Narendra Modi / ଆଜି ୟୁପି ଓ ରାଜସ୍ଥାନ ଗସ୍ତରେ ଯିବେ PM ମୋଦି, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

Key Points
ଆଜି ଉତ୍ତରପ୍ରଦେଶ ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଉତ୍ତରପ୍ରଦେଶରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଗସ୍ତ କରିବେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବାଂସୱାଡ଼ାରେ ୧ ଲକ୍ଷ ୨୨ ହଜାର ୧୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ସେହିପରି ପରମାଣୁ ଶକ୍ତି କ୍ଷେତ୍ରକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେଇ ପ୍ରଧାନମନ୍ତ୍ରୀ ବାଂସୱାଡ଼ା ରାଜସ୍ଥାନ ପରମାଣୁ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ କରିବେ । ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ୧୬,୦୫୦ କୋଟିରୁ ଅଧିକ ମୂଲ୍ୟର ପ୍ରଧାନମନ୍ତ୍ରୀ କୁସୁମ ପ୍ରକଳ୍ପର ଉଦଘାଟନ କରିବେ ।
ଏହା ସହିତ ମୋଦି ରାଜସ୍ଥାନରୁ ତିନୋଟି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଯାହା ରାଜ୍ୟ ଏବଂ ଉତ୍ତର କ୍ଷେତ୍ର ମଧ୍ୟରେ ଯୋଗାଯୋଗକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ । ସେହିପରି ରାଜସ୍ଥାନରେ ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ଭାବରେ ନିଯୁକ୍ତି ପାଇଥିବା ଯୁବକଯୁବତୀଙ୍କୁ ୧୫ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହାପରେ ପିଏମ ମୋଦି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ ୨୦୨୫ର ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ଅଧିକ ପଢ଼ନ୍ତୁ: ଇତିହାସ ରଚିଲା DRDO, ଟ୍ରେନରୁ ଉତକ୍ଷେପଣ ହେଲା ଅଗ୍ନି-ପ୍ରାଇମ୍ ମିଜାଇଲ
📱 Get Argus News App
✨
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ ସଂସ୍କରଣ ଆଜିଠାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର, ଖାଦ୍ୟ ସ୍ଥିରତା ଏବଂ ପୁଷ୍ଟିକର ତଥା ଜୈବିକ ଖାଦ୍ୟ ଉତ୍ପାଦନରେ ଭାରତର ଶକ୍ତି ପ୍ରଦର୍ଶନ କରିବ ।
ୱାର୍ଲ୍ଡ ଫୁଡ୍ ଇଣ୍ଡିଆରେ, ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ୍ ଅଫ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ ଯୋଜନା ଅଧୀନରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୨୫୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛୋଟ ପ୍ରକଳ୍ପ ପାଇଁ ପ୍ରାୟ ୨୬ ହଜାର ହିତାଧିକାରୀଙ୍କୁ ୭୭୦ କୋଟି ଟଙ୍କାରୁ ଅଧିକ ଋଣ ସଂଯୁକ୍ତ ସହାୟତା ପ୍ରଦାନ କରିବେ । ଏଥିରେ ୧୫୦ ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସହିତ ଫ୍ରାନ୍ସ, ଜର୍ମାନୀ, ଇରାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଡେନମାର୍କ, ଇଟାଲୀ, ଥାଇଲାଣ୍ଡ, ଇଣ୍ଡୋନେସିଆ, ତାଇୱାନ, ବେଲଜିୟମ, ତାଞ୍ଜାନିଆ, ଇରିଟ୍ରିଆ, ସାଇପ୍ରସ୍, ଆଫଗାନିସ୍ତାନ, ଚୀନ୍ ଏବଂ ଆମେରିକା ସମେତ ୨୧ଟି ଦେଶ ମଧ୍ୟ ପ୍ରଦର୍ଶିତ ହେବେ ।
Related Topics
Explore more stories