Parliament / ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରିୟଙ୍କା ଗାନ୍ଧୀ, ସୁପ୍ରିୟା ସୁଲେଙ୍କ ଉପସ୍ଥିତିରେ କ'ଣ ହେଲା ଆଲୋଚନା ?
·9 months ago·2 min read

Key Points
ହଙ୍ଗାମା ଭିତରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରାଯାଇଛି । ଶୀତକାଳୀନ ଅଧିବେଶନ ସମାପ୍ତ ପରେ ପରମ୍ପରା ଅନୁସାରେ ଆୟୋଜନ ହୋଇଛି ଚା' ପାର୍ଟି ।
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସରିଛି । ପ୍ରଥମ ଦିନରୁ ସଂସଦର ଉଭୟ ଗୃହରେ ଲାଗି ରହିଥିବା ହଙ୍ଗାମା ଶେଷ ଦିନରେ ବି ଦେଖିବାକୁ ମିଳିଛି । ହଙ୍ଗାମା ଭିତରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରାଯାଇଛି । ଶୀତକାଳୀନ ଅଧିବେଶନ ସମାପ୍ତ ପରେ ପରମ୍ପରା ଅନୁସାରେ ଆୟୋଜନ ହୋଇଛି ଚା' ପାର୍ଟି ।
ଆଉ ଏହି ଚା' ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିରୋଧୀ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏନସିପି (SP)ର ସୁପ୍ରିୟା ସୁଲେଙ୍କ ସମେତ ସମସ୍ତ ପ୍ରମୁଖ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ଉକ୍ତ ଚା' ପାର୍ଟିର ଫଟୋ ସାମନାକୁ ଆସିଛି ।
ଏଥିସହ ପଢ଼ନ୍ତୁ: ଗାଁର ଜନସଂଖ୍ୟା ୧୫ ଶହ, ୩ ମାସରେ ଜନ୍ମ ହେଲେ ୨୭ ହଜାର ଛୁଆ
ଆଉ ଉକ୍ତ ଚା' ପାର୍ଟିର ଫଟୋକୁ ନେଇ ଏବେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଚା' ପାର୍ଟି ଭେଟରେ କ'ଣ ସବୁ ହେଲା ଆଲୋଚନା ? ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ପ୍ରିୟଙ୍କାଙ୍କ ନିର୍ବାଚନ କ୍ଷେତ୍ର କେରଳର ୱାୟନାଡ଼କୁ ନେଇ ଆଲୋଚନା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ସଂସଦରେ ଆଲୋଚନାକୁ କ୍ଷମତାସୀନ ଓ ବିରୋଧୀ ସୌହାର୍ଦ୍ଦପୂର୍ଣ୍ଣ ଓ ସକରାତ୍ମକ କହିଛନ୍ତି । ସଂସଦ ଭବନରେ ଚା' ପାର୍ଟି ବେଳେ ନୂଆ ସଂସଦ ଭବନରେ ଏକ ସମର୍ପିତ ହଲ୍ ଲାଗି ସାଂସଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି କରିଛନ୍ତି ।
ଯାହାକୁ ନେଇ ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି, "ସଂସଦ ଭବନରେ ପୂର୍ବରୁ ଏଭଳି ବ୍ୟବସ୍ଥା ଥିଲା । କିନ୍ତୁ ଅତି କମ୍ ବ୍ୟବହାର ହେଉଥିଲା ।" ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂସଦ ଆହୁରି କହିଛନ୍ତି, ଚଳିତ ଅଧିବେଶନ ଉପଯୋଗୀ ସାବ୍ୟସ୍ତ ହୋଇଛି ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ନୂଆ ଦଳ ଗଠନ ନେଇ ପଡ଼ିବ କି ମୂଳ ଦୁଆ ? ବଢ଼ିଲା ଚର୍ଚ୍ଚା
ଶୀତ ଅଧିବେଶନ ଆରମ୍ଭରୁ ସଂସଦର ଅନେକ ସଦସ୍ୟ ବିଶେଷ କରି ବିରୋଧୀ ଦଳ ଅଧିବେଶନକୁ ୭ ଦିନ ବଢ଼ାଇବା ଲାଗି ଦାବି କରିଥିଲେ । ଚା' ପାର୍ଟିରେ ମଜାଳିଆ ଢଙ୍ଗରେ କୁହାଯାଇଛି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ପାଇଁ ଅଧିବେଶନ ଅପେକ୍ଷାକୃତ ଛୋଟ ରହିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଜାଳିଆ ଢଙ୍ଗରେ କହିଛନ୍ତି, "ବିରୋଧୀଙ୍କ ସ୍ଵର ଉପରେ ଅଧିକ ଜୋର୍ ଦେବା ଉଚିତ୍ ନୁହେଁ ।" ଏହି ଅବସରରେ ପିଏମ୍ ମୋଦି କେରଳର ଲୋକସଭା ସଦସ୍ୟ ଏନ୍କେ ପ୍ରେଚନ୍ଦନଙ୍କ ଭଳି ବିରୋଧୀ ନେତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

Related Topics
Explore more stories