Videos
|
National

Premanand Maharaj Reaction / ରସିକ୍ ଦୁଲାରୀ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ପ୍ରେମାନନ୍ଦ ମହାରାଜ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ରସିକ୍ ଦୁଲାରୀ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ପ୍ରେମାନନ୍ଦ ମହାରାଜ
Premanand Maharaj

Key Points

ରସିକ୍ ଦୁଲାରୀ ଶରଣ ମୃତ୍ୟୁ ଘଟଣା
ପ୍ରଥମ ଥର ଆସିଲା ପ୍ରେମାନନ୍ଦଜୀଙ୍କ ଭିଡିଓ
୨୩ ମିନିଟ୍‌ର ଭିଡିଓ ବଡ଼ କଥା କହିଲେ
ଲକ୍ଷ୍ନୌ: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ୍ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ ଆସିଲା ବାବାଙ୍କ ପ୍ରଥମ ପ୍ରତିକ୍ରିୟା । ୨୩ ମିନିଟ୍‌ର ଭିଡିଓରେ ଅନେକ କଥା କହିଛନ୍ତି ପ୍ରେମାନନ୍ଦ ମହାରାଜ । ସେ ସିଧାସଳଖ ରସିକ୍ ଦୁଲାରୀଙ୍କ ନାଁ ନେଇନାହାନ୍ତି, ବରଂ ପରୋକ୍ଷରେ ପ୍ରତିକୂଳ ପରିସ୍ଥିତିରେ କିପରି ଧୈର୍ଯ୍ୟ ରଖିବ ସେନେଇ କହିଛନ୍ତି । ଏହାସହିତ ନିନ୍ଦା, ଅପମାନ ଉପରେ ମଧ୍ୟ ସେ ଆଲୋଚନା କରିଛନ୍ତି ।

  • ଭିଡିଓରେ କଣ କହିଲେ ପ୍ରେମାନନ୍ଦଜୀ
ପ୍ରବଚନ ବେଳେ ମହାରାଜ ପରୋକ୍ଷରେ ଅନେକ କଥା କହିଛନ୍ତି । ସେ ସିଧାସଳଖ ତାଙ୍କ ବିରୁଦ୍ଧରେ ହେଉଥିବା ବିବାଦ ଓ ଅଭିଯୋଗକୁ ଇସାରା କରିଛନ୍ତି । ପ୍ରେମାନନ୍ଦଜୀ କହିଛନ୍ତି ଯେ ଯେତେବେଳେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ସମାଜ ତାକୁ ନିନ୍ଦା କରେ, ତା ଉପରେ ନାନା ପ୍ରକାରର ଅଭିଯୋଗ ଆସେ । ସେତେବେଳେ ପ୍ରକୃତରେ ଉକ୍ତ ବ୍ୟକ୍ତି ଉପରେ ଭଗବାନଙ୍କ କୃପା ଅଛି ବୋଲି ବୁଝିବା ଆବଶ୍ୟଖ । କଠିନ ଓ ସଙ୍କଟପୂର୍ଣ୍ଣ ସମୟରେ ଜଣେ ବ୍ୟକ୍ତିକୁ ନିଜର ଧୈର୍ଯ୍ୟ ହରାଇବା କଥା ନୁହେଁ, ବରଂ ନିଜର ସବୁକିଛି ଭଗବାନଙ୍କ ଚରଣରେ ଅର୍ପଣ କରିବା ଦରକାର ।

  • ନିନ୍ଦା ଓ ଅପମାନକୁ ନେଇ ଏମିତି କହିଲେ
ପ୍ରେମାନନ୍ଦ ମହାରାଜ ବୃନ୍ଦାବନରେ ଚାଲୁଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ କହିଛନ୍ତି, "ଅପମାନ ଓ ନିନ୍ଦା ବାସ୍ତବରେ କୌଣସି ଖରାପ ଜିନିଷ ନୁହେଁ, ବରଂ ଏହା ଈଶ୍ଵରଙ୍କ ଦ୍ଵାରା ନିଜ ଭକ୍ତମାନଙ୍କୁ ଦିଆଯାଉଥିବା ଫୁଲ । ମୀରା ବାଈ ଓ ଭକ୍ତ ପ୍ରହ୍ଲାଦଙ୍କୁ ମଧ୍ୟ ସମାଜର ଲାଞ୍ଛନା ଶୁଣିବାକୁ ପଡ଼ିଥିଲା । ନିଜ ଭିତରେ ଥିବା ଅସହନୀୟ କଷ୍ଟ ଓ ଅପମାନକୁ ସହ୍ୟ କରିବାକୁ ପଡ଼ିଥିଲା । ସେ ଏ ସବୁ ଭଗବାନଙ୍କ ଇଚ୍ଛା ଭାବି ସହ୍ୟ କରିଥିଲେ ।"

  • ମିଥ୍ୟା ଓ କ୍ରୋଧରୁ ଦୂରେଇ ରହିବାକୁ ଦେଲେ ଚେତାବନୀ
ବୃନ୍ଦାବନରେ ଚାଲିଥିବା ଏହି ପୂରା ଘଟଣାକ୍ରମରେ ସେ ନିଜ ଭକ୍ତ ଓ ଶିଷ୍ୟମାନଙ୍କୁ ବିଶେଷ ଚେତାବନୀ ଦେଇ କହିଛନ୍ତି, "ଯେତେବେଳେ ଚାରିଆଡେ ବିପଦ ଓ ବିବାଦର ମାହୋଲ ଥାଏ, ସେତେବେଳେ ଜଣେ ବ୍ୟକ୍ତି କେବେହେଲେ ମିଛର ସହାୟତା ନେବା ଉଚିତ ନୁହେଁ କିମ୍ବା କୌଣସି ଦ୍ଵିତୀୟ ବ୍ୟକ୍ତିର ନିନ୍ଦା କରିବା ଠିକ୍ ନୁହେଁ । ମନରେ ଈର୍ଷା ରଖିବା ପରିବର୍ତ୍ତେ ଉକ୍ତ ବ୍ୟକ୍ତିଙ୍କୁ କ୍ଷମା କରିଦେବା ଉଚିତ । କାରଣ ଭଗବାନ ସତର ନିଷ୍ପତ୍ତି ନିଅନ୍ତି ।"

ପଢନ୍ତୁ ଏହି ଖବର: ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ନାବାଳକ ନିଖୋଜ ! ଧାରଣାରେ ବସିଲେ ପରିବାର ଲୋକେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ୍ ଦୁଲାରୀଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । ଏହାପରେ ତାଙ୍କ ପରିବାର ଏହାକୁ ସାଧାରଣ ମୃତ୍ୟୁ ନୁହେଁ, ବରଂ ଏହା ପଛରେ ଅନ୍ୟ କୌଣସି କାରଣ ଥିବା ଅଭିଯୋଗ କରିଥିଲେ । ଏହାସହିତ ମୃତ୍ୟୁର ପ୍ରକୃତ କାରଣ ପାଇଁ ସଠିକ୍ ତଦନ୍ତର ଆବଶ୍ୟକ ବୋଲି କହିଥିଲେ । ତେବେ ହଠାତ୍ ରସିକ୍‌ଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ସେ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଅଛି । ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରୁଛି । ଏଯାବତ୍ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।