Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India Will Not Forget / 'କିଛି ସୀମା କେବେ ଲଂଘିବା ଅନୁଚିତ୍...'; ପହଲଗାମ ଆକ୍ରମଣକୁ ବର୍ଷେ ପୂର୍ତ୍ତିରେ ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା

Sushanta Sahoo
Browse all articles by Sushanta Sahoo
·2 months ago·2 min read
'କିଛି ସୀମା କେବେ ଲଂଘିବା ଅନୁଚିତ୍...'; ପହଲଗାମ ଆକ୍ରମଣକୁ ବର୍ଷେ ପୂର୍ତ୍ତିରେ ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା
Indian Army Issues Strong Warning

Key Points

ପହଲଗାମର ସେହି ବର୍ବର, ନିଷ୍ଠୁର ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଛି । ଉକ୍ତ ଘଟଣା ସାରା ଦେଶକୁ କନ୍ଦାଇ ଦେଇଥିଲା । ପହଲଗାମ ଆକ୍ରମଣକୁ ବର୍ଷେ ପୂର୍ତ୍ତିରେ ଭାରତୀୟ ସେନା, ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା ଦେଇଛି ।
ନୂଆଦିଲ୍ଲୀ: ହସୁଥିଲା ପାହାଡ଼, ମନ ମୋହୁଥିଲା ସବୁଜ ବନାନୀ । ଜମ୍ମୁ-କାଶ୍ମୀରର ପହଲଗାମରେ ପ୍ରକୃତି କୋଳରେ ସମସ୍ତେ ଆନନ୍ଦରେ ବିଭୋର ଥିଲେ । ଆଉ ସେହି ସମୟରେ ହଠାତ୍ ଆଖିବୁଜା ଗୁଳିମାଡ଼ କରିଥିଲେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ । ଚାହୁଁ ଚାହୁଁ ଟଳି ପଡ଼ିଲେ ୨୬ ନିର୍ଦ୍ଦୋଷ ।

ସେଦିନ ଥିଲା ୨୦୨୫ ଏପ୍ରିଲ୍ ୨୨ ତାରିଖ । ପହଲଗାମର ସେହି ବର୍ବର, ନିଷ୍ଠୁର ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି । ଉକ୍ତ ଘଟଣା ସାରା ଦେଶକୁ କନ୍ଦାଇ ଦେଇଥିଲା । ପହଲଗାମ ଆକ୍ରମଣକୁ ବର୍ଷେ ପୂର୍ତ୍ତିରେ ଭାରତୀୟ ସେନା, ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା ଦେଇଛି ।

ଏଥିସହ ପଢ଼ନ୍ତୁ: ପହଲଗାମ ଆକ୍ରମଣ: ପାକିସ୍ତାନର ପୋଲ୍ ଖୋଲିଲା ଲସ୍କର ଆତଙ୍କବାଦୀ

ପାକିସ୍ତାନକୁ ଚେତାବନୀ

ପହଲଗାମ ଆକ୍ରମଣକୁ ବର୍ଷେ ପୂରୁଥିବା ବେଳେ ଭାରତୀୟ ସେନା ଅପରେସନ୍ ସିନ୍ଦୂର କଥା ମନେ ପକାଇ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛି । ସେନା ପକ୍ଷରୁ ଅତିରିକ୍ତ ମହାନିର୍ଦ୍ଦେଶକ (ADG PI) ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।


ଲେଖିଛନ୍ତି, "ଯେତେବେଳେ ମାନବିକତା ସୀମା ଲଂଘେ, ଜବାବ ନିର୍ଣ୍ଣାୟକ ହୋଇଥାଏ । ନ୍ୟାୟ ମିଳିଛି, ଭାରତ ଏକଜୁଟ୍ ଅଛି ।" ଏହି ପୋଷ୍ଟରେ ସେନା ଲେଖିଛି, "କିଛି ସୀମା କେବେ ପାର୍ କରିବା ଅନୁଚିତ୍, ଭାରତ ଭୁଲିବ ନାହିଁ ।"

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ବେଳେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରିଥିଲେ ଆତଙ୍କବାଦୀ । ସେହି ଆତଙ୍କବାଦୀ ଆକ୍ରମଣର ଦୁଃଖରେ ଆଜି ବି ପୀଡ଼ିତ ପରିବାର ମର୍ମାହତ ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ବାଲେଶ୍ଵରର ପ୍ରଶାନ୍ତ କୁମାର ଶତପଥୀ । ଆକ୍ରମଣକୁ ବର୍ଷେ ହୋଇଥିବା ବେଳେ ତାଙ୍କ ପତ୍ନୀ କହିଛନ୍ତି, "ବର୍ଷେ ବିତିଯିବା ପରେ ମଧ୍ୟ ଏମିତି କୌଣସି ଦିନ ନାହିଁ, ଯେଉଁଦିନ ମୁଁ ସ୍ଵାମୀଙ୍କୁ ମନେ ପକାଇ ନାହିଁ ।"

ଅପରେସନ୍ ସିନ୍ଦୂର, ଆତଙ୍କୀ ଆଡ୍ଡା ଧ୍ଵଂସ

ପହଲଗାମ ଆକ୍ରମଣ ପରେ ଭାରତ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ୨୦୨୫ ମେ ୭ ତାରିଖରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର । ଯେଉଁଥିରେ ଭାରତୀୟ ସେନା, ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ବଡ଼ ଲଞ୍ଚ ପ୍ୟାଡ୍ ଧ୍ଵଂସ କରିଥିଲା । ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ୍ଲ ମୁଜାହିଦ୍ଦୀନ ଭଳି ଆତଙ୍କୀ ସଂଗଠନକୁ ଟାର୍ଗେଟ୍ କରିଥିଲା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ପହଲଗାମ ଆକ୍ରମଣର ପ୍ରତିଶୋଧ...ଅପରେସନ ସିନ୍ଦୁର 

ମୁଣ୍ଡ ନୂଆଁଇଥିଲା ପାକିସ୍ତାନ

ଏହା ପରେ ପାକିସ୍ତାନ ପଟୁ ଡ୍ରୋନ୍ ଆକ୍ରମଣ ସହ ଗୁଳିମାଡ଼ କରାଯାଇଥିଲା । ୪ ଦିନ ପର୍ଯ୍ୟନ୍ତ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା । ଭାରତୀୟ ସେନା ଜବାବୀ ଆକ୍ରମଣରେ ଲାହୋର ଓ ଗୁଞ୍ଜରୱାଲା ନିକଟରେ ପାକିସ୍ତାନ ରାଡାର ସିଷ୍ଟମକୁ ଧ୍ଵଂସ କରିଥିଲା । ପାକିସ୍ତାନର ବିପୁଳ କ୍ଷତି ପରେ ପାକିସ୍ତାନ DGMO, ଭାରତର DGMOଙ୍କ ସହ ସମ୍ପର୍କ କରି ମେ ୧୦ରେ ଅସ୍ତ୍ରବିରତି ପାଇଁ ସହମତ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pahalgam Attack Anniversary: India Warns Terrorists ‘We Will Not Forget’ | Argus News | Argus News