Videos
|
National

PM Modi New Zealand Visit / ୩୦ ବର୍ଷ ତଳେ ମିଳିଥିବା ଉପହାରକୁ ନ୍ୟୁଜିଲାଣ୍ଡରେ ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦି

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
୩୦ ବର୍ଷ ତଳେ ମିଳିଥିବା ଉପହାରକୁ ନ୍ୟୁଜିଲାଣ୍ଡରେ ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦି
PM Modi Shares Emotional Story Behind Old Gift

Key Points

ମୁଁ ଯେବେ ୨୫ରୁ ୩୦ ବର୍ଷ ତଳେ ନ୍ୟୁଜିଲାଣ୍ଡ ଆସିଥିଲି, ସେତେବେଳେ ମୋତେ ଏଠି ୩ଟି ଉପହାର ମିଳିଥିଲା । ମୁଁ ସେ ସବୁ ଉପହାର ନେଇ ଭାରତ ଯାଇଥିଲି । ସେଥିରୁ ଗୋଟିଏ ହେଉଛି ଏହି ମଫଲର, ଅନ୍ୟଟି କ୍ୟାପ୍ ଓ ଗ୍ଲୋଭସ୍ ।
ନୂଆଦିଲ୍ଲୀ: ବୈଶ୍ଵିକ ଆହ୍ଵାନ ସତ୍ତ୍ଵେ ଭାରତର ବିକାଶ ଗତି ଅଭୂତପୂର୍ବ ରହିଛି । ଦୁନିଆର ବିକାଶକୁ ଭାରତ ଏକ ନୂଆ ମଡେଲ୍ ଦେଇଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶନିବାର ସମ୍ବୋଧନ ବେଳେ ଏକଥା କହିଛନ୍ତି ।

ବିଗତ ୪୦ ବର୍ଷରେ ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଞ୍ଚଳରେ ଏକ ମଫଲର ଦେଖାଇଛନ୍ତି । ଆଉ କହିଛନ୍ତି, "ନେତା ହେବା ପୂର୍ବରୁ ମୁଁ ଯେବେ ୨୫ରୁ ୩୦ ବର୍ଷ ତଳେ ନ୍ୟୁଜିଲାଣ୍ଡ ଆସିଥିଲି, ସେତେବେଳେ ମୋତେ ଏଠି ୩ଟି ଉପହାର ମିଳିଥିଲା ।"

ଏଥିସହ ପଢ଼ନ୍ତୁ: ଆସିଲା ନୂଆ ଆଇନ୍; ଗୁଣ୍ଡାଗର୍ଦ୍ଦି, ହିଂସା କଲେ ଆଉ ମିଳିବନି ତ୍ରାହି 

ମୁଁ ସେ ସବୁ ଉପହାର ନେଇ ଭାରତ ଯାଇଥିଲି । ସେଥିରୁ ଗୋଟିଏ ହେଉଛି ଏହି ମଫଲର, ଅନ୍ୟଟି କ୍ୟାପ୍ ଓ ଗ୍ଲୋଭସ୍ । ସେତେବେଳେ ଶୀତ ଦିନ ଥିଲା । ଆଜିର କାର୍ଯ୍ୟକ୍ରମକୁ ମୁଁ ସେଥିରୁ ଗୋଟିଏ ନେଇ ଆସିଛି । ଏହି ମଫଲରକୁ ମୋତେ ୩୦ ବର୍ଷ ତଳେ ନ୍ୟୁଜିଲାଣ୍ଡର ଜଣେ ବନ୍ଧୁ ଉପହାର ଦେଇଥିଲେ । ଏହାକୁ ମୁଁ ଅନେକଥର ବ୍ୟବହାର କରିଛି, ଆଜି ବି ସାଇତି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ଅକଲାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ "କିୟା ଓରା ମୋଦି" କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, "ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କ ସୁଖଦ ସ୍ମୃତି, ସ୍ଥାୟୀ ବନ୍ଧୁତା ଓ ପରସ୍ପର ପତି ପ୍ରତିବଦ୍ଧତା ଉପରେ ଆଧାରିତ ।" ଏହି ଅବସରରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ମଞ୍ଚରେ ଉପସ୍ଥିତ ଥିଲେ ।

ଲୋକଙ୍କ ତାଳିମାଡ଼ରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ସାହିତ ହୋଇ କହିଛନ୍ତି, "ଆଜି ଭାରତ ଦୁନିଆର ସବୁଠୁ ଦ୍ରୁତଗତିରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା । ଭାରତ ଦୁନିଆକୁ ବିକାଶର ଏକ ନୂଆ ମଡେଲ୍ ଦେଇଛି । ଭାରତର ବିକାଶର ଗତି ଅଭୂତପୂର୍ବ ଅଟେ ।"

ଏଥିସହ ପଢ଼ନ୍ତୁ: ରାଜ୍ୟ ରାଜନୀତିରେ ନୂଆ ଟ୍ବିଷ୍ଟ,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ସୌଭିକ ବିଶ୍ବାଳ 

ଆଜି ଭାରତ UPI ମାଧ୍ୟମରେ ପ୍ରତିମାସ ଲକ୍ଷ ଲକ୍ଷ ଡିଜିଟାଲ୍ ଦେଣନେଣ କରୁଛି । ଭାରତ ଡ୍ରୋନ୍ ଓ ଅନ୍ତରୀକ୍ଷ ଅର୍ଥ ବ୍ୟବସ୍ଥାରେ ନୂଆ ଶିଖର ଛୁଇଁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନ୍ୟୁଜିଲାଣ୍ଡ-ଭାରତର ଭବିଷ୍ୟତ ଜଣେ ଅନ୍ୟ ଜଣଙ୍କ ଉପରେ ନିର୍ଭର କଲା ଭଳି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ବିକଶିତ ରାଷ୍ଟ୍ର ଲାଗି ଭାରତର ଯାତ୍ରାକୁ ବଳ ଦେବ । ଏହାଦ୍ଵାରା ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ଦେଶରେ ବ୍ୟବସାୟୀଙ୍କ ଲାଗୁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi Shows 30-Year-Old Gift During New Zealand Visit | Argus News | Argus News