PM Modi On Delhi Blast / ଭୂଟାନରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ସନ୍ଦେଶ, 'ଷଡ଼ଯନ୍ତ୍ରର ମୂଳକୁ ଯିବୁ'
·8 months ago·2 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେତାବନୀ । ଭୂଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଦିଲ୍ଲୀ ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ ।"
ନୂଆଦିଲ୍ଲୀ: ଦିଲ୍ଲୀ କାର୍ ବିସ୍ଫୋରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେତାବନୀ । ଭୂଟାନରୁ ଦେଲେ କଡ଼ା ବାର୍ତ୍ତା । ଭୂଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଦିଲ୍ଲୀ ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ ।"
ଭାଷଣ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆଜି ଏଠାକୁ ମୁଁ ବହୁତ ଦୁଃଖ ମନରେ ଆସିଛି । ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ବିସ୍ଫୋରଣ ସମସ୍ତଙ୍କୁ ବ୍ୟଥିତ କରିଛି । ବିସ୍ଫୋରଣ ପଛର ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ । ସମଗ୍ର ଦେଶ ପୀଡ଼ିତମାନଙ୍କ ସହ ଛିଡ଼ା ହୋଇଛି ।"
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପଛର ୭ ସନ୍ଦିଗ୍ଧ; ପୁଲୱାମାରୁ ଫରିଦାବାଦ ଲମ୍ବିଛି ନେଟୱର୍କ
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "କାଲି ସାରା ରାତି ମୁଁ ତଦନ୍ତକାରୀ ଏଜେନ୍ସି, ସମସ୍ତ ଗୁରୁତ୍ଵପୂର୍ଣ୍ଣ ଅଧିକାରୀଙ୍କ ସମ୍ପର୍କରେ ରହିଥିଲି । ରାତି ସାରା ବିଚାର ବିମର୍ଶ ଚାଲିଥିଲା । ସମସ୍ତ ସୂଚନା ଏକାଠି କରାଯାଉଛି । ଆମ ତଦନ୍ତକାରୀ ଏଜେନ୍ସି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ ।"
ଭୂଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆଜି ଦିନ ଭୂଟାନ ପାଇଁ, ଭୂଟାନର ରାଜ ପରିବାର ଲାଗି ଓ ବିଶ୍ଵ ଶାନ୍ତିରେ ବିଶ୍ଵାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ । ଅନେକ ବର୍ଷରୁ ଭାରତ-ଭୂଟାନ ସମ୍ପର୍କ ବେଶ ଘନିଷ୍ଠ, ଆତ୍ମୀୟତା ଓ ସାଂସ୍କୃତିକରେ ଭରା । ଏଥିପାଇଁ ଏହି ଗୁରୁତ୍ଵପୂର୍ଣ୍ଣ ଦିନରେ ସାମିଲ୍ ହେବା ଭାରତ ଓ ମୋର ପ୍ରତିବଦ୍ଧତା ଥିଲା ।"
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆଜି ଗୋଟିଏ ପଟେ ବିଶ୍ଵ ଶାନ୍ତି ପ୍ରାର୍ଥନା ଉତ୍ସବ ଆୟୋଜନ କରାଯାଉଛି । ଅନ୍ୟପଟେ ଭଗବାନ ବୁଦ୍ଧଙ୍କ ଅବଶେଷ ଦର୍ଶନ ସୌଭାଗ୍ୟ ମିଳୁଛି । ଆମେ ସମସ୍ତେ ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମଦିନ ଉତ୍ସବର ସାକ୍ଷୀ ହୋଇଛେ । ଏହି ଆୟୋଜନ ଓ ଏତେ ସାରା ଲୋକଙ୍କ ଗରିମାମୟ ଉପସ୍ଥିତି, ଭାରତ ଓ ଭୂଟାନର ସମ୍ପର୍କକୁ ଆହୁରି ମଜଭୁତ କରୁଛି ।"
ଏଥିସହ ପଢ଼ନ୍ତୁ: ଲାଲକିଲ୍ଲା ମସଜିଦ୍ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ
୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବା ପରେ ପ୍ରଥମ ବିଦେଶ ଯାତ୍ରାରେ ଭୂଟାନ ଯାଇଥିଲେ । ସେଦିନର କଥାକୁ ଆଜି ଭୂଟାନରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, "ଭୂଟାନ ଆସିଲେ ମନ ଭାବନାରେ ଭରି ଯାଏ । ଭାରତ ଓ ଭୂଟାନର ସମ୍ପର୍କ ଏତେ ଶକ୍ତ ଓ ସମୃଦ୍ଧ ଯେ ମୁସ୍କିଲ୍ ସ୍ଥିତିରେ ମଧ୍ୟ ଏକାଠି ଆସୁ, ଆହ୍ଵାନକୁ ମିଳିତ ଭାବେ ସାମ୍ନା କରୁ ।"
Speaking in Thimphu, Bhutan. Watch. https://t.co/nLu0f5q5WY
— Narendra Modi (@narendramodi) November 11, 2025

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories