Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - Twitter କିଣୁ କିଣୁ ଚାକିରିରୁ ବିଦା କରିଥିଲେ ମସ୍କ; ପରାଗ ଛିଡ଼ା କରିଦେଲେ ୧୬ ହଜାର କୋଟିର AI ସାମ୍ରାଜ୍ୟ

National

Parag Agrawal / Twitter କିଣୁ କିଣୁ ଚାକିରିରୁ ବିଦା କରିଥିଲେ ମସ୍କ; ପରାଗ ଛିଡ଼ା କରିଦେଲେ ୧୬ ହଜାର କୋଟିର AI ସାମ୍ରାଜ୍ୟ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
Twitter କିଣୁ କିଣୁ ଚାକିରିରୁ ବିଦା କରିଥିଲେ ମସ୍କ; ପରାଗ ଛିଡ଼ା କରିଦେଲେ ୧୬ ହଜାର କୋଟିର AI ସାମ୍ରାଜ୍ୟ
Parag Agrawal's Inspiring Journey

Key Points

ଟ୍ୱିଟରରୁ ବିଦା ହେବା ପରେ ପରାଗ ତାଙ୍କ ସ୍ଵପ୍ନରେ ବ୍ରେକ୍ ଦେଇ ନଥିଲେ । ନିଜର ଅଭିଜ୍ଞତାକୁ ନେଇ AI କ୍ଷେତ୍ରରେ ଗଢ଼ିଥିଲେ ନୂଆ କମ୍ପାନୀ ।
ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କ ଲାଗି ବଡ଼ କମ୍ପାନୀର ଚାକିରି ଚାଲିଯିବା ଝଟ୍‌କା ଭଳି । କିନ୍ତୁ ଟ୍ୱିଟର୍‌ (ଏବେର X)ର ପୂର୍ବତନ CEO ପରାଗ ଅଗ୍ରୱାଲଙ୍କ କାହାଣୀ ଏହି କଥାକୁ ପ୍ରମାଣିତ କରିଛି ଯେ, କାହାରିକୁ ବଡ଼ ପଦରୁ ହଟାଇବା ଅର୍ଥ ତାଙ୍କ କ୍ୟାରିୟରର ଶେଷ ନୁହେଁ । ବରଂ ଏକ ନୂଆ ଓ ବଡ଼ ଆରମ୍ଭ ହୋଇପାରେ ।

ଟ୍ୱିଟରର ପୂର୍ବତନ CEO ପରାଗ ଅଗ୍ରୱାଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ଟ୍ୱିଟର ପାଇଁ ନୁହେଁ, ବରଂ ସେ ନିଜେ ଗଢ଼ିଥିବା AI ସାମ୍ରାଜ୍ୟ ପାଇଁ ନେଇ ଚର୍ଚ୍ଚା ଆଲୋଚନା ହେଉଛି ।

ଏଥିସହ ପଢ଼ନ୍ତୁ: ମେଟା ଆଣୁଛି ନୂଆ AI ସ୍ମାର୍ଟ ଗ୍ଲାସ୍: ଆପଣଙ୍କ ପ୍ରତିଟି ଗତିବିଧି ଉପରେ ରଖିବ ନଜର

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବରରେ ଏଲନ୍ ମସ୍କ ଟ୍ୱିଟର୍ କିଣିବା ପରେ ପରାଗଙ୍କୁ CEO ପଦରୁ ହଟାଇ ଦେଇଥିଲେ । ଏହାପରେ ପରାଗ ଅଗ୍ରୱାଲ ଅନ୍ୟ କୌଣସି ବଡ଼ କମ୍ପାନୀରେ ଚାକିରି ନକରି ଆରମ୍ଭ କରିଥିଲେ ନିଜର ନୂଆ କମ୍ପାନୀ । ୨୦୨୩ରେ Parallel Web Systems ନାଁରେ ପରାଗ ଆରମ୍ଭ କରିଥିଲେ ଷ୍ଟାର୍ଟ ଅପ୍ ।

