AP DCM Pawan Kalyan / 'ବାକ୍ ସ୍ୱାଧିନତାର ଅର୍ଥ ନୁହେଁ କାହାକୁ ଖୋଲାଖୋଲି ଗାଳି ଦେବା'
·1 hour ago·3 min read

Key Points
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉଭୟ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ପରିବାର ସଦସ୍ୟଙ୍କକୁ ଟାର୍ଗେଟ କରି ଅପମାନଜନକ ପୋଷ୍ଟ ପୋଷ୍ଟ କରିଥିବା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଉପରେ ବର୍ଷି ଏକଥା କହିଛନ୍ତି ପବନ କଲ୍ୟାଣ।
AP DCM on Free Speech: ବାକ୍ ସ୍ୱାଧିନତା ଏବଂ ସୋସିଆଲ ମିଡ଼ିଆ ଅପବ୍ୟବହାରକୁ ନେଇ ଚେତାଇ ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ। ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡି଼ଆ ମାଧ୍ୟମରେ ଦୁର୍ବ୍ୟବହାର, ଧମକ କିମ୍ବା ବଦନାମ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ସମାଲୋଚନା କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବାକ୍ ସ୍ୱାଧିନତାର ଅର୍ଥ ନୁହେଁ କାହାକୁ ଗାଳି ଗୁଲଜ କରିବା। ସେ ଆହୁରି କହିଛନ୍ତି ଯେ ଏହି ସାମ୍ବିଧାନିକ ମୌଳିକ ଅଧିକାର ଏକ ଦାୟିତ୍ୱ ମଧ୍ୟ ବହନ କରିଥାଏ। ଲୋକଙ୍କୁ ସରକାରଙ୍କୁ ପ୍ରଶ୍ନ କରିବାର, ସରକାରୀ ନିଷ୍ପତ୍ତିକୁ ସମାଲୋଚନା କରିବାର ଏବଂ ସେମାନଙ୍କର ଭିନ୍ନ ମତାମତ ପ୍ରକାଶ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ହେଲେ ଏହି ସମାଲୋଚନା ସମ୍ମାନଜନକ ଏବଂ ଆଇନର ପରିସର ମଧ୍ୟରେ ରହିବା ଆବଶ୍ୟକ।
ବାକ୍ ସ୍ୱାଧିନତାର ଅର୍ଥ ଗାଳି ଦେବା ନୁହେଁ
ପବନ କଲ୍ୟାଣ କହିଛନ୍ତି ଯେ ବାକ୍ ସ୍ୱାଧିନତାର ଅର୍ଥ ଗାଳି ଦେବା ନୁହେଁ। ଭାରତୀୟ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଶ୍ଚିତ ଭାବରେ ବାକ୍ ସ୍ୱାଧିନତା ଅଧିକାର ପ୍ରଦାନ କରିଛି। ହେଲେ ଏହାର ଅର୍ଥ ଏହା ନୁହେଁ କେହି ଜଣେ ମନ ଇଚ୍ଛା ଅନୁପଯୁକ୍ତ କିଛି କହିବ। ସମ୍ବିଧାନର ଧାରା ୧୯(୨) ସାର୍ବଜନୀନ ଶୃଙ୍ଖଳା, ଜାତୀୟ ସୁରକ୍ଷା, ନୈତିକତା, ଶାଳୀନତା ଏବଂ ଲୋକଙ୍କ ପ୍ରତିଷ୍ଠାକୁ ସୁରକ୍ଷା ଦେବା ପାଇଁ ଯୁକ୍ତିଯୁକ୍ତ ପ୍ରତିବନ୍ଧକକୁ ଅନୁମତି ଦେଇଥାଏ। ବାକ୍ ସ୍ୱାଧୀନତା ନାମରେ ଧମକ, ମିଥ୍ୟା ଅଭିଯୋଗ, ମହିଳାଙ୍କୁ ଅପମାନିତ କରିବା, ଘୃଣା ପ୍ରସାର, ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଜଣେ ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।
ଯଦି ଆପଣ କିଛି ଭୁଲ କୁହନ୍ତି, ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ
ସେ ଆହୁରି କହିଛନ୍ତି, "ଆପଣ ଆମକୁ ପ୍ରଶ୍ନ ପଚାରନ୍ତୁ, ଆମକୁ ସମାଲୋଚନା କରନ୍ତୁ ଏବଂ ଆପଣଙ୍କ ବ୍ୟକ୍ତିଗତ ମତାମତ ପ୍ରକାଶ କରନ୍ତୁ ସେଥିରେ ଆମର କୌଣସି ଅସୁବିଧା ନାହିଁ। ହେଲେ ଏହା ସମ୍ମାନ ଏବଂ ଦାୟିତ୍ୱର ସହ ହେବା ଆବଶ୍ୟକ। ଏହି କଥା ଆଇନକୁ ସମ୍ମାନ ଦେଇ କହିବା ଆବଶ୍ୟକ। ସେତବେଳେ ଯାଇ ଆମର ଗଣତନ୍ତ୍ର ମଜବୁତ ହେବ। ଯଦି କେହି ଭାବୁଛନ୍ତି ଯେ ସେମାନେ ପରିଣାମ ବିନା କିଛି କହି ଦେଇପାରିବେ, ତାହେଲେ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ହେବ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମ ଜନସାଧାରଣଙ୍କ ସମସ୍ୟା ଉଠାଇବା ଏବଂ ସରକାରଙ୍କୁ ଦାୟୀ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ। ହେଲେ ଏହାକୁ ବ୍ୟବହାର କରି ମହିଳାଙ୍କୁ ଅପମାନିତ କରିବା, ମିଥ୍ୟ ଖବର ପ୍ରସାରଣ କରିବା, ନକଲି ଏବଂ ଯାଞ୍ଚ ହୋଇନଥିବା ଫଟୋ-ଭିଡ଼ିଓ ସେୟାର କରିବା, ଅନଲାଇନ୍ ଉତ୍ପୀଡ଼ନ, ବ୍ୟକ୍ତିଗତ ଆକ୍ରମଣ ଭଳି ଘଟଣା ମଧ୍ୟ ବଢିବାରେ ଲାଗିଛି। ଯାହା ସୋସିଆଲ ମିଡ଼ିଆ ଅପବ୍ୟବହାରକୁ ଦର୍ଶାଉଛି।
ଏହା ସହ ପଢନ୍ତୁ: ଭାରତ ନୁହେଁ ପୂର୍ବରୁ ଅନେକ ଦେଶ ଲଗାଇଛନ୍ତି ଟେଲିଗ୍ରାମ ଉପରେ ବ୍ୟାନ୍; ଜାଣନ୍ତୁ କାହିଁକି?
ସୋସିଆଲ୍ ମିଡି଼ଆ ଅପବ୍ୟବହାରକୁ ନେଇ ଦେଲେ ଚେତାବନୀ
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉଭୟ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ପରିବାରକୁ ଟାର୍ଗେଟ କରି କରାଯାଇଥିବା ଅପମାନଜନକ ପୋଷ୍ଟ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଚେତାଇ ଦେଇ ଏହି ମନ୍ତବ୍ୟ ଦେଇଥିଲେ। ଏହା ପରେ ଆନ୍ଧ୍ର ପ୍ରଦେଶ ପୋଲିସ, ପଡ଼ୋଶୀ ତେଲେଙ୍ଗାନାରୁ ଅନେକ ବ୍ୟକ୍ତିଙ୍କୁ ଗିରଫ କରିଛି। ସରକାର କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଅନଲାଇନ୍ ଆଚରଣ ବିରୋଧରେ ନିଆଯାଇଛି। ଏହା କୌଣସି ନ୍ୟାୟସଙ୍ଗତ ସମାଲୋଚନା କିମ୍ବା ରାଜନୈତିକ ମତଭେଦ ବିରୋଧରେ ନିଆଯାଇନାହିଁ।
ଗିରଫ ହୋଇଥିବା ବ୍ୟକ୍ତି ପବନ କଲ୍ୟାଣ ଏବଂ ଅନ୍ୟମାନଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅପମାନଜନକ ଏବଂ ମାନହାନିଜନକ ବାର୍ତ୍ତା ପୋଷ୍ଟ କରିଥିବାର ଅଭିଯୋଗ ହୋଇଛି। ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ଖୁବ୍ ଶୀଘ୍ର ସୋସିଆଲ ମିଡି଼ଆ ଅପବ୍ୟବହାର ସମ୍ପର୍କିତ ଅଭିଯୋଗ ଦାଖଲ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିବ। ଯେଉଁଠାରେ ପ୍ରମାଣ ଭାବରେ ସ୍କ୍ରିନସଟ୍, ଲିଙ୍କ୍ ଏବଂ ଭିଡିଓ ଦାଖଲ କରାଯାଇପାରିବ। ପ୍ରତ୍ୟେକ ଅଭିଯୋଗର ତଦନ୍ତ କରାଯିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Pawan Kalyan social media abuse statementFreedom of speech does not mean freedom to abusePawan Kalyan warning to trollersAndhra Pradesh social media task forcePawan Kalyan speech on fake accountsAP Deputy CM on social media misuseReasonable restrictions Article 19 clause 2Jana Sena Party social media campaignOnline harassment cases Andhra PradeshCyber crime cells in Andhra Pradesh