Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିଲ୍ଲୀରେ ଆୟୋଜିତ ହେଉଛି ବ୍ରିକ୍ସ ସମ୍ମିଳନୀ; ବିଦେଶୀ ଅତିଥିଙ୍କୁ ପରସାଯିବ କେଉଁ ବ୍ୟଞ୍ଜନ?

National

BRICS Summit 2026 / ଦିଲ୍ଲୀରେ ଆୟୋଜିତ ହେଉଛି ବ୍ରିକ୍ସ ସମ୍ମିଳନୀ; ବିଦେଶୀ ଅତିଥିଙ୍କୁ ପରସାଯିବ କେଉଁ ବ୍ୟଞ୍ଜନ?

Subhramjit Ray
Browse all articles by Subhramjit Ray
·2 hours ago·2 min read
ଦିଲ୍ଲୀରେ ଆୟୋଜିତ ହେଉଛି ବ୍ରିକ୍ସ ସମ୍ମିଳନୀ; ବିଦେଶୀ ଅତିଥିଙ୍କୁ ପରସାଯିବ କେଉଁ ବ୍ୟଞ୍ଜନ?
BRICS Summit 2026

Key Points

ବ୍ରିକ୍ସ ସମ୍ମିଳନୀ ପାଇଁ ମେନୁ ସାଧାରଣତଃ ଆୟୋଜକ ଦେଶର ସରକାର ସ୍ଥିର କରିଥାନ୍ତି। ଯେଉଁଥିରେ ଆୟୋଜକ ଦେଶର ସଂସ୍କୃତି ଏବଂ ଖାଦ୍ୟପେୟର ଝଲକ ଦେଖିବାକୁ ମିଳିଥାଏ।
BRICS Summit 2026 India: ଚଳିତ ମାସ ୧୪-୧୫ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ। ଏହି ବୈଠକରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସୁଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ବ୍ରିକ୍ସ ସଦସ୍ୟ ଦେଶଙ୍କ ସମେତ ଅଂଶୀଦାର ଦେଶର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ଭାରତ ମଣ୍ଡପମ୍ ଠାରେ ଆୟୋଜିତ ହେଉଥିବ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୨୦୨୬ ବ୍ରିକ୍ସ ବୈଠକର ଅଧ୍ୟକ୍ଷତା କରିବେ। ଏପରିକି ସମସ୍ତ ବିଦେଶୀ ପ୍ରତିନିଧିମଣ୍ଡଳୀ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସୁରକ୍ଷା, କୂଟନୀତି ଏବଂ ବୈଠକ ସୂଚୀ ବ୍ୟତୀତ ୨୦୨୬ ବ୍ରିକ୍ସ ସମ୍ମିଳନୀରେ ପରସା ଯିବାକୁ ରହିଥିବା ବ୍ୟଞ୍ଜନ ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି। ଯାହାକୁ ବିଦେଶୀ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଉଛି। ବ୍ରିକ୍ସ ଭଳି ଏକ ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚରେ ଅତିଥିଙ୍କ ଖାଦ୍ୟପେୟ ପାଇଁ ବିଶେଷ ବ୍ୟବସ୍ଥା କରାଯାଏ। ହେଲେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ବିଦେଶୀ ନେତାଙ୍କ ପାଇଁ ମେନୁ କିପରି ସ୍ଥିର କରାଯାଏ।

ଏହା ସହ ପଢନ୍ତୁ: ଦିଲ୍ଲୀରେ ଆୟୋଜିତ ହେଉଛି ବ୍ରିକ୍ସ ସମ୍ମିଳନୀ; ବିଦେଶୀ ଅତିଥିଙ୍କୁ ପରସାଯିବ କେଉଁ ବ୍ୟଞ୍ଜନ?

