Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲଗାତାର ୪୩୯୮ ଦିନ; ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ ରେକର୍ଡ଼ କରିବେ ପିଏମ ମୋଦି

National

PM Modi New Records / ଲଗାତାର ୪୩୯୮ ଦିନ; ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ ରେକର୍ଡ଼ କରିବେ ପିଏମ ମୋଦି

Subhramjit Ray
Browse all articles by Subhramjit Ray
·6 days ago·3 min read
ଲଗାତାର ୪୩୯୮ ଦିନ;  ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ ରେକର୍ଡ଼ କରିବେ ପିଏମ ମୋଦି
PM Modi New Records

Key Points

୨୦୨୬ ଜୁନ୍ ୯ ତାରିଖରେ ଏକ ନୂଆ ରେକର୍ଡ଼ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Longest Serving Elected Prime Minister India: ଆସନ୍ତା ମଙ୍ଗଳବାର (୨୦୨୬ ଜୁନ୍ ୯) ଏକ ନୂଆ ରେକର୍ଡ଼ ସ୍ଥାପନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହି ଦିନ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯିଏ ନିର୍ବାଚିତ ହେବା ପରେ ଲଗାତାର ସର୍ବାଧିକ ସମୟ ପାଇଁ ଏହି ପଦବୀରେ ରହିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ଏପିରିକି ସେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ସମୟ ପାଇଁ କାର୍ଯ୍ୟ କରିବାର ରେକର୍ଡ଼ ସ୍ଥାପନ କରିବେ। ତଳିତ ବର୍ଷ ଜୁନ୍ ୯ ତାରିଖରେ ତାଙ୍କର ତୃତୀୟ ପାଳି କାର୍ଯ୍ୟକାଳକୁ ୨ ବର୍ଷ ପୂରଣ ହୋଇଯିବ। ଜୁନ୍ ୧୦ ତାରିଖରେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହେବ। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରିବେ। ଅନ୍ୟାନ୍ୟ ସହଯୋଗୀ ଦଳର ନେତା ଏହାକୁ ସମର୍ଥନ କରିବେ। ସଂକଳ୍ପରେ ପ୍ରଧାନମନ୍ତ୍ରୀ ଭାବରେ ବିଗତ ୧୨ ବର୍ଷର ସଫଳତା ବାବଦରେ ଚର୍ଚ୍ଚା କରାଯିବ।

କ'ଣ ରହିଛି ପଣ୍ଡିତ ନେହେରୁଙ୍କ ରେକର୍ଡ଼?
ସ୍ୱାଧିନତ୍ତୋର ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୯୫୨ ମସିହା ମେ ୧୩ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେ ଲଗାତାର ୪୩୯୭ ଦିନ ଅର୍ଥାତ୍ ୧୨ ବର୍ଷ ୧୪ ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଜୁନ୍ ୯ ତାରିଖରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୪୩୯୮ ଦିନ ଅର୍ଥାତ୍ ୧୨ ବର୍ଷ ୧୫ ଦିନ ପୂରଣ କରି ପଣ୍ଡିତ ନେହେରୁଙ୍କ ରେକର୍ଡ଼ ଭାଙ୍ଗିବେ।

ଏହା ସହ ପଢନ୍ତୁ: ପଣ୍ଡିତ ନେହେରୁଙ୍କ ରେକର୍ଡ଼ ନିକଟତର ହେଲେ ପିଏମ ମୋଦି; ଆଉ ମାତ୍ର ୨୫ ଦିନର ଅପେକ୍ଷା

ଯଦିଓ ପଣ୍ତିତ ନେହେରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧିନ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ, ହେଲେ ସେ ୧୯୫୧-୫୨ ମସିହାରେ ଅନୁଷ୍ଠିତ ହୋଇଥିବା ସ୍ୱାଧିନତ୍ତୋର ଭାରତ ବର୍ଷର ପ୍ରଥମ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ୧୯୪୭ ମସିହାରୁ ୧୯୫୧-୫୨ ପର୍ଯ୍ୟନ୍ତ ସେ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁନଥିଲେ। ପଣ୍ଡିତ ନେହେରୁ ୧୯୬୪ ମସିହା ମେ ୨୭ ତାରିଖ ଯାଏଁ (ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ) ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ। ଜବାହରଲାଲ ନେହେରୁଙ୍କ ପୂର୍ଣ୍ଣ କାର୍ଯ୍ୟକାଳକୁ ଯୋଡିଲେ ଏହା ୬୧୩୦ ଦିନ ହେବ। ଯେଉଁଥିରେ ଏକ ମଧ୍ୟବର୍ତ୍ତୀକାଳୀନ କିମ୍ବା ଅଣ-ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ବିତାଇଥିବା ୧୭୩୩ ଦିନ ମଧ୍ୟ ଅନ୍ତର୍ଭୂକ୍ତ ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ରେକର୍ଡ଼
ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଅନେକ ଐତିହାସିକ ସଫଳତା ହାସଲ କରିଛନ୍ତି। ସେ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିବା ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୨୭୨ ଦିନର କାର୍ଯ୍ୟକାଳକୁ ପଛରେ ପକାଇ ସାରିଛନ୍ତି। ଯିଏ ଲଗାତାର ତିନୋଟି ସଂସଦୀୟ ନିର୍ବାଚନରେ ​ବିଜୟୀ ହୋଇଥିବା ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ। ଏକ ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ଲଗାତାର ସର୍ବାଧିକ କାର୍ଯ୍ୟକାଳ ତାଙ୍କ ନାମର ରେକର୍ଡ ହୋଇଛି।

ଏହା ସହ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ମୁଖ୍ୟ ଭାବରେ ନୂଆ ରେକର୍ଡ; ଛୁଟିଲା ଶୁଭେଚ୍ଛାର ସୁଅ

ଗତ ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ସେବେଠାରୁ ସେ ନିରନ୍ତର ଭାବରେ ସରକାର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି। ପ୍ରଥମେ ୭ ଅକ୍ଟୋବର ୨୦୦୧ ରୁ ୨୦୧୪ ମେ ୨୨ ତାରିଖ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ୨୦୧୪ ମେ ୨୬ ତାରିଖରୁ ପ୍ରଧାନମନ୍ତ୍ରୀ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି। ଏପରି ଭାବରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ୯ ହଜାରରୁ ଅଧିକ ଦିନ ପୂରଣ କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Historical Milestone: PM Modi to Break Nehru’s 4,398-Day Record as India’s Longest-Serving PM | Argus News