Telegram Ban History / ଭାରତ ନୁହେଁ ପୂର୍ବରୁ ଅନେକ ଦେଶ ଲଗାଇଛନ୍ତି ଟେଲିଗ୍ରାମ ଉପରେ ବ୍ୟାନ୍; ଜାଣନ୍ତୁ କାହିଁକି?
·1 hour ago·3 min read

Key Points
ବିଶ୍ୱରେ ଭାରତ ଭାରତ ପ୍ରଥମ ଦେଶ ହୋଇନାହିଁ ଯିଏ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଛି। ବିଶ୍ୱର ଅନେକ ଦେଶ ଭିନ୍ନ ଭିନ୍ନ କାରଣ ପାଇଁ ନିଷେଧାଦେଶ ଜାରି କରିଛନ୍ତି।
Telegram Ban Latest Update: ପୁଣି ଥରେ ଯାଞ୍ଚ ପରିସରକୁ ଆସିଛି ସୋସିଆଲ ମିଡ଼ିଆ ଆପ୍ ଟେଲିଗ୍ରାମ। ଏଥର ଏହି ମାମଲା ଭାରତ ସହିତ ଜଡି଼ତ ରହିଛି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା NEET ପରୀକ୍ଷା ପୂର୍ବରୁ, ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ୍ ଆପ୍ ସେବା ଉପରେ ଅସ୍ଥାୟୀ ଭାବରେ ନିଷେଧାଦେଶ ଜାରି କରିଛନ୍ତି। ଟେଲିଗ୍ରାମ୍କୁ ନିର୍ଦେଶ ଦିଆଯାଇଛି ଯେ ଜୁନ୍ ୩୦ ପର୍ଯ୍ୟନ୍ତ ପୁରୁଣା ମେସେଜ୍ ଏଡିଟିଂ କରିବା ପାଇଁ ରହିଥିବା ବୈଶିଷ୍ଟ୍ୟକୁ ବନ୍ଦ କରାଯାଉ।
ନିଟ୍ ପରୀକ୍ଷାର ନିରପେକ୍ଷତା ବଜାୟ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। NTA ମଧ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି। ହେଲେ ଟେଲିଗ୍ରାମର ସିଇଓ ଏହି ନିଷେଧାଦେଶ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏହା ଉଲ୍ଲେଖନୀୟ ଯେ ବିଶ୍ୱର କେବଳ ଭାରତ ପ୍ରଥମ ଦେଶ ନୁହେଁ ଯିଏ ଟେଲିଗ୍ରାମ ଉପରେ ନିଷେଧାଦେଶ ଜାରି କରିଛି। ପୂର୍ବରୁ ବିଶ୍ୱର ଅନେକ ଦେଶ ଟେଲିଗ୍ରାମ ଉପରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପ୍ରତିବନ୍ଧକ ଲଗାଇ ସାରିଛନ୍ତି।
ଟେଲିଗ୍ରାମ ଉପରେ ନିଷେଧାଦେଶ ଜାରି ହେବା ପଛରେ କ'ଣ ରହିଛି କାରଣ?
ସାଇବର ଠକେଇ, ଅନଲାଇନ୍ ଠକେଇ ଏବଂ ପେପର ଲିକ୍ ମାମଲାକୁ ନେଇ ଟେଲିଗ୍ରାମ ବାରମ୍ବାର ବିବାଦ ଘେରରେ ରହିଛି। କେବଳ ଭାରତ ନୁହେଁ, କେନିଆ ମଧ୍ୟ ପରୀକ୍ଷା ସମୟରେ କିଛି ସପ୍ତାହ ପାଇଁ ଏହା ଉପରେ ନିଷେଧାଦେଶ ଜାରି କରିଥିଲା। ଏଥିପାଇଁ ଅନେକ ବୈଷୟିକ କାରଣ ଦାୟୀ। ଏହି ଆପ୍ ରେ ଜଣେ ୟୁଜର ନିଜର ଏକ ଆକାଉଣ୍ଟ (Telegram Account) ଖୋଲିବା ବହୁତ ସହଜ। ଏହି ଆପ୍ ବ୍ୟବହାର କରି ହଜାର ହଜାର ଲୋକଙ୍କୁ ନେଇ ବଡ଼ ଗୋଷ୍ଠୀ (Telegram Group) ଏବଂ ଚ୍ୟାନେଲ (Telegram Channel) ସହଜରେ ଖୋଲିହେବ।
ବଟ୍ ଏବଂ ଅଟୋମେସନ୍ (Telegram Bot & Automation) ଭଳି ବୈଶିଷ୍ଟ୍ୟ ସାଇବର ଠକଙ୍କୁ ଟେଲିଗ୍ରାମ ବ୍ୟବହାର କରି ଲୋକଙ୍କ ପାଖରେ ସହଜରେ ପହଞ୍ଚିବାକୁ ଅନୁମତି ଦେଇଥାଏ। ଏହାର ସମ୍ପାଦନ ବୈଶିଷ୍ଟ୍ୟ (Telegram Editing Feature) ପୁରୁଣା ବାର୍ତ୍ତାକୁ ସମ୍ପାଦନ କରିବା (Telegram Old Message Edit) ସହଜ କରି ଦେଇଥାଏ। ଯାହାକୁ ବ୍ୟବହାର ଠକ ଲୋକଙ୍କୁ ଶୋଷଣ କରିଥାନ୍ତି।
ଏହା ସହ ପଢନ୍ତୁ: ପାକ୍ ସରକାରଙ୍କ ବଡ଼ ନିଷ୍ପତ୍ତି ଏଣିକି ସୋସିଆଲ ମିଡ଼ିଆ ରୋଜଗାର ଉପରେ ଲାଗୁ ହେବ ଟ୍ୟାକ୍ସ
ଟେଲିଗ୍ରାମ ବିବାଦ ପଛରେ ରହିଥିବା କାରଣ?
ସରକାରଙ୍କ ସହ ବ୍ୟବହାରକାରୀଙ୍କ ତଥ୍ୟ ପ୍ରଦାନ ନକରିବା ଅର୍ଥାତ୍ ବ୍ୟକ୍ତିଗତ ଚାଟ୍ ସୁରକ୍ଷିତ ରଖିବା। ଯେଉଁ ଦେଶରେ ବାକ୍ ସ୍ୱାଧୀନତା ସୀମିତ, ସେହି ଦେଶରେ ଏହି ପ୍ଲାଟଫର୍ମ ବିରୋଧିଙ୍କୁ ଏକତ୍ରୀତ କରିବା ପାଇଁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ। ପବ୍ଲିକ ଗ୍ରୁପ୍ ଏବଂ ଚ୍ୟାନେଲ ଉପରେ କମ୍ପାନୀ ଦ୍ୱାରା ସର୍ବନିମ୍ନ ତଦାରଖ ହୋଇଥାଏ, ଯାହା ବେଆଇନ କାର୍ଯ୍ୟକଳାପକୁ ସହଜ କରିଥାଏ। ଟେଲିଗ୍ରାମ ସ୍ଥାନୀୟ ନିୟମ ପାଳନ କରେ ନାହିଁ।
କେଉଁ ଦେଶରେ କେବେ ନିଷିଦ୍ଧ ହୋଇଛି ଟେଲିଗ୍ରାମ?
ସୁରକ୍ଷା ଚିନ୍ତା ଏବଂ ସରକାରୀ ନିୟମ ପାଳନ ନକରିବା ସମେତ ବିଭିନ୍ନ କାରଣ ପାଇଁ, ଟେଲିଗ୍ରାମ ଉପରେ ବିଶ୍ୱର ଅନେକ ଦେଶରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପ୍ରତିବନ୍ଦକ ଲଗାଇଛନ୍ତି। ବର୍ତ୍ତମାନ, ଏହାକୁ ଭାରତରେ ଅସ୍ଥାୟୀ ଭାବରେ ନିଷିଦ୍ଧ କରାଯାଇଛି। ଜାଣନ୍ତୁ କେଉଁ ଦେଶରେ କେବେ ଟେଲିଗ୍ରାମ ଉପରେ ଲାଗିଛି ନିଷେଧାଦେଶ
ନେପାଳ- ୧୮ ଜୁଲାଇ, ୨୦୨୫
ଋଷିଆ- ଅପ୍ରେଲ ୨୦୨୬
ଚୀନ୍- ୨୦୨୫
ପାକିସ୍ତାନ- ନଭେମ୍ବର ୨୦୧୭
ଥାଇଲାଣ୍ଡ- ଅକ୍ଟୋବର ୨୦୨୦
କ୍ୟୁବା- ଜୁଲାଇ ୨୦୨୧
ଇରାନ- ୧ ମେ ୨୦୧୮
ଭିଏତନାମ- ୨୧ ମେ ୨୦୨୫
ସୋମାଲିଆ- ଅଗଷ୍ଟ ୨୦୨୩
ଭାରତ ପରି ବିଶ୍ୱରେ ଏପରି ଅନ୍ୟ କିଛି ଦେଶ ଅଛି ଯେଉଁଠାରେ ଟେଲିଗ୍ରାମ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇନାହିଁ। ହେଲେ ତଥାପି ବିଭିନ୍ନ କାରଣ ଚିନ୍ତା ଯୋଗୁଁ ଏହାକୁ ଅସ୍ଥାୟୀ ଭାବରେ ନିଷିଦ୍ଧ କରାଯାଇଥିଲା କିମ୍ବା କିଛି ନିୟମ ଏବଂ ସର୍ତ୍ତାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା।
