Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pulwama Attack / ପୁଲୱାମା ଯବାନଙ୍କ ଅଦମ୍ୟ ସାହାସକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ; ଜଣାଇଲେ ଶ୍ରଦ୍ଧାଞ୍ଜଳି

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·4 min read
ପୁଲୱାମା ଯବାନଙ୍କ ଅଦମ୍ୟ ସାହାସକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ; ଜଣାଇଲେ ଶ୍ରଦ୍ଧାଞ୍ଜଳି
Pulwama Attack

Key Points

ପୁଲୱାମା ଆତଙ୍କୀ ହମଲା
ସାରା ଦେଶ ପାଳୁଛି କଳା ଦିବସ
ବୀର ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
୨୦୧୯ ଜମ୍ମୁକାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆମ ବୀର ଯବାନଙ୍କ ଅଦମ୍ୟ ସାହାସ, ବଳିଦାନକୁ ମନେ ପକାଇଛନ୍ତି ରାଷ୍ଟ୍ରର ପ୍ରମୁଖ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଭିଏଁ ଆକ୍ରମଣରେ ଶହୀଦ ହୋଇଥବା ବୀର ଯବାନଙ୍କ ଅତୁଳନୀୟ ବଳିଦାନ ପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆମ ବୀର ଯବାନଙ୍କ ଏହି ବଳିଦାନକୁ ସର୍ବଦା ଦେଶ ମନେ ପକାଇବ ବୋଲି ସେମାନେ କହିଛନ୍ତି ।


  • 'ଯବାନଙ୍କ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା CRPF ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ସେମାନଙ୍କର ଅଦମ୍ୟ ସାହସ ଏବଂ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, "୨୦୧୯ ମସିହାରେ ପୁଲୱାମାରେ ପ୍ରାଣବଳି ଦେଇଥିବା ସାହସୀ ଯବାନମାନଙ୍କୁ ମନେ ପକାଇବା । ସେମାନଙ୍କର ଦେଶପ୍ରେମ, ଦୃଢ଼ ନିଷ୍ଠା ଏବଂ ସେବା ସର୍ବଦା ଆମର ସାମୂହିକ ସ୍ମୃତିରେ ଲିପିବଦ୍ଧ ରହିବ । ପ୍ରତ୍ୟେକ ଭାରତୀୟ ସେମାନଙ୍କ ସାହସରୁ ଶକ୍ତି ଆଣନ୍ତି ।"



  • ଶହୀଦ ଯବାନଙ୍କୁ ମନେ ପକାଇଲେ ଉପରାଷ୍ଟ୍ରପତି
ଏହି ସମୟରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ମଧ୍ୟ ଶହୀଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ସୈନିକଙ୍କ ସର୍ବୋଚ୍ଚ ବଳିଦାନ ସବୁଦିନ ପାଇଁ ଦେଶ ସ୍ମୃତିରେ ଲିପିବଦ୍ଧ ରହିବ ଏବଂ ଏକ ଶକ୍ତିଶାଳୀ ଏବଂ ସୁରକ୍ଷିତ ଭାରତ ଗଠନ ପାଇଁ ଆମକୁ ପ୍ରେରଣା ଦେଇ ଚାଲିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Rajnath Singh (@rajnathsingh) February 14, 2026

  • 'ଭାରତକୁ ନିରାପଦ ଏବଂ ସୁରକ୍ଷିତ କରିବା ପାଇଁ ଆମର ସାମୂହିକ ସଂକଳ୍ପ'
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାରା ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତଙ୍କୀ ଆକ୍ରମଣକୁ ମନେ ପକାଇଛନ୍ତି । ଏଥିରେ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପାଇଁ ଏକ ସୋସିଆଲ ମିଡିଆ ପୋଷ୍ଟ କରି ସେ ଲେଖିଛନ୍ତି, " ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ସିଆରପିଏଫ ଯବାନମାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।" ଏହାସହିତ ସେମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସେମାନଙ୍କ ପରିବାର ସହିତ ଦେଶ ଏକଜୁଟ ହେବାକୁ ସେ ଆହ୍ଵାନ କରିଛନ୍ତି । ଖାଲି ସେତିକି ନୁହେଁ, ଆଗାମୀ ଦିନରେ ସମସ୍ତ ପ୍ରକାରର ଆତଙ୍କବାଦର ମୁକାବିଲା ଏବଂ ଏହାର ମୂଳୋତ୍ପାଟନ ପାଇଁ ଭାରତ ନିଜର ସଂକଳ୍ପରେ ଅତୁଟ ରହିଛି ବୋଲି ରାଜନାଥ କହିଛନ୍ତି ।


  • ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସାହସୀ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, "୨୦୧୯ ମସିହାରେ ଏହି ଦିନରେ ପୁଲୱାମାରେ ନିଜ ଜୀବନକୁ ଦେଶ ଲାଗି ବଳିଦାନ ଦେଇଥିବା ସାହସୀ ସୌରମାନଙ୍କୁ ମନେ ପକାଉଛି । ତାଙ୍କର ତ୍ୟାଗ ଓ ଦେଶ ପ୍ରତି ନିଷ୍ଠାପର ସେବାକୁ ଦେଶ ସର୍ବଦା ସମ୍ମାନ ଜଣାଇବ ।"


  • ଅମର ଶହୀଦମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ବୀରତ୍ୱ ଏବଂ ବଳିଦାନକୁ ମନେ ପକାଇଛନ୍ତି । ସେ ନିଜ ଏକ ସ୍ଵତନ୍ତ୍ର ପୋଷ୍ଟରେ ଲେଖିଛନ୍ତି, "୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କ ବଳିଦାନ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଯବାନମାନଙ୍କ ସମର୍ପଣ, ଅଦମ୍ୟ ସାହସ ଏବଂ ଦେଶ ପ୍ରତି ସେବାଭାବକୁ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିଛି । ଦେଶର ସାହସୀ ସୈନିକମାନଙ୍କ ବଳିଦାନ ଆମକୁ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ସମ୍ମାନ ପାଇଁ ଏକଜୁଟ ଏବଂ ସଂକଳ୍ପବଦ୍ଧ ରହିବାକୁ ପ୍ରେରଣା ଯୋଗାଉଛି ।"

  • ଦେଶକୁ କନ୍ଦାଇ ଦେଇଥିଲା ପୁଲୱାମା ଆକ୍ରମଣ
୨୦୧୯ ମସିହା ଫେବୃଆରୀ ୧୪ ତାରିଖ । ଗୋଟିଏ ପଟେ ସାରା ଦେଶ ପ୍ରେମ ସପ୍ତାହ ପାଳୁଥିବା ବେଳେ ଏପଟେ ଆମ ଦେଶର ମହିଳା ମାନଙ୍କ ସିନ୍ଦୂର ଲିଭିଯାଇଥିଲା । ସେମାନେ ନିଜର ଜୀବନ ସାଥୀଙ୍କୁ ହରାଇଥିଲେ । ଏହା ଏକ କଳା ଦିନ ଥିଲା ଯେତେବେଳେ ଜମ୍ମୁ ଏବଂ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୭୮ଟି ବସରେ ଯାତ୍ରା କରୁଥିବା ୨୫୦୦ CRPF ଯବାନଙ୍କ ମଧ୍ୟରୁ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା । ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

ଏଥିସହ ପଢନ୍ତୁ: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା 7ବର୍ଷ...ଭାରତୀୟ ପ୍ରତିରକ୍ଷା ଇତିହାସରେ କଳା ଦିବସ....

ଏହାର ଜବାବରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ ଆରମ୍ଭ କରିଥିଲା । ପୁଲୱାମା ଆକ୍ରମଣ କେବଳ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହାସହିତ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ଏବଂ ଆତଙ୍କବାଦ ଉପରେ ବିଶ୍ୱବ୍ୟାପୀ ବିତର୍କ ଆରମ୍ଭ କରିଥିଲା ଭାରତ । ଏହି ଦିନକୁ ଭାରତ ପ୍ରତିବର୍ଷ "କଳା ଦିବସ" ଭାବରେ ପାଳନ କରେ ।
Sponsored
PM Narendra Modi Odisha CM Mohan Charan Majhi pay tribute to Pulwama attack Heroes | Argus News