୍ ଆକ୍ରମଣ କରିଥିବା ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ପହଲଗାମ ଆକ୍ରମଣ ପାଇଁ ଦାୟୀ ତିନି ଜଣ ଆତଙ୍କବାଦୀ ଜୁନ ମାସରେ ନିହତ ହୋଇଥିଲେ ଏବଂ ସେମାନଙ୍କୁ ଖୋଜି ନ ମାରିବା ପର୍ଯ୍ୟନ୍ତ ଆମର ଅଭିଯାନ ଜାରି ରହିଥିଲା । ଏହା କରିବାକୁ ଆମକୁ ମୋଟ ୯୬ ଦିନ ଲାଗିଥିଲା, କିନ୍ତୁ ଆମେ ଆତଙ୍କବାଦୀମାନଙ୍କୁ ଆଶ୍ୱସ୍ତିର ନିଶ୍ୱାସ ନେବାକୁ ଦେଇନଥିଲୁ । ଆତଙ୍କବାଦୀମାନେ ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇଯାଇଥିଲେ ଏବଂ ସେମାନଙ୍କ ମୃତଦେହକୁ ଦେଖି ଲାଗୁଥିଲା ଯେ ସେମାନେ କୁପୋଷଣର ଶିକାର ହୋଇଯାଇଛନ୍ତି ।