President Droupadi Murmu / କେରଳରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ ବେଳେ ଅଘଟଣ, ଦବିଲା ନବନିର୍ମିତ ହେଲିପ୍ୟାଡ୍
·8 months ago·2 min read

Key Points
ବୁଧବାର ସକାଳ ପ୍ରାୟ ୯ଟା ୫ ସମୟରେ ପ୍ରମାଦମରେ ନବନିର୍ମିତ ହେଲିପ୍ୟାଡ୍ରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିଥିଲା । ଏହି ସମୟରେ ହେଲିପ୍ୟାଡର ଏକ ପାର୍ଶ୍ଵ ଦବିବାରୁ ହେଲିକପ୍ଟରର ଗୋଟିଏ ଅଂଶ ମଧ୍ୟ ଅଳ୍ପ ଢଳି ଯାଇଥିଲା ।
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ଲ୍ୟାଣ୍ଡି ବେଳେ ଅଘଟଣ ଘଟିଛି । କେରଳ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସବରିମାଳା ଆୟପ୍ପା ମନ୍ଦିରକୁ ଯାଉଥିଲେ । ଏଥିପାଇଁ ପଥନାଥିତ୍ତା ନିକଟ ପ୍ରମାଦମରେ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି ।
ତେବେ ବୁଧବାର ସକାଳ ପ୍ରାୟ ୯ଟା ୫ ସମୟରେ ପ୍ରମାଦମରେ ନବନିର୍ମିତ ହେଲିପ୍ୟାଡ୍ରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିଥିଲା । ଏହି ସମୟରେ ହେଲିପ୍ୟାଡର ଏକ ପାର୍ଶ୍ଵ ଦବିବାରୁ ହେଲିକପ୍ଟରର ଗୋଟିଏ ଅଂଶ ମଧ୍ୟ ଅଳ୍ପ ଢଳି ଯାଇଥିଲା ।
ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରକ୍ଷିତ ଅଛନ୍ତି । କଡ଼ା ସୁରକ୍ଷା ଭିତରେ ବିନା କୌଣସି ବିଳମ୍ବରେ ରାଷ୍ଟ୍ରପତି ଆୟପ୍ପା ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦବିବା ପରେ ସୁରକ୍ଷାକର୍ମୀ ତତ୍କ୍ଷଣାତ ହେଲିକପ୍ଟରକୁ ଅନ୍ୟତ୍ର ଠେଲି ନେଉଥିବା ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ବେଙ୍ଗାଳୁରୁରୁ ଗଞ୍ଜାମର ସାର୍ପ ସୁଟର୍କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ
ଏ ଘଟଣାରେ କେରଳ ପୋଲିସର ଜଣେ ଅଧିକାରୀ କହିଛନ୍ତି, "ଷ୍ଟାଡିୟମ୍ରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ ଯୋଜନା ରହିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇ ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ହେଲିପ୍ୟାଡ୍ ନିର୍ମାଣ । ପାଣିପାଗରେ ପରିବର୍ତ୍ତନ ପାଇଁ ପାମ୍ବା ପରିବର୍ତ୍ତେ ପ୍ରମାଦମରେ ହେଲିପ୍ୟାଡ୍ କରାଯାଇଥିଲା ।"
ଅଧିକାରୀ ଜଣଙ୍କ କହିଛନ୍ତି, "ହୁଏତ କଂକ୍ରିଟ୍ ଭଲ ଭାବେ ସେଟ୍ ହୋଇ ନଥିଲା, ଫଳରେ ଏଭଳି ଘଟିଛି । ନୂଆ କରି ହୋଇଥିବା କଂକ୍ରିଟ୍ ହେଲିକପ୍ଟରର ଭାର ସମ୍ଭାଳି ନ ପାରି ଅଳ୍ପ ଦବି ଥିଲା । ଏବେ ହେଲିକପ୍ଟରକୁ ସେଠାରୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।"
ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଥିରୁବନନ୍ତପୁରମ୍ରେ ପହଞ୍ଚିଥିଲା । ୪ ଦିନିଆ କେରଳ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଆଜି ସବରିମାଳା ସ୍ଥିତ ଆୟପ୍ପା ମନ୍ଦିରକୁ ଦର୍ଶନ ପାଇଁ ପ୍ରେମାଦମରୁ ସଡ଼କ ପଥରେ ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍ ପରେ ଗ୍ରାହକଙ୍କ ଠିକଣା ଖୋଜିବ ପୋଲିସ
ରାଷ୍ଟ୍ରପତି ସଡ଼କ ପଥରେ ଯାଇଥିବା ବେଳେ ତାଙ୍କୁ ୬ଟି ଭେଇକିଲ୍ ଏସ୍କର୍ଟ କରି ନେଉଛନ୍ତି । ଦିନ ପ୍ରାୟ ୧୧ଟା ୫୦ରେ ରାଷ୍ଟ୍ରପତି ସନିଧାନମରେ ପଙଞ୍ଚିବେ । ସେଠାରେ ପୂର୍ଣ୍ଣକୁମ୍ଭରେ ସାମିଲ୍ ହେବେ ରାଷ୍ଟ୍ରପତି । ଏହାପରେ ଆୟପ୍ପାଙ୍କ ଦର୍ଶନ କରି ଦେବସୋମ ଗେଷ୍ଟ ହାଉସ୍ରେ ବିଶ୍ରାମ ପରେ ଅପରାହ୍ଣରେ ପ୍ରମାଦମ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।

#WATCH | Kerala: A portion of the helipad tarmac sank in after a chopper carrying President Droupdi Murmu landed at Pramadam Stadium. Police and fire department personnel deployed at the spot physically pushed the helicopter out of the sunken spot. pic.twitter.com/QDmf28PqIb
— ANI (@ANI) October 22, 2025
ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରକ୍ଷିତ ଅଛନ୍ତି । କଡ଼ା ସୁରକ୍ଷା ଭିତରେ ବିନା କୌଣସି ବିଳମ୍ବରେ ରାଷ୍ଟ୍ରପତି ଆୟପ୍ପା ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦବିବା ପରେ ସୁରକ୍ଷାକର୍ମୀ ତତ୍କ୍ଷଣାତ ହେଲିକପ୍ଟରକୁ ଅନ୍ୟତ୍ର ଠେଲି ନେଉଥିବା ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ବେଙ୍ଗାଳୁରୁରୁ ଗଞ୍ଜାମର ସାର୍ପ ସୁଟର୍କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ
ଏ ଘଟଣାରେ କେରଳ ପୋଲିସର ଜଣେ ଅଧିକାରୀ କହିଛନ୍ତି, "ଷ୍ଟାଡିୟମ୍ରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ ଯୋଜନା ରହିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇ ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ହେଲିପ୍ୟାଡ୍ ନିର୍ମାଣ । ପାଣିପାଗରେ ପରିବର୍ତ୍ତନ ପାଇଁ ପାମ୍ବା ପରିବର୍ତ୍ତେ ପ୍ରମାଦମରେ ହେଲିପ୍ୟାଡ୍ କରାଯାଇଥିଲା ।"
ଅଧିକାରୀ ଜଣଙ୍କ କହିଛନ୍ତି, "ହୁଏତ କଂକ୍ରିଟ୍ ଭଲ ଭାବେ ସେଟ୍ ହୋଇ ନଥିଲା, ଫଳରେ ଏଭଳି ଘଟିଛି । ନୂଆ କରି ହୋଇଥିବା କଂକ୍ରିଟ୍ ହେଲିକପ୍ଟରର ଭାର ସମ୍ଭାଳି ନ ପାରି ଅଳ୍ପ ଦବି ଥିଲା । ଏବେ ହେଲିକପ୍ଟରକୁ ସେଠାରୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।"
ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଥିରୁବନନ୍ତପୁରମ୍ରେ ପହଞ୍ଚିଥିଲା । ୪ ଦିନିଆ କେରଳ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଆଜି ସବରିମାଳା ସ୍ଥିତ ଆୟପ୍ପା ମନ୍ଦିରକୁ ଦର୍ଶନ ପାଇଁ ପ୍ରେମାଦମରୁ ସଡ଼କ ପଥରେ ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍ ପରେ ଗ୍ରାହକଙ୍କ ଠିକଣା ଖୋଜିବ ପୋଲିସ
ରାଷ୍ଟ୍ରପତି ସଡ଼କ ପଥରେ ଯାଇଥିବା ବେଳେ ତାଙ୍କୁ ୬ଟି ଭେଇକିଲ୍ ଏସ୍କର୍ଟ କରି ନେଉଛନ୍ତି । ଦିନ ପ୍ରାୟ ୧୧ଟା ୫୦ରେ ରାଷ୍ଟ୍ରପତି ସନିଧାନମରେ ପଙଞ୍ଚିବେ । ସେଠାରେ ପୂର୍ଣ୍ଣକୁମ୍ଭରେ ସାମିଲ୍ ହେବେ ରାଷ୍ଟ୍ରପତି । ଏହାପରେ ଆୟପ୍ପାଙ୍କ ଦର୍ଶନ କରି ଦେବସୋମ ଗେଷ୍ଟ ହାଉସ୍ରେ ବିଶ୍ରାମ ପରେ ଅପରାହ୍ଣରେ ପ୍ରମାଦମ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories