Modi Putin Meeting / ଗୋଟିଏ କାରରେ ଗଲେ ମୋଦି-ପୁଟିନ୍, ପ୍ରଧାନମନ୍ତ୍ରୀ ବାସଭବନରେ ରହିଛି ପ୍ରାଇଭେଟ୍ ଡିନର୍
·7 months ago·2 min read

Key Points
ଗୋଟିଏ ଗାଡ଼ିରେ ଗଲେ ମୋଦି-ପୁଟିନ୍
ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗୋଟିଏ ଗାଡ଼ିରେ ଗଲେ
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିଛି ପ୍ରାଇଭେଟ୍ ଡିନର

ଭାରତରେ ପହଞ୍ଚିଲେ ଋଷ ରାଷ୍ଟ୍ରପତି । ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପାଲାମ ବିମାନବନ୍ଦରରେ ପହଞ୍ଚିଲେ ଭ୍ଲାଦିମିର ପୁଟିନ୍ । ତେବେ ସବୁଠୁ ବଡ଼ କଥା ହେଉଛି ପ୍ରୋଟକଲ୍ ଭାଙ୍ଗି ପୁଟିନ୍ଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ପାଲାମ ବିମାନବନ୍ଦରରେ ଦେଖିବାକୁ ମିଳିଛି ମୋଦି-ପୁଟିନ ଫ୍ରେଣ୍ଡସିପ୍ କେମିଷ୍ଟ୍ରି । କରମର୍ଦ୍ଦନ ସହ ପରିସ୍ପରକୁ ଆଲିଙ୍ଗନ କରିଥିଲେ ଦୁଇ ନେତା ।
କେବଳ ଏତିକି ନୁହେଁ ପାଲାମ ବିମାନ ବନ୍ଦରରୁ ଗୋଟିଏ କାରରେ ଯାଇ ପ୍ରଧାନମନ୍ତ୍ରୀ ଆବାସରେ ପହଞ୍ଚିଛନ୍ତି ମୋଦି-ପୁଟିନ । ନିଜ ଆବାସରେ ବନ୍ଧୁଙ୍କ ପାଇଁ ଡିନର ରଖିଛନ୍ତି ନରେନ୍ଦ୍ର ମୋଦି ।
ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଋଷ ରାଷ୍ଟ୍ରପତିଙ୍କୁ କରାଯିବ ରାଜକୀୟ ସ୍ବାଗତ । ସାଢ଼େ ୧୧ଟାରେ ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପୁଟିନ । ଏହା ପରେ ୧୧ଟା ୫୦ରେ ହାଇଦ୍ରାବାଦ ହାଉସରେ ପିଏମ୍ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ହେବାକୁ ଯାଉଛି । ଅପରାହ୍ନ ୧ଟା ୫୦ରେ ଯୁଗ୍ମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ ମୋଦି-ପୁଟିନ ।
ଏହାପରେ ୨୩ ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ୍ଙ୍କ ସହ ସମ୍ମିଳନୀରେ ସାମିଲ ହେବେ ସୋଭିଏତ ରୁଷିଆ ସଂସଦର ୭ ଶୀର୍ଷ ନେତା । ଶିଖର ସମ୍ମିଳନୀରେ ଭାରତ-ରୁଷିଆ ମଧ୍ୟରେ ହେବାକୁ ଯାଉଥିବା ମେଗା ଡିଲ୍ ଉପରେ ରହିଛି ସାରା ବିଶ୍ବର ନଜର । ଶକ୍ତି, ବ୍ୟାପାର, ବୈଷୟିକ, ଅନ୍ତରୀକ୍ଷ ସହଯୋଗ ପରି ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଆଲୋଚନା ସହ ପ୍ରତିରକ୍ଷା କ୍ଷେତ୍ରରେ ନିଆଯିବ ବଡ଼ ନିଷ୍ପତ୍ତି । ଖୁବଶୀଘ୍ର ଭାରତ-ଋଷ ମଧ୍ୟରେ ବହୁ ପ୍ରତୀକ୍ଷିତ ପଞ୍ଚମ ପିଢିର ସୁଖୋଇ-57, S-500 ଏୟାର ଡିଫେନସ୍ ସିଷ୍ଟମ, T-72, T 90 ଟ୍ୟାଙ୍କ, ବ୍ରହ୍ମୋସ ସୁପରସୋନିକ ମିଶାଇଲର ମିଳିତ ଉତ୍ସାଦନ ଚୁକ୍ତି ସମେତ ୨୫ଟି ବଡ଼ ଡିଲ୍ ହେବା ସମ୍ଭାବନା ରହିଛି ।
ପୁଟିନଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁଟିନଙ୍କ ପାଇଁ ଏକ ପାଞ୍ଚ-ସ୍ତରୀୟ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି । ଏଥିରେ ତାଙ୍କର ବ୍ୟକ୍ତିଗତ ଅଙ୍ଗରକ୍ଷୀ, ଏକ ଡମି ପୁଟିନ, ଖାଦ୍ୟ ନମୁନା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ ଦଳ ଏବଂ ବାହ୍ୟ ବଳୟରେ ନିୟୋଜିତ ଅଛନ୍ତି NSG କମାଣ୍ଡୋ ।

