Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Patna 10 Circular Road Bungalow / ସରକାରୀ ବାସଭବନରେ ଦଳ ବଳ ସହ ପହଞ୍ଚିଲା ପ୍ରଶାସନ; କ'ଣ କହିାଲେ ରାବ୍ରି ଦେବୀ?

Subhramjit Ray
Browse all articles by Subhramjit Ray
·1 month ago·2 min read
ସରକାରୀ ବାସଭବନରେ ଦଳ ବଳ ସହ ପହଞ୍ଚିଲା ପ୍ରଶାସନ; କ'ଣ କହିାଲେ ରାବ୍ରି ଦେବୀ?
Patna 10 Circular Road Bungalow

Key Points

ରାଜଧାନୀ ପାଟନା ସ୍ଥିତ ୧୦ ସର୍କୁଲାର ରୋଡ୍ ବଙ୍ଗଳା ଖାଲି କରିବା ମାମଲା ଏବେ ଏକ ଆଇନଗତ ଏବଂ ରାଜନୈତିକ ଯୁଦ୍ଧକ୍ଷେତ୍ର ପାଲଟିଛି।
Rabri Devis Official Residence Eviction Case: ରାଜଧାନୀ ପାଟନା ସ୍ଥିତ ୧୦ ସର୍କୁଲାର ରୋଡ୍ ବଙ୍ଗଳା ଖାଲି କରିବା ପାଇଁ ମିଳିସାରିଛି ସରକାରୀ ନିର୍ଦ୍ଦେଶ। ଏହି ସରକାରୀ ଆଦେଶ ଆସିବା ପରେ ସଜାଗ ହୋଇଉଠିଛି ପ୍ରଶାସନ। ବିହାର ସଚିବାଳୟ ଏସଡିପିଓ ଅନୁ କୁମାରୀ ଦଳ ବଳ ସହ ପାଟନା ସ୍ଥିତ ୧୦ ସର୍କୁଲାର ରୋଡ୍ ବଙ୍ଗଳାରେ ପହଞ୍ଚିଥିଲେ।

ଏହି ବଙ୍ଗଳା କୌଣସି ସାଧାରଣ ସରକାରୀ ବାସଭବନ ନୁହେଁ। ଏଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁ ଯାଦବଙ୍କ ଧର୍ମପତ୍ନୀ ରାବ୍ରୀ ଦେବୀ ରହୁଛନ୍ତି। ଦୁଇ ବରିଷ୍ଠ ଅଧିକାରୀ ବଙ୍ଗଳାରେ ପ୍ରବେଶ କରି ବର୍ତ୍ତମାନ ବିହାର ବିଧାନସଭା ପରିଷଦର ବିରୋଧି ଦଳ ନେତା ରାବ୍ରୀ ଦେବୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେମାନେ ବିହାର ସରକାରଙ୍କ ଭବନ ନିର୍ମାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିସ୍ ଏବଂ ବାସଭବନ ଖାଲି କରିବା ପାଇଁ ଆଇନଗତ ନିର୍ଦ୍ଦେଶ ବିଷୟରେ ତାଙ୍କୁ ଅବଗତ କରାଇଥିଲେ।

ଏହା ସହ ପଢନ୍ତୁ: ସରକାରୀ ବାସଭବନରେ ଦଳ ବଳ ସହ ପହଞ୍ଚିଲା ପ୍ରଶାସନ; କ'ଣ କହିାଲେ ରାବ୍ରି ଦେବୀ?

ତରବରରେ ଛାଡ଼ିବି ନାହିଁ ସରକାର ବାସଭବନ: ରାବ୍ରି ଦେବୀ
ସରକାରୀ ସୂତ୍ର ଅନୁଯାୟୀ ବର୍ତ୍ତମାନ ରାବ୍ରି ଦେବୀ ବର୍ତ୍ତମାନ ରାଜଧାନୀ ପାଟନା ସ୍ଥିତ ୧୦ ସର୍କୁଲାର ରୋଡ୍ ବଙ୍ଗଳା ଖାଲି କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ସେ ପ୍ରଶାସନ ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ତରବରରେ ତାଙ୍କ ସରକାରୀ ବାସଭବନ ଖାଲି କରିବେ ନାହିଁ।

ଏହି ସରକାରୀ ବଙ୍ଗଳାକୁ ଖାଲି କରିବା ପାଇଁ ସମୟସୀମା ଶେଷ ହେବା ପରେ ଭବନ ନିର୍ମାଣ ବିଭାଗ ପୂର୍ବରୁ ଦୁଇଟି ନୋଟିସ ଜାରି କରିସାରିଛି। ଏନେଇ ବିଭାଗ କହୁଛି ଯେ ଯଦି ତୃତୀୟ ନୋଟିସ ଦିଆଯିବା ପରେ ଏହି ବଙ୍ଗଳା ଖାଲି କରାନଯାଏ, ତାହେଲେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରି ପୋଲିସ ସହାୟତାରେ ବଙ୍ଗଳାକୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିପାରେ।

କ'ଣ ରହିଛି ପୁରା ଘଟଣାକ୍ରମ?
ବିହାର ସରକାରଙ୍କ ଭବନ ନିର୍ମାଣ ବିଭାଗ, ବର୍ତ୍ତମାନର ମନ୍ତ୍ରୀ ନନ୍ଦ କିଶୋର ରାମଙ୍କୁ ୧୦ ସର୍କୁଲାର ରୋଡ୍ ବଙ୍ଗଳା ଆବଣ୍ଟିତ କରିଛି। ଯାହା ପରେ ଏହି ବିବାଦ ଆରମ୍ଭ ହୋଇଯାଇଛି। ବିଭାଗ ଯୁକ୍ତି ଦର୍ଶାଉଛି ଯେ ୨୦୨୫ ଶେଷ ସୁଦ୍ଧା ରାବ୍ରୀ ଦେବୀଙ୍କୁ ୩୯ ହାର୍ଡିଂ ରୋଡ୍ ସ୍ଥିତ ଆଉ ଏକ ସରକାରୀ ବାସଭବନ ଆବଣ୍ଟିତ କରାଯାଇଛି। ଯାହାକୁ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସଜ୍ଜିତ କରାଯାଇଛି। ହେଲେ ତଥାପି ପୁରୁଣା ବଙ୍ଗଳା ଖାଲି କରିବାକୁ ଲାଲୁ ପରିବାର ମନା କରିବା ପରେ, ମାମଲା ଏବେ ଏକ ଆଇନଗତ ଏବଂ ରାଜନୈତିକ ଯୁଦ୍ଧକ୍ଷେତ୍ର ପାଲଟିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored