Father Dies Before Wedding / ନୂଆ ସଂସାର ଗଢିବା ପୂର୍ବରୁ ବାପଘରେ ଶୋକର ଛାୟା; ଚାଲିଗଲେ ବାପା, ମାସକ ଭିତରେ ବାପା-ମାଆ ଆରପାରିରେ
·30 mins ago·2 min read

Key Points
ଝିଅର ହାତଗଣ୍ଠି ପଡ଼ିବା ପୂର୍ବରୁ ବାପାଙ୍କ ମୃତ୍ୟୁ
ପୂର୍ବରୁ ମାଆ ବି ଆରପାରିକୁ ଚାଲିଯାଇଛନ୍ତି
ନୂଆବୋହୂ ସାଜିଥିବା ଝିଅ ଉପରେ ଦୁଃଖର ପାହାଡ଼
ପୂର୍ବରୁ ମାଆ ବି ଆରପାରିକୁ ଚାଲିଯାଇଛନ୍ତି
ନୂଆବୋହୂ ସାଜିଥିବା ଝିଅ ଉପରେ ଦୁଃଖର ପାହାଡ଼
ପ୍ରୟାଗରାଜ (ଉତ୍ତର ପ୍ରଦେଶ): ନୂଆବୋହୂ ପରି ସଜେଇ ହୋଇଥିଲା ଝିଅଟି । ପରଘରକୁ ଯାଇ ନୂଆ ସଂସାର ଗଢିବା ନେଇ ଥିଲା ଅନେକ ସ୍ଵପ୍ନ । ଘରେ ବି ଧୁମଧାମରେ ବାହାଘର ହେଉଥିଲା । ଝିଅର ବାପା ବି ଅନେକ ସ୍ଵପ୍ନ ଦେଖିଥିଲେ । ହାତକୁ ଦିହାତ ହୋଇ ଝିଅ ଖୁସିରେ ରହିବ । ହେଲେ ବିଧିର ବିଧାନ ଥିଲା ଅଲଗା । ସବୁକିଛି ସ୍ଵପ୍ନ ନିମିଷକରେ ପାଣିଫୋଟକା ପରି ମିଳେଇଗଲା । ଏହି ପରିବାର ଉପରେ ଯେପରି ଲାଗିଯାଇଥିଲା କାହାର ଖରାପ ନଜର । ହଠାତ୍ ଝିଅର ବାହାଘର ପୂର୍ବରୁ ଚାଲିଗଲେ ଝିଅର ବାପା ।
ଉତ୍ତର ପ୍ରଦେଶ ପ୍ରୟାଗରାଜର ହାଣ୍ଡିଆ ଅଞ୍ଚଳରେ ଘଟିଛି ଏପରି ଦୁଃଖଦ ଘଟଣା । ଝିଅ ବାହାଘର ପୂର୍ବରୁ ସଡ଼କ ଦୁର୍ଘଟଣାରେ ବାପାର ମୃତ୍ୟୁ ଘଟିଛି । ଘରେ ଆସି ବରଯାତ୍ରୀ ପହଞ୍ଚିଥାଆନ୍ତା । ବାଜା, ବାଣରେ ଘର ଦୁଆର ଫାଟି ପଡ଼ିଥାନ୍ତା । ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ଏହି ଖୁସିର ଦିନରେ ଝିଅର ପାଲିଙ୍କି ନୁହେଁ, ବରଂ ବାପାର ଉଠିଲା ଜୁଇ । ଯାହାକି ସାରା ଅଞ୍ଚଳକୁ ଦୁଃଖର ସାଗରରେ ବୁହାଇ ଦେଇଛି । ସବୁଠୁ ଦୁଃଖର ବିଷୟ ହେଉଛି ୨୦ ଦିନ ପୂର୍ବରୁ ଝିଅର ମାଆଙ୍କ ମୃତ୍ୟୁ ଘଟିଥିଲା ।

- କଣ ପୂରା ଘଟଣା ?
- ୨୦ଦିନ ପୂର୍ବରୁ ମାଆକୁ ହରାଇଥିଲେ ପୁନମ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସହର ଛାଡ଼ି ହିମାଚଳ ପ୍ରଦେଶର ଗାଁକୁ ଯାଇଥିଲେ; ମନେ ପଡ଼ିଲା ସିଟିର କୋଳାହଳ, ବ୍ୟାଗ୍ ପ୍ୟାକ୍ କରି ପୁଣି ଫେରିଲେ
- ଆର୍ଥିକ ସହାୟତା ଦାବି
Related Topics
Explore more stories