|
logo
Live

Argus News - ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ

National

ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ

Jitendra Dash
Browse all articles by Jitendra Dash
·2 years ago·1 min read
ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ

ଅର୍ଗସ ବ୍ୟୁରୋ : ବେଙ୍ଗାଲୁରୁରେ ବୋମା ଆତଙ୍କ । ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ । ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି । ପୋଲିସ୍‌ ସହ ଅନ୍ୟ ସୁରକ୍ଷା ଏଜେନ୍ସି ଓ ଡଗ ସ୍କ୍ୱାଡ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସେହିପରି ୪୫ଟି ଯାକ ସ୍କୁଲରୁ ପିଲା ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ କୌଣସି ସ୍କୁଲରୁ ବୋମା ରହିଥିବା ଠାବ ହୋଇନଥିଲା । ତଥାପି ଅଭିଭାବକମାନେ ପିଲାମାନଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଆଜି ସକାଳୁ ପ୍ରଥମେ ୧୫, ପରେ ୨୫ ଓ ଶେଷରେ ୪୫ଟି ସ୍କୁଲର ଇ-ମେଲକୁ ହଠାତ୍‌ ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଖବର ପାଇ ପୋଲିସ୍‌ ତୁରନ୍ତ ସ୍କୁଲଗୁଡ଼ିକରେ ପହଞ୍ଚିଥିଲା । ବୋମା ନିଷ୍କ୍ରିୟକାରୀ ଟିମ ଓ ଡଗ ସ୍କ୍ୱାଡ ମଧ୍ୟ ସର୍ଚ୍ଚ ଅପରେସନରେ ଲାଗିଥିଲେ । ତେବେ ଗୋଟିଏ ସମୟରେ ଏତେ ସଂଖ୍ୟକ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ସମସ୍ତଙ୍କୁ ଚକିତ କରି ଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧମକ ପରେ ତୁରନ୍ତ ସ୍କୁଲରେ ଥିବା ପିଲା ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଖବର ପାଇ ସ୍କୁଲ ବାହାରେ ଅଭିଭାବକମାନେ ମଧ୍ୟ ଭିଡ଼ କରିଥିଲେ । ହ୍ୱାଇଟଫିଲ୍ଡ, କୋରେମଙ୍ଗାଲା, ବାସବେଶନଗର, ୟାଲାହାଙ୍କା ଓ ସଦାସିବନଗରରେ ଥିବା ଘରୋଇ ସ୍କୁଲଗୁଡ଼ିକୁ ବୋମା ବିସ୍ଫୋରଣ ଧମକ ମିଳିଛି ।

Sponsored
ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ | Argus News