|
logo
Live

Argus News - ଦେଶରେ ୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର

National

ଦେଶରେ ୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର

Jitendra Dash
Browse all articles by Jitendra Dash
·2 years ago·1 min read
ଦେଶରେ ୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର

ଅର୍ଗସ ବ୍ୟୁରୋ : ଆଜିଠୁ କମିଲା ତେଲ ଦର । ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଡିଜେଲ ଦର । ଦେଶରେ ପେଟ୍ରୋଲ ଡିଜେଲ ଦର ଦୁଇ ଟଙ୍କା ହ୍ରାସ ପାଇଛି ।ଲିଟର ପିଛା ୨ ଟଙ୍କ। ଲେଖାଁଏ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପାଖାପାଖି ୨ ବର୍ଷ ପରେ ତେଲ ଦର କମିଛି । ଯାହା ଅନେକଙ୍କୁ ଆଶ୍ୱସ୍ତି ଆଣିଦେବ ବୋଲି ଆଶା କରାଯାଉଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ : ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

ଏଥିରେ ସେ ଲେଖିଛନ୍ତି, ଦେଶର କୋଟି କୋଟି ପରିବାରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ପ୍ରତିଦିନ ୫୮ ଲକ୍ଷ ଭାରିଯାନ, ୬ କୋଟି କାର ଏବଂ ୨୭ କୋଟି ଦୁଇ ଚକିଆ ଯାନ ଡିଜେଲ ଓ ପେଟ୍ରୋଲ ଉପରେ ନିର୍ଭରଶୀଳ । ତେଣୁ ଡିଜେଲ ଦର କମିବା ଫଳରେ ପରିବହନ ଗାଡିର ଭଡା ଦାମ୍ କମିବା ଆଶା କରାଯାଉଛି । ଖାଉଟିଙ୍କ ଖର୍ଚ୍ଚ ବି କମିବା ଆଶା କରାଯାଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦେଶରେ ୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର | Argus News