Videos
|
National

ପ୍ରଥମ ଥର ପାଇଁ ବଡ଼ ପରଦାରେ ଧମାକା କରିବେ ଜୁନିଅର ଏନଟିଆର ଏବଂ ହ୍ରିତିକ ରୋଶନ

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଥମ ଥର ପାଇଁ ବଡ଼ ପରଦାରେ ଧମାକା କରିବେ ଜୁନିଅର ଏନଟିଆର ଏବଂ ହ୍ରିତିକ ରୋଶନ

ଅର୍ଗସ ବ୍ୟୁରୋ : ୱାର-୨  ଫିଲ୍ମକୁ ନେଇ  ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଏହାର କାରଣ ହେଉଛି ଏଥିରେ ହ୍ରିତିକ୍‌ଙ୍କ ସହ ଜୁନିୟର ଏନଟିଆର୍‌ ମଧ୍ୟ ନଜର ଆସିବେ । ପ୍ରଥମ ଥର ପାଇଁ ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ନିକଟରେ ଶୁଟିଂ ସେଟ୍‌ରୁ ସେମାନଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଏହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଦୁଇଗୁଣିତ ହେଇଛି । 

ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର କିଛି ଦିନ ହେଲା 'ୱାର ୨' ପାଇଁ ମୁମ୍ୱାଇରେ ସୁଟିଂ କରୁଛନ୍ତି । ବର୍ତ୍ତମାନ ସେଟରୁ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆରଙ୍କ କିଛି ଫଟୋ ଲିକ୍ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରଲା ହେଉଛି । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଭାଇରାଲ ଫଟୋରେ ହ୍ରିତିକ୍ ରୋଶନଙ୍କୁ ଷ୍ଟାଇଲିସ୍ ଆକ୍ସନ ଲୁକରେ ଦେଖିବାକୁ ମିଳିଥିବା ବେଳେ ଜୁନିଅର ଏନଟିଆର ବ୍ଲାକ୍ ଆଉଟଫିଟରେ କାଜୁଆଲ୍ ଲୁକରେ ନଜର ଆସିଛନ୍ତି । ତେବେ ହ୍ରିତିକ ଏବଂ ଜୁନିଅର ଏନଟିଆରଙ୍କ ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢାଇ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । 'ୱାର ୨', ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏବଂ YRF ଦ୍ୱାରା ନିର୍ମିତ । ଏହି ଫିଲ୍ମ ୨୦୨୫ ମସିହା ସ୍ୱାଧୀନତା ଦିବସ ଅବସରରେ ଅର୍ଥାତ୍ ୧୪ ଅଗଷ୍ଟ ୨୦୨୫ରେ ରିଲିଜ ହେବ ବୋଲି ଜଣାଯାଇଛି ।

Pictures of Hrithik Roshan and Jr NTR from War 2 surfaces online | Argus News