ଫ୍ରାନ୍ସ: ତଥ୍ୟ ସୁରକ୍ଷା (Data Dafety) ଚିନ୍ତା ଯୋଗୁଁ ୨୦୨୩ ରୁ ସରକାରୀ ମନ୍ତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଏହା ନିଷିଦ୍ଧ ହୋଇଛି।
ବ୍ରାଜିଲ- ବିଗତ ୨୦୨୨-୨୩ ବର୍ଷରେ କିଛି ଦିନ ପାଇଁ ଏହାକୁ ନିଲମ୍ବିତ କରାଯାଇଥିଲା। କାରଣ ଥିଲା ମିଥା ଖବର ପ୍ରସରାଣ ମାମଲାରେ ଅସହଯୋଗ କରିବା।
ଆଜରବୈଜାନ- ଗତ ୨୦୨୦ ରେ ହୋଇଥିବା ଯୁଦ୍ଧ ସମୟରେ କିଛି ଦିନ ପାଇଁ ଏହା ଉପରେ ନିଷେଧାଦେଶ ଲାଗୁ ହୋଇଥିଲା।
ଜର୍ମାନୀ ଏବଂ ଚେକ୍ ଗଣରାଜ୍ୟ- ଘୃଣ୍ୟ ଭାଷଣ ଏବଂ ଋଷିଆର ପ୍ରଚାର ପ୍ରସାର କରୁଥିବା କିଛି ଟେଲିଗ୍ରାମ ଚ୍ୟାନେଲ୍ ଅବରୋଧିତ କରାଯାଇଛି।
କେନିଆ- ନଭେମ୍ବର ୨୦୨୩ ଏବଂ ନଭେମ୍ବର ୨୦୨୪ ରେ ଜାତୀୟ ପରୀକ୍ଷା ସମୟରେ ପେପର ଲିକ୍ ଏବଂ ଠକେଇକୁ ରୋକିବା ପାଇଁ କିଛି ସପ୍ତାହ ଲାଗି ଏହା ଉପରେ ଅସ୍ଥାୟୀ ନିଷେଧା ଦେଶ ଲାଗୁ ହୋଇଥିଲା।\
ଏହା ସହ ପଢନ୍ତୁ: ଟ୍ରମ୍ପ ସରକାରଙ୍କ ସ୍ୱୀକାରୋକ୍ତି: ଯୁଦ୍ଧରେ ବ୍ୟବହୃତ ହୋଇଛି 'ଏକ୍ସ ଏଆଇ ଟୁଲ୍ ଗ୍ରକ୍'
ଭାରତ ଟେଲିଗ୍ରାମ ଉପରେ କାହିଁକି ଲଗାଇଛି ନିଷେଧାଦେଶ?
NEET ପେପର୍ ଲିକ୍ ପରେ ପୁନଃପରୀକ୍ଷା ପୂର୍ବରୁ ଭାରତ ସରକାର ଟେଲିଗ୍ରାମ ଉପରେ ଅସ୍ଥାୟୀ ନିଷେଧାଦେଶ ଜାରି କରିଛନ୍ତି। NTA ସ୍ପଷ୍ଟ କରିଛି ଯେ ଏହି ପଦକ୍ଷେପ କୌଣସି ନୂତନ ପେପର୍ ଲିକ୍ ଯୋଗୁଁ ନୁହେଁ, ବରଂ ପରୀକ୍ଷା ସହିତ ଜଡିତ ମିଥ୍ୟା ବାର୍ତ୍ତା (False Message) ଏବଂ ଭ୍ରାମକ ଦାବି ଯୋଗୁଁ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ମାନସିକ ଚାପକୁ ରୋକିବା ପାଇଁ ନିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Why Telegram is banned in 9 countriesTelegram data leak controversy IndiaIndia Telegram restriction NEET paper leakTelegram message editing feature disabledGovernment action against Telegram in IndiaPavel Durov response to India Telegram blockHow scammers use Telegram to fake paper leaksGlobal crackdown on Telegram messaging app