#WATCH | Prime Minister Narendra Modi and Russian President Vladimir Putin travel in the same car, as they depart from the Palam Technical Airport in Delhi
— ANI (@ANI) December 4, 2025
President Putin is on a two-day State visit to India. He will hold the 23rd India-Russia Annual Summit with PM Narendra… pic.twitter.com/7Qz2cHOtnx
ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଋଷ ରାଷ୍ଟ୍ରପତିଙ୍କୁ କରାଯିବ ରାଜକୀୟ ସ୍ବାଗତ । ସାଢ଼େ ୧୧ଟାରେ ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପୁଟିନ । ଏହା ପରେ ୧୧ଟା ୫୦ରେ ହାଇଦ୍ରାବାଦ ହାଉସରେ ପିଏମ୍ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ହେବାକୁ ଯାଉଛି । ଅପରାହ୍ନ ୧ଟା ୫୦ରେ ଯୁଗ୍ମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ ମୋଦି-ପୁଟିନ ।
ଅଧିକ ପଢ଼ନ୍ତୁ: ଭାରତରେ ପହଞ୍ଚିଲେ ପୁଟିନ୍, ପ୍ରୋଟକଲ୍ ଭାଙ୍ଗି ସ୍ବାଗତ କଲେ PM ମୋଦି
ଏହାପରେ ୨୩ ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ୍ଙ୍କ ସହ ସମ୍ମିଳନୀରେ ସାମିଲ ହେବେ ସୋଭିଏତ ରୁଷିଆ ସଂସଦର ୭ ଶୀର୍ଷ ନେତା । ଶିଖର ସମ୍ମିଳନୀରେ ଭାରତ-ରୁଷିଆ ମଧ୍ୟରେ ହେବାକୁ ଯାଉଥିବା ମେଗା ଡିଲ୍ ଉପରେ ରହିଛି ସାରା ବିଶ୍ବର ନଜର । ଶକ୍ତି, ବ୍ୟାପାର, ବୈଷୟିକ, ଅନ୍ତରୀକ୍ଷ ସହଯୋଗ ପରି ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଆଲୋଚନା ସହ ପ୍ରତିରକ୍ଷା କ୍ଷେତ୍ରରେ ନିଆଯିବ ବଡ଼ ନିଷ୍ପତ୍ତି । ଖୁବଶୀଘ୍ର ଭାରତ-ଋଷ ମଧ୍ୟରେ ବହୁ ପ୍ରତୀକ୍ଷିତ ପଞ୍ଚମ ପିଢିର ସୁଖୋଇ-57, S-500 ଏୟାର ଡିଫେନସ୍ ସିଷ୍ଟମ, T-72, T 90 ଟ୍ୟାଙ୍କ, ବ୍ରହ୍ମୋସ ସୁପରସୋନିକ ମିଶାଇଲର ମିଳିତ ଉତ୍ସାଦନ ଚୁକ୍ତି ସମେତ ୨୫ଟି ବଡ଼ ଡିଲ୍ ହେବା ସମ୍ଭାବନା ରହିଛି ।
ପୁଟିନଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁଟିନଙ୍କ ପାଇଁ ଏକ ପାଞ୍ଚ-ସ୍ତରୀୟ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି । ଏଥିରେ ତାଙ୍କର ବ୍ୟକ୍ତିଗତ ଅଙ୍ଗରକ୍ଷୀ, ଏକ ଡମି ପୁଟିନ, ଖାଦ୍ୟ ନମୁନା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ ଦଳ ଏବଂ ବାହ୍ୟ ବଳୟରେ ନିୟୋଜିତ ଅଛନ୍ତି NSG କମାଣ୍ଡୋ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories