Suspected IED blast near LoC in Poonch / ଭାରତରେ ଅନୁପ୍ରବେଶ ଉଦ୍ୟମ ବିଫଳ; ସୀମାରେ ଲସ୍କର ଶୀର୍ଷ କମାଣ୍ଡର ସମେତ ୪ ଆତଙ୍କୀ
·1 hour ago·2 min read

Key Points
ଜାମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।
ଜାମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖାର (ଏଲଓସି) କେଜି ସେକ୍ଟର ଠାରେ ହୋଇଛି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଯେଉଁଥିରେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ଲସ୍କର-ଏ-ତୋଏବା କମାଣ୍ଡର ସମେତ ୪ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ କାଶ୍ମୀର ଅଧିକୃତ ପୁଞ୍ଚ ଜିଲ୍ଲାର ହାଜିରା ତହସିଲର ମଣ୍ଡାଲା ଏବଂ ମଦରପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପ୍ରାଣ ହରାଇଥିବା ଆତଙ୍କୀ ହେଉଛନ୍ତି ମହମ୍ମଦ ଇସ୍ତିଆକ୍, ଶୀର୍ଷ ଲସ୍କର କମାଣ୍ଡର ମହମ୍ମଦ ଫୈଜାନ, ମହମ୍ମଦ ୱାକାସ ଏବଂ ମହମ୍ମଦ ଅସୀମ।
ଘଟଣା ପରେ ସତର୍କ ହୋଇଉଠିଲା ସୁରକ୍ଷା ବାହିନୀ
ଜାମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଏକ ସୀମାନ୍ତ ଗ୍ରାମରେ ଏକ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ସନ୍ଦେହ କରାଯାଉଛି ଯେ ବିସ୍ଫୋରଣ ଏକ ଆଇଇଡ଼ି (IED) ବିସ୍ଫୋରଣ ଥିଲା। ବିସ୍ଫୋରଣ ପରେ ସୁରକ୍ଷା ବାହିନୀ ସତର୍କ ହୋଇଉଠିଛି। ଆଖପାଖ ଅଞ୍ଚଳରେ ସେମାନଙ୍କର ମୁତୟନକୁ ବୃଦ୍ଧି କରାଯାଇଛି। ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସତୱାଲ-ନାକି ଅଞ୍ଚଳ ନିକଟରେ ବିସ୍ଫୋରଣ ହୋଇଥିବାର ଜଣାପଡ଼ିଛି। ନିୟନ୍ତ୍ରଣ ରେଖା ନିକଟରେ କିଛି ଲୋକଙ୍କ ଗତିବିଧି ଦେଖାଯିବା ସମୟରେ ବିସ୍ଫୋରଣ ହୋଇଥିଲା।
ଏହା ସହ ପଢନ୍ତୁ: ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଲା ହାସିମ ମୁସା; ପହଲଗାମ ଆକ୍ରମଣ ଘଟଣାରେ ଥିଲା ଜଡ଼଼ିତ
କିଏ କରିଥିଲା ବିସ୍ଫୋରଣ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ ସ୍ପଷ୍ଟ
ଏହି ବିସ୍ଫୋରଣ ଏଲଓସି (LoC) ପାର କରି ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିଲା ନାଁ ପାକିସ୍ତାନୀ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ବିସ୍ଫୋରଣର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ବିସ୍ଫୋରଣ ପରେ ସୁରକ୍ଷା ବାହିନୀ ସୀନ୍ତମାବର୍ତ୍ତୀ ସମସ୍ତ ଅଞ୍ଚଳରେ ସତର୍କତା ଜାରି କରିଛି। ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି। ପାର୍ଣବ ଋତୁ ପୂର୍ବରୁ ଯେକୌଣସି ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁରକ୍ଷା ବାହିନୀ ପୂର୍ବରୁ ସତର୍କ ହୋଇ ଉଠିଛି। ଏହି ଘଟଣା ସୁରକ୍ଷା ବାହିନୀର ସତର୍କତାକୁ ଆହୁରି ବୃଦ୍ଧି କରିଛି। ସୋମବାର (ଅକ୍ଟୋବର ୧୨) ମେନ୍ଧାର ସେକ୍ଟର ସ୍ଥିତ ବାସୋନି ଅଞ୍ଚଳରେ ସୈନିକ ଦୁଇଟି ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେଉଁ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିଲା ତାହା ଅତ୍ୟନ୍ତ ସମ୍ବେଦନଶୀଳ। ଆତଙ୍କବାଦୀ ଏଠାରୁ ପ୍ରାୟତଃ ଅନୁପ୍ରବେଶ କରିଥାନ୍ତି। ସମାନ ବିସ୍ଫୋରଣରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ ଦଳର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସକାଳେ ଏହି ଅଞ୍ଚଳ ନିକଟରେ ଦୁଇଟି ଲ୍ୟାଣ୍ଡମାଇନ୍ ମିଳିଥିଲା। ଯାହାକୁ ସୁରକ୍ଷା ବାହିନୀ ନିଷ୍କ୍ରିୟ କରିଛି। ଗତ ସପ୍ତାହ ମଧ୍ୟରେ ଏଠାରୁ ପ୍ରାୟ ଏକ ଡଜନ ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଆଗକୁ ଶୀତ ଋତୁ ଆସୁଥିବାରୁ ଆତଙ୍କବାଦୀ ଅନୁପ୍ରବେଶ ମାମଲା ବୃଦ୍ଧି ପାଇଥାଏ। ଅନୁପ୍ରବେଶକୁ ରୋକିବା ପାଇଁ ସୁରକ୍ଷା ବାହିନୀ ଲାଗି ଆଗାମୀ କିଛି ମାସ ବେଶ ଗୁରୁତ୍ୱପୂର୍ଣ୍ଣ।
Related Topics
Explore more stories