ଆଉ ମାତ୍ର ୨ ବର୍ଷରେ ଏବେ ତାଙ୍କ କମ୍ପାନୀର ମୂଲ୍ୟ ପ୍ରାୟ୨ ଅରବ ଡଲାର୍ ଅର୍ଥାତ୍ ପ୍ରାୟ ୧୬ ହଜାର କୋଟି ଟଙ୍କା । ପରାଗ ଅଗ୍ରୱାଲ IIT ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ପଢ଼ିଥିଲେ । ପରେ ଆମେରିକାର Stanford Universityରୁ PhD କରିଥିଲେ । ସେ ୨୦୧୧ରେ ସଫ୍ଟୱେର ଇଞ୍ଜିନିୟର ଭାବେ ଟ୍ୱିଟରରେ ଯୋଗ ଦେଇଥିଲେ । ୨୦୧୭ରେ CTO ଏବଂ ୨୦୨୧ ନଭେମ୍ବରରେ କମ୍ପାନୀର CEO ହୋଇଥିଲେ ।

ଟ୍ୱିଟରରୁ ବିଦା ହେବା ପରେ ପରାଗ ତାଙ୍କ ସ୍ଵପ୍ନରେ ବ୍ରେକ୍ ଦେଇ ନଥିଲେ । ନିଜର ଅଭିଜ୍ଞତାକୁ ନେଇ AI କ୍ଷେତ୍ରରେ ଗଢ଼ିଥିଲେ ନୂଆ କମ୍ପାନୀ । ଯାହାକି କମ୍ ସମୟ ମଧ୍ୟରେ ଲୋକପ୍ରିୟ ହୋଇଛି। କମ୍ପାନୀକୁ ବଡ଼ ନିବେଶ ମିଳିବା ସହ ଏହାର ବଜାର ମୂଲ୍ୟ ମଧ୍ୟ ବଢ଼ିଛି ।

ଏଥିସହ ପଢ଼ନ୍ତୁ: ଶସ୍ତା ହୋଇପାରେ ଫୋନ୍ ଓ ଲାପଟପ୍ ଓ ଟିଭି , ସରକାର ନେଲେ ଏହି ବଡ଼ ପଦକ୍ଷେପ 

ପରାଗଙ୍କ Parallel Web Systems ଏପରି ଟେକ୍ନୋଲୋଜି ତିଆରି କରୁଛି, ଯାହାଦ୍ୱାରା AI ସିଷ୍ଟମ୍‌ ଇଣ୍ଟରନେଟ୍‌ରୁ ନୂଆ ତଥ୍ୟ ମିଳି ପାରୁଛି । ଏହା ଅନେକ ୱେବସାଇଟ୍‌ରୁ ତଥ୍ୟ ସଂଗ୍ରହ, ଯାଞ୍ଚ ଏବଂ ଗବେଷଣା କରିବାରେ AI ଏଜେଣ୍ଟଗୁଡ଼ିକୁ ସହାୟତା କରୁଛି ।

୨୦୨୬ ଏପ୍ରିଲରେ କମ୍ପାନୀ ୧୦୦ ମିଲିୟନ୍ ଡଲାରର ନୂଆ ପୁଞ୍ଜି ପାଇଥିଲା । ଏପର୍ଯ୍ୟନ୍ତ କମ୍ପାନୀ ମୋଟ ୨୩୦ ମିଲିୟନ୍ ଡଲାର ପୁଞ୍ଜି ସଂଗ୍ରହ କରିଛି । ଏବେ ସମସ୍ତଙ୍କ ନଜର ପରାଗଙ୍କ ଏହି AI ଷ୍ଟାର୍ଟଅପ୍ ଆଗାମୀ ଦିନରେ ଗୁଗଲ୍, ମେଟା ଓ OpenAI ଭଳି ବଡ଼ କମ୍ପାନୀ ସହ କିଭଳି ପ୍ରତିଯୋଗୀତା କରୁଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored