Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Worker Killed / ଆମୋନିଆ ଗ୍ୟାସ୍ ବିସ୍ଫୋରଣରେ ଭୁଶୁଡ଼ିଲା ଶୀତଳ ଭଣ୍ଡାର ଛାତ, ୯ ଶ୍ରମିକ ମୃତ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଆମୋନିଆ ଗ୍ୟାସ୍ ବିସ୍ଫୋରଣରେ ଭୁଶୁଡ଼ିଲା ଶୀତଳ ଭଣ୍ଡାର ଛାତ, ୯ ଶ୍ରମିକ ମୃତ
Major Industrial Accident

Key Points

ଆଖି ପିଛୁଳାକେ ଭୁଶୁଡ଼ିଲା ଛାତ । ଚାପି ହୋଇଗଲେ ପାଖାପାଖି ୨୦ ଶ୍ରମିକ । ଚାନ୍ଦପୁର ଗାଁରେ ଥିବା ଏକ ଶୀତଳ ଭଣ୍ଡାରରେ ସୋମବାର ଦିନ ଦ୍ଵି-ପ୍ରହରରେ ବଡ଼ ଅଘଟଣ ଘଟିଛି । ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ସୋମବାର ବଡ଼ ଅଘଟଣ । ଆଖି ପିଛୁଳାକେ ଭୁଶୁଡ଼ିଲା ଛାତ । ଚାପି ହୋଇଗଲେ ପାଖାପାଖି ୨୦ ଶ୍ରମିକ । ଉତ୍ତରପ୍ରଦେଶର ପ୍ରୟାଗରାଜର ଚାନ୍ଦପୁର ଗାଁରେ ଥିବା ଏକ ଶୀତଳ ଭଣ୍ଡାରରେ ସୋମବାର ଦିନ ଦ୍ଵି-ପ୍ରହରରେ ବଡ଼ ଅଘଟଣ ଘଟିଛି ।

ଆମୋନିଆ ଗ୍ୟାସ୍ ଭର୍ତ୍ତି ଟାଙ୍କି ବିସ୍ଫୋରଣ ଫଳରେ ଶୀତଳ ଭଣ୍ଡାରର ଛାତ ଭୁଶୁଡ଼ି ପଡ଼ିଛି । ଫଳରେ ଭଗ୍ନାଂଶ ତଳେ ପାଖାାପାଖି ୨୦ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ବିମାନବନ୍ଦରରେ ବଡ଼ ଅଘଟଣ; ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ

ଶୀତଳ ଭଣ୍ଡାର ଭିତରେ ଆମୋନିଆ ଗ୍ଯାସ୍ ଲିକ୍ ହେଉଥିବାରୁ ଭିତରକୁ ପଶି ପାରୁ ନାହାନ୍ତି ଉଦ୍ଧାରକାରୀ ଦଳ । ଚାନ୍ଦପୁରରେ ଥିବା ଏହି ଶୀତଳଭଣ୍ଡାରଟି ପୂର୍ବତନ ମନ୍ତ୍ରୀ ଅନସାର ଅହମଦଙ୍କର ବୋଲି କୁହାଯାଉଛି । ଭଗ୍ନାଂଶ ତଳେ ଫସିଥିବା ଶ୍ରମିକ ବିହାର ସହରସାର ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଶୀତଳ ଭଣ୍ଡାରରେ ଆମୋନିଆ ଗ୍ୟାସ୍ ପାଇପ୍ ଫାଟି ଏତେ ଭୟଙ୍କର ଦୁର୍ଘଟଣା ଘଟିଛି । ଏବେ ଆମୋନିଆ ଗ୍ୟାସ୍ ଲିଙ୍କ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଦୁର୍ଘଟଣା ସମୟରେ ପ୍ରାୟ ୨୦ ଜଣ ଶ୍ରମିକ ସେଠାରେ କାମ କରୁଥିଲେ ।

ଶୀତଳ ଭଣ୍ଡାର ଛାତ ଭୁଶୁଡ଼ିବା ଏବଂ ଆମୋନିଆ ଗ୍ୟାସ୍ ଲିକ୍‌କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଉଦ୍ଧାରକାରୀ ଦଳ ଉପରେ ଗ୍ରାମବାସୀ ପଥର ମାଡ଼ କରିଥିବା କୁହାଯାଉଛି । ଏବେ ସୁଦ୍ଧା ୯ ଶ୍ରମିକଙ୍କ ମୃତଦେହ ମିଳିଛି । ଜେସିବି ସାହାଯ୍ୟରେ ଭୁଶୁଡ଼ିଥିବା ଛାତର ସିମେଣ୍ଟ ଖଣ୍ଡ ଓ ଅତଡ଼ା ବାହାର କରାଯାଉଛି ।

ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ୫ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ପରିବାରର ୫ ଜଣଙ୍କ ସହ ୯ ମୃତ

ପ୍ରୟାଗରାଜ ପୋଲିସ କମିଶନର ଜୋଗିନ୍ଦର କୁମାର ଓ ଜିଲ୍ଲାପାଳ ମନୀଷ ବର୍ମା ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ନିଜେ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ଏକାଧିକ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସ୍ଵରୂପ ରାଣୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।

ଦ୍ଵି-ପ୍ରହରେ ଖାଇବା ସମୟରେ ଏହି ଅଘଟଣ ଘଟିଛି । ସେତେବେଳେ କିଛି ଶ୍ରମିକ ଖାଦ୍ୟ ଖାଉଥିବା ବେଳେ ଅନ୍ୟ କିଛି ଖାଇ ସାରି ବିଶ୍ରାମ ନେଉଥିଲେ । ହଠାତ୍ କେହି କିଛି ବୁଝିବା ଆଗରୁ ପାଇପ୍ ଫାଟି ବିସ୍ଫୋରଣ ହୋଇ ଛାତ ଭୁଶୁଡ଼ିଥିଲା । ଯିଏ ଭିତରେ ଥିଲେ, ବାହାରକୁ ବାହାରି ପାରି ନଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ammonia Gas Explosion in Prayagraj Cold Storage, 9 Workers Dead | Argus News | Argus News