Videos
|
National

Premanand Maharaj Disciple / ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ଘଟଣା; ନୂଆ CCTV ଭିଡିଓ କହିଦେଲା ସତ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ଘଟଣା; ନୂଆ CCTV ଭିଡିଓ କହିଦେଲା ସତ
Premanand Maharaj Disciple

Key Points

ଦୀପକ ଲୋଧିଙ୍କ ମୃତ୍ୟୁ ଘଟଣା
ଆସିଲା ଆଉ ଏକ ସିସିଟିଭି ଭିଡିଓ
ଚିନ୍ତାରେ ଦିଶିଲେ ପ୍ରେମାନନ୍ଦଙ୍କ ଶିଷ୍ୟ ଦୀପକ
ନିଜେ ଛାତରୁ ଡେଉଁଥିବା ସିସିଟିଭିରେ ଦିଶିଲା
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ୍ ଦୁଲାରୀ ଓରଫ ଦୀପକ ଲୋଧିଙ୍କ ମୃତ୍ୟୁ ଘଟଣା । ଆସିଲା ଆଉ ଏକ ସିସିଟିଭି ଭିଡିଓ । ସାମ୍ନାକୁ ଆସିଥିବା ଏହି ନୂଆ ଭିଡିଓରେ ଦୀପକ ଲୋଧି ଆଶ୍ରମର ଛାତ ଉପରେ ନଜର ଆସିଲେ ଓ ଏହାପରେ ନିଜେ ଛାତରୁ ଡେଇଁ ପଡୁଥିବା ଦେଖିବାକୁ ମିଳିଛି । ଭିଡିଓରେ ସେ ଡେଇଁବା ପୂର୍ବରୁ ଚିନ୍ତାରେ ଥିବା ଦେଖିବାକୁ ମିଳିଛି । ଏହାପରେ ସେ ହଠାତ୍ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ ।

ଏହି ଘଟଣା ଗତ ଶୁକ୍ରବାର (ସେପ୍ଟେମ୍ବର ୨୫) ସକାଳ ୧୦.୩୦ଟାର କୁହାଯାଉଛି । ପୋଲିସର କହିବାନୁସାରେ, ବୃନ୍ଦାବନର ବାରାହଘାଟ ରାସ୍ତା ନିକଟ ଗୁରୁକୃପା କୁଞ୍ଜ ଆଶ୍ରମରୁ ଦୀପକ ଲୋଧି ତଳକୁ ଡେଇଁ ପଡ଼ିଥିଲେ । ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

  • କାହିଁକି ଏପରି ନିଷ୍ପତ୍ତି ନେଲେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ?
ତେବେ ଦୀପକ ଲୋଧି ଓରଫ ରସିକ୍ ଦୁଲାରୀ ଏପରି ନିଷ୍ପତ୍ତି କାହିଁକି ନେଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । କାରଣ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଅନେକ ଲୋକ ପରିଦର୍ଶନରେ ଯାଆନ୍ତି । ନିଜର ମନର ବ୍ୟଥା ପ୍ରେମାନନ୍ଦଙ୍କ ସାମ୍ନାରେ ପ୍ରକାଶ କରନ୍ତି । ଆଉ ସନ୍ଥ ପ୍ରେମାନନ୍ଦ ସେମାନଙ୍କୁ ଆଧ୍ୟାତ୍ମିକ ସହ ଯୋଡ଼ି ସେମାନଙ୍କ ମନରୁ ବ୍ୟଥାକୁ ଦୂରେଇବାର ରାସ୍ତା କୁହନ୍ତି । ଯେଉଁଠି ଆଶ୍ରମକୁ ଶହ ଶହ ଲୋକ ଜୀବନରେ ଶାନ୍ତି ପାଇଁ ପ୍ରେମାନନ୍ଦ ମହାରାଜଙ୍କ ପରାମର୍ଶ, କଥା ଶୁଣିବାକୁ ଆସନ୍ତି, ସେହି ଆଶ୍ରମରୁ ସନ୍ଥଙ୍କ ଶିଷ୍ୟଙ୍କ ମୃତ୍ୟୁ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

  • ଛାନଭିନ୍ କରୁଛି ପୋଲିସ
ଦୀପକ ଲୋଧିଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସିସିଟିଭିରେ ସେ ନିଜେ ଛାତରୁ ଡେଉଁଥିବା ନଜର ଆସିଥିବାବେଳେ ପରିବାର ଲୋକେ ଏହାକୁ ଅସ୍ଵୀକାର କରିଛନ୍ତି । ଏତେ କମ ବୟସରେ ଦୀପକଙ୍କ ଏପରି ପଦକ୍ଷେପର ପ୍ରକୃତ କାରଣ କଣ ଖୋଜିବା ଲାଗି ସେମାନଙ୍କ ଆଇନର ଦ୍ଵାରସ୍ଥ ହୋଇଛନ୍ତି । ଡିଏସପି ସନ୍ଦୀପ କୁମାରଙ୍କ କହିବାନୁସାରେ, ରସିକ୍ ଦୁଲାରୀଙ୍କ ପ୍ରକୃତ ନାମ ଦୀପକ ଲୋଧି ଥିଲା । ପ୍ରାରମ୍ଭିକ ତଦନ୍ତରୁ ଆତ୍ମହତ୍ୟା ପରି ଲାଗୁଥିବା ପୋଲିସ କହିଛି । ହେଲେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ପ୍ରକ୍ରିୟା ଆଗକୁ ବଢୁଛି । ଘଟଣା ପୂର୍ବରୁ ଦୀପକଙ୍କ ଆଖପାଖରେ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି । ତାଙ୍କ ମାନସିକ ସ୍ଥିତି କିପରି ଥିଲା ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ପୋଲିସ ।

  • କଣ କହୁଛି ବ୍ୟବଚ୍ଛେଦ ରିପୋର୍ଟ ?
ଦୀପକ ଲୋଧିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଅତ୍ୟଧିକ ରକ୍ତସ୍ରାବ ମୃତ୍ୟୁର କାରଣ ବୋଲି କୁହାଯାଉଛି । ଏହାବ୍ୟତୀତ ଦୀପକଙ୍କ ରୁମରୁ ପୋଲିସକୁ ଏକ ଗ୍ରାଇଣ୍ଡର ମିଳିଛି । ପୋଲିସର କହିବାନୁସାରେ ଦୀପକଙ୍କ ପ୍ରାଇଭେଟ୍ ପାର୍ଟରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏହା କେଉଁ ପରିସ୍ଥିତିରେ ହେଲା ସେନେଇ ପୋଲିସ ଯାଞ୍ଚ କରୁଛି । କାରଣ ଗ୍ରାଇଣ୍ଡରେ ମଧ୍ୟ ରକ୍ତଦାଗ ରହିଛି । ବର୍ତ୍ତମାନ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି, ତଥାପି ପୂରା ଘଟଣାର ଯାଞ୍ଚ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

  • ସରିଛି ଅନ୍ତିମ ସଂସ୍କାର
ଦୀପକ ଲୋଧିଙ୍କ ଅନ୍ତିମ ସଂସ୍କାର ବୃନ୍ଦାବନରେ ହୋଇସାରିଛି । କିନ୍ତୁ ଗୋଟିଏ ପରେ ଗୋଟିଏ ଆସୁଥିବା ସିସିଟିଭି ଫୁଟେଜକୁ ନେଇ ବୁଢିଆଣୀ ସୂତା ପରି ମାମଲାଟି ଛନ୍ଦି ହୋଇଚାଲିଛି । ଏହା ଆତ୍ମହତ୍ୟା ନା ଆଉ କିଛି ? ଗ୍ରାଇଣ୍ଡରରେ ରକ୍ତଦାଗ କେଉଁଠୁ ଆସିଲା ? ଦୀପକ ଲୋଧିଙ୍କ ପ୍ରାଇଭେଟ୍ ପାର୍ଟରେ ଆଘାତ କେମିତି ଲାଗିଲା ? ଦୀପକ ଲୋଧିଙ୍କ ମାନସିକ ସ୍ଥିତି କିପରି ଥିଲା ? ସେ ସବୁକୁ ନେଇ ପୋଲିସ ଯାଞ୍ଚ କରୁଛି ।

ପଢନ୍ତୁ ଏହି ଖବର: ପ୍ରେମରେ ବିଫଳ ପରେ ୭୨ ବର୍ଷୀୟ ବୃଦ୍ଧର ଏସିଡ୍ ଆଟାକ୍‌ରେ ଯୁବତୀ ଗୁରୁତର


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କାହିଁକି ଘର ଛାଡ଼ିଥିଲେ ଦୀପକ ଲୋଧି ?
ମଧ୍ୟପ୍ରଦେଶ ଜବଲପୁରର ବାସିନ୍ଦା ଦୀପକ ଲୋଧି (ଯିଏ ପରବର୍ତ୍ତୀ ସମୟରେ ବୃନ୍ଦାବନରେ 'ରସିକ ଦୁଲାରୀ ଶରଣ' ନାମରେ ଜଣାଶୁଣା ଥିଲେ) ପିଲାଦିନରୁ ହିଁ ଆଧ୍ୟାତ୍ମିକତା ପ୍ରତି ଗଭୀର ଆକୃଷ୍ଟ ଥିଲେ । ନିଜର ଗ୍ରାଜୁଏସନ ବା ସ୍ନାତକ ପଢ଼ା ଶେଷ କରିବା ପରେ ସେ ଘର ସଂସାର ତ୍ୟାଗ କରି ପ୍ରଥମେ ନର୍ମଦା ପରିକ୍ରମାରେ ବାହାରିଥିଲେ । ଏହାପରେ ପ୍ରାୟ ଦୁଇ ବର୍ଷ ତଳେ ରାଧା ଅଷ୍ଟମୀ ଅବସରରେ ସେ ବୃନ୍ଦାବନ ଚାଲିଯାଇଥିଲେ ଏବଂ ସେଠାରେ ବିଶିଷ୍ଟ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କଠାରୁ ଦୀକ୍ଷା ଗ୍ରହଣ କରି ଆଶ୍ରମରେ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସଂସାର ବନ୍ଧନରୁ ମୁକ୍ତ ହୋଇ ଭଗବତ ଭକ୍ତି ଓ ସାଧନାରେ ସମୟ ଅତିବାହିତ କରିବା ପାଇଁ ସେ ଘର ଛାଡ଼ିଥିଲେ ।