କିଏ ସ୍ଥିର କରିଥାନ୍ତି ବ୍ରିକ୍ସ ସମ୍ମିଳନୀ ମେନ୍ୟୁ?
ବ୍ରିକ୍ସ ସମ୍ମିଳନୀ ପାଇଁ ମେନୁ ସାଧାରଣତଃ ଆୟୋଜକ ଦେଶର ସରକାରଙ୍କ ଦ୍ୱାରା ସ୍ଥିର ହୋଇଥାଏ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ କମିଟି ତତ୍ତ୍ୱାବଧାନରେ ଏହାର ବିସ୍ତୃତ ପ୍ରସ୍ତୁତି କରାଯାଏ। ଯେଉଁଥିରେ ଆୟୋଜକ ଦେଶର ସଂସ୍କୃତି ଏବଂ ଖାଦ୍ୟପେୟର ଝଲକ ଦେଖିବାକୁ ମିଳିଥାଏ। ଏହା ବିଦେଶୀ ଅତିଥିଙ୍କ ପସନ୍ଦ ଏବଂ ଖାଦ୍ୟପେୟ ଆବଶ୍ୟକତାକୁ ମଧ୍ୟ ଧ୍ୟାନରେ ରଖାଯାଇଥାଏ। ଭାରତ ବର୍ତ୍ତମାନ ବ୍ରିକ୍ସ ଅଧ୍ୟକ୍ଷ ଦାୟିତ୍ୱରେ ରହିଛି। ଏଥର ବ୍ରିକ୍ସ ସମ୍ମିଳନୀର ଶୀଷର୍କ "Building for Resilience, Innovation, Cooperation and Sustainability" ରଖାଯାଇଛି। ଏଥର ଭାରତ ଲୋକ କେନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଉଛି। ଏହି କ୍ରମରେ ୨୦୨୬ ବ୍ରିକ୍ସ ଶିଖର ସମ୍ମିଳନୀର ପରସା ଯିବାକୁ ରହିଥିବା ବ୍ୟଞ୍ଜନରେ ମଧ୍ୟ ଭାରତୀୟ ପରମ୍ପରା ଏବଂ ବିବିଧତା ପ୍ରତିଫଳିତ ହେବ।

ଭାରତୀୟ ବ୍ୟଞ୍ଜନର ସ୍ୱାଦ ସହିତ ଅନ୍ତର୍ଜାତୀୟ ସନ୍ତୁଳନ
ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ସରକାରୀ ମେନ୍ୟୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ହେଲେ ତଥାପି ପୂର୍ବ ବ୍ରିକ୍ସ ସମ୍ମିଳନୀ ପରି, ବିଭିନ୍ନ ଦେଶର ପ୍ରତିନିଧି ଯେପରି କୌଣସି ଅସୁବିଧାର ସାମ୍ନା ନକରନ୍ତି ତାହା ନିଶ୍ଚିତ କରିବା ପାଇଁ ସମ୍ମିଳନୀରେ ଉଭୟ ନିରାମିଷ ଏବଂ ଆମିଷ ଖାଦ୍ୟ ପରିବେଷଣ କରାଯିବ। ଶିଖର ସମ୍ମିଳନୀ ପାଇଁ ମେନ୍ୟୁ ପ୍ରସ୍ତୁତ କରିବା ସମୟରେ ପ୍ରତ୍ୟେକ ଦେଶର ପ୍ରତିନିଧିଙ୍କ ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ ପ୍ରତିବନ୍ଧକକୁ ମଧ୍ୟ ବିଚାରକୁ ନିଆଯାଏ। କେତେକ ସମୟରେ ବିଭିନ୍ନ ଦେଶର ନେତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ।

ଏହା ସହ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!

ଦେଶର ସର୍ବୋତ୍ତମ ରୋଷେୟା ପ୍ରସ୍ତୁତ କରିବେ ବ୍ୟଞ୍ଜନ
ବ୍ରିକ୍ସ ଭଳି ଏକ ବଡ଼ ଆୟୋଜନରେ ପ୍ରାୟତଃ ଦେଶର ବିଭିନ୍ନ ସ୍ଥାନରୁ ଅଭିଜ୍ଞ ରୋଷେୟା ସାମିଲ ହୋଇଥାନ୍ତି। ବିଦେଶୀ ଅତିଥିଙ୍କୁ ଭାରତୀୟ ସଂସ୍କୃତିର ସ୍ୱାଦ ଚଖାଇବା ପାଇଁ ମେନ୍ୟୁରେ ସ୍ଥାନୀୟ ସ୍ୱାଦ ଏବଂ ଆଞ୍ଚଳିକ ଖାଦ୍ୟ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କାର୍ଯ୍ୟସୂଚୀ ଅନୁଯାୟୀ ମେ ୧୪ ତାରିଖ ସନ୍ଧ୍ୟା ସାତଟା ସମୟରେ ଭାରତ ମଣ୍ଡପମ୍ ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଦ୍ୱାରା ଏକ ରାତ୍ରୀଭୋଜନ ଆୟୋଜିତ ହେବ। ଏହା ପୂର୍ବରୁ ସେହି ଦିନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BRICS Summit 2026 Delhi: A Look at the Special Food Menu for Foreign Leaders | Argus News