Modi Meloni Gifts / Melody ବ୍ୟତୀତ ମେଲୋନିଙ୍କୁ ଆଉ ୨ ସ୍ପେଶାଲ୍ ଗିଫ୍ଟ ଦେଲେ ମୋଦି; ଆଉ କାହାକୁ କଣ ଦେଲେ
·3 months ago·3 min read

Key Points
ମେଲୋନିଙ୍କୁ ଆଉ ୨ଟି ସ୍ପେଶାଲ୍ ଗିଫ୍ଟ ଦେଲେ ମୋଦି
ମେଲୋଡି ଟଫି ବ୍ୟତୀତ ଖାସ୍ ଉପହାର ବି ଦେଇଛନ୍ତି
ମେଲୋଡି ଟଫି ବ୍ୟତୀତ ଖାସ୍ ଉପହାର ବି ଦେଇଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ସମୟରେ ମେଲୋନିଙ୍କୁ ମେଲୋଡି ଟଫି ଭେଟିଦେଇଥିଲେ, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଇଣ୍ଟରନେଟ୍ରେ ଦୁଇ ପ୍ରଭାବଶାଳୀ ନେତାଙ୍କ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନେଇ ପ୍ରସିଦ୍ଧ ଥିବା ମେଲୋଡି ନାମକୁ ମନେ ପକାଇବା ପାଇଁ ଏହି ଉପହାର ଦିଆଯାଇଥିଲା । ପିଏମ ମୋଦି ମେଲୋନିଙ୍କୁ କେବଳ ଚକୋଲେଟ୍ ଦେଇନାହାନ୍ତି, ଏହାବାଦ ଅନ୍ୟ ଦୁଇଟି ସ୍ଵତନ୍ତ୍ର ଉପହାର ମଧ୍ୟ ଭେଟିଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ୫ଟି ଦେଶ ଗସ୍ତ କରିଥିଲେ ଓ ଶେଷରେ ଇଟାଲୀ ଯାଇଥିଲେ, ଯେଉଁଠି ସେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଭେଟିଛନ୍ତି ।

- ମେଲୋନିଙ୍କ ପାଇଁ ଖାସ୍ ଗିଫ୍ଟ

- ନେଦରଲ୍ୟାଣ୍ଡ ରାଜାରାଣୀଙ୍କୁ ରାଜସ୍ଥାନୀ ଗିଫ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନରୱେର ରାଣୀଙ୍କୁ ତାଳପତ୍ର ପଟ୍ଟଚିତ୍ର
- ଆଉ କାହାକୁ କେଉଁ ଗିଫ୍ଟ ଦେଲେ ମୋଦି ?
ପଢନ୍ତୁ ଏହି ଖବର: ନରୱେରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ, ରାଣୀ ସୋନଜାଙ୍କୁ ଓଡ଼ିଶାର ତାଳପତ୍ର ପଟ୍ଟଚିତ୍ର
ସେହିପରି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଏକ 'କମଲ ତଲାଇ ପିଚୱାଇ ପେଣ୍ଟିଂ' ଉପହାର ଦେଇଛନ୍ତି। ସ୍ୱିଡେନର ରାଜକୁମାରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକ 'ଗୋଣ୍ଡ ପେଣ୍ଟିଂ' ଏବଂ ନିଜ ଦ୍ୱାରା ଲିଖିତ ପୁସ୍ତକ 'Convenient Action: Continuity for Change' ଉପହାର ଦେଇଛନ୍ତି । ନରୱେର ପ୍ରଧାନମନ୍ତ୍ରୀଙ୍କୁ ଏକ 'ପ୍ରେସଡ୍ ଅର୍ଚ୍ଚିଡ୍ ପେଣ୍ଟିଂ' ଏବଂ ଅର୍ଚ୍ଚିଡ୍ ପେପରୱେଟ୍ ଉପହାର ଦେଇଛନ୍ତି । ନରୱେର କ୍ରାଉନ୍ ପ୍ରିନ୍ସଙ୍କୁ ସୂର୍ଯ୍ୟ ଏବଂ ଚନ୍ଦ୍ର ପ୍ରତୀକ ବିଶିଷ୍ଟ ଏକ 'କଲମକାରୀ ପେଣ୍ଟିଂ' ଉପହାର ଦେଇଛନ୍ତି ପିଏମ ମୋଦି । ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମାଛ ପ୍ରତୀକ ବିଶିଷ୍ଟ ଏକ 'ମଧୁବନୀ ପେଣ୍ଟିଂ' ଉପହାର ଦେଇଛନ୍ତି ।
Related Topics
Explore more stories