Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pahalgam Terror Attack / ପହଲଗାମ ଆତଙ୍କବାଦୀ ଆକ୍ରମଣ: ଆଜି ଚାର୍ଜସିଟ୍‌ ଦାଖଲ କରିବ NIA

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ପହଲଗାମ ଆତଙ୍କବାଦୀ ଆକ୍ରମଣ: ଆଜି ଚାର୍ଜସିଟ୍‌ ଦାଖଲ କରିବ NIA
Pahalgam Terror Attack

Key Points

ପହଲଗାମ ଆତଙ୍କବାଦୀ ଆକ୍ରମଣ । ଆଜି ଚାର୍ଜସିଟ୍‌ ଦାଖଲ କରିବ NIA । ତଦନ୍ତ ବେଳେ ୧୦୦୦ରୁ ଅଧିକ ଲୋକଙ୍କୁ କରିଛି ପଚରାଉଚରା ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ NIA ଆଜି ଏକ ଚାର୍ଜସିଟ୍ ଦାଖଲ କରିବ । ଆଜି ଜମ୍ମୁର ଏକ ସ୍ୱତନ୍ତ୍ର NIA କୋର୍ଟରେ ଚାର୍ଜସିଟ୍ ଉପସ୍ଥାପନ କରିବ । ୨୨ ଏପ୍ରିଲ୍‌ ୨୦୨୫ରେ ପହଲଗାମର ବୈସାରଣ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ନୀରିହ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଅତି ନିର୍ମମ ଭାବେ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଏହି ନୃଶଂସ ଆକ୍ରମଣରେ ମୋଟ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ଦାଖଲ ହେବାକୁ ଥିବା ଚାର୍ଜସିଟ୍‌ରେ ୩ ଜଣ ସ୍ଥାନୀୟ ଅଭିଯୁକ୍ତଙ୍କ ନାମ ରହିବ ।

ଅଧିକ ପଢ଼ନ୍ତୁ: ପ୍ରେମାନନ୍ଦ ମହାରାଜ କାହିଁକି କହିଲେ ସମାଜକୁ କଳୁଷିତ କରନାହିଁ


ଏହି ଚାର୍ଜସିଟ୍ ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ଏବଂ ସମଗ୍ର ନେଟୱାର୍କର ଖୁଲାସା କରିବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦ ଏବଂ ତାଙ୍କ ଡେପୁଟି ସୈଫୁଲ୍ଲା କସୁରିଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବରେ ନାମିତ କରାଯିବାର ସମ୍ଭାବନା ରହିଛି।

ଚାର୍ଜସିଟ୍‌ରେ ତିନି ଜଣ ସ୍ଥାନୀୟ ଅଭିଯୁକ୍ତଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହେବ: ବଶିର ଅହମ୍ମଦ ଜୋଥାର, ପରଭେଜ ଅହମ୍ମଦ ଜୋଥାର ଏବଂ ମହମ୍ମଦ ୟୁସୁଫ୍ କଟାରି । ଏହି ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆବାସ ଯୋଗାଇବା ଏବଂ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଅଭିଯୋଗ ରହିଛି ।

NIA ତଦନ୍ତରୁ ଜଣାପଡିଛି ଯେ ବଶିର ଏବଂ ପରଭେଜ ଜୋଥାର ଉଭୟ ସ୍ଥାନୀୟ ବାସିନ୍ଦା । ଏହି ଦୁଇଜଣ ୨୧ ଏପ୍ରିଲ୍ ରାତିରେ ହିଲ୍ ପାର୍କ ଅଞ୍ଚଳର ଏକ କୁଡ଼ିଆରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ଆକ୍ରମଣର ପ୍ରାୟ ଦୁଇ ମାସ ପରେ ଜୁନ୍ ୨୨ ତାରିଖରେ ଦୁଇ ଭାଇଙ୍କୁ ଗିରଫ କରାଯାଇଥିଲା। NIA ସୂତ୍ର ଅନୁଯାୟୀ, ଜୋଥାର ଭାଇଙ୍କ ଫୋନରୁ ଅନେକ ପାକିସ୍ତାନୀ ନମ୍ବର ମିଳିଥିଲା, ଯାହା ସମଗ୍ର ନେଟୱାର୍କକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା।

ଆକ୍ରମଣର ପରଦିନ ସୁରକ୍ଷା ବାହିନୀ ଏକ ବଡ଼ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ୨୮ ଜୁଲାଇରେ ଦାଚିଗାମ୍ ଜଙ୍ଗଲରେ ତିନି ପାକିସ୍ତାନୀ ଆତଙ୍କବାଦୀ ସୁଲେମାନ ଶାହ, ହମଜା ଆଫଗାନି ଓରଫ ଆଫଗାନି ଏବଂ ଜିବ୍ରାନଙ୍କୁ ହତ୍ୟା କରାଯାଇଥିଲା । ତଦନ୍ତରେ ପର୍ଯ୍ୟଟକ, ଘୋଡା ଚାଳକ, ଫଟୋଗ୍ରାଫର ଏବଂ ଦୋକାନୀ ସମେତ ୧୦୦୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି ।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ୭ ମେ'ରେ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା । ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pahalgam Terror Attack: NIA to File Chargesheet Today, Masterminds to Be Named | Argus News