Middle East Crisis / ମଧ୍ୟପ୍ରାଚ୍ୟ ସଂକଟକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
·3 months ago·2 min read

Key Points
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ବିପଦକୁ ଦେଖି ଏହି ବୈଠକ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା । ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ପିଏମ୍ ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍ ବୈଠକରେ ଆଲୋଚନା କରିଛନ୍ତି । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ବିପଦକୁ ଦେଖି ଏହି ବୈଠକ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ।
ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ପିଏମ୍ ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । କହିଛନ୍ତି, "ଆମ ସମସ୍ତଙ୍କୁ ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ ପଡ଼ିବ ।" ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ସଂକଟକୁ ନେଇ ଦେଶରେ ଲକଡାଉନ୍ ଲାଗୁ ହେବ ନାହିଁ ।
ଏଥିସହ ପଢ଼ନ୍ତୁ: ସାରା ବିଶ୍ଵରେ ଦେଖାଦେଇଛି ଶକ୍ତି ସଙ୍କଟ; ପୁଣି କୋଭିଡ ପରି ଲାଗିବ କି ଲକଡାଉନ୍ ?
କିଛିଦିନ ତଳେ ସଂସଦକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ମଧ୍ୟପ୍ରାଚ୍ୟ ସଂକଟ ଭାରତ ପାଇଁ ଚିନ୍ତାର କାରଣ ସାଜିପାରେ । କେନ୍ଦ୍ର ସରକାର ସମସ୍ତ ପ୍ରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି । କନ୍ତୁ ଗ୍ରାଉଣ୍ଡରେ ଏହି ଯୋଜନାର ସଫଳ ରୂପାୟନ ଭାର ରାଜ୍ୟମାନଙ୍କର କାନ୍ଧରେ ରହିଛି ।"
ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନଙ୍କୁ ଅପିଲ୍ କରିଛନ୍ତି ଯେ ସମସ୍ତ ରାଜ୍ୟ ଏଭଳି ବ୍ୟବସ୍ଥା କରନ୍ତୁ । ଯେଭଳି ସାଧାରଣ ଜନତାଙ୍କୁ ଆବଶ୍ୟକୀୟ ସାମଗ୍ରୀ ପାଇବାରେ କୌଣସି ଅସୁବିଧା ନ ହେବ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶ ଯେତେବେଳେ ସଂକଟରେ ଥାଏ ସେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଗୋଟିଏ ପରିବାର ବାବେ ଏକାଠି ଲଢ଼ିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନର ସ୍ଥିତିକୁ ୬ ବର୍ଷ ତଳେ ଆସିଥିବା ମହାମାରୀ କୋରନା ସହ କରିଛନ୍ତି । ସେ କହିଛନ୍ତି, ଯେଭଳି କୋଭିଡ୍ ସମୟରେ କନ୍ଦ୍ର ଓ ରାଜ୍ୟ ଟିମ୍ ଇଣ୍ଡିଆ ହୋଇ କାମ କରିଥିଲେ । ଆଜି ସେଭଳି ସାହାସ, ଧୈର୍ଯ୍ୟ ଓ ଶକ୍ତିର ଆବଶ୍ୟକତା ରହିଛି ।
ଏଥିସହ ପଢ଼ନ୍ତୁ: ଇରାନର ବଡ଼ ପ୍ରସ୍ତୁତି; ଆମେରିକା ବିରୋଧରେ ଯୁଦ୍ଧ କରିବେ ୧୨ ବର୍ଷର ପିଲା
ଆପଣମାନଙ୍କ ମନେ ଥିବା ମାର୍ଚ୍ଚ ୨୦୨୦ରେ ଯେତେବେଳେ ସମଗ୍ର ଦୁନଆର ଗତି ଧିର ହୋଇ ଯାଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଲଗାତାର ବୈଠକ ଜାରି ରଖିଥିଲେ । ମାର୍ଚ୍ଚ ୨୦ରେ ହୋଇଥିଲା ପ୍ରଥମ ବୈଠକ ।
ଯାହାର ଠିକ୍ ୪ ଦିନ ପରେ ଦେଶରେ ୩ ସପ୍ତାହ ଲାଗି ଲକଡାଉନ୍ ଲାଗୁ କରାଯାଇଥିଲା । ସେହି ସମୟରେ ଏକାଧିକଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଟେଷ୍ଟିଂ, ଟ୍ରାକିଂ ଓ ଚିକିତ୍ସାକୁ ନେଇ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories