Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉତ୍ତରପ୍ରଦେଶର ୨୨ହଜାର ୬୪୮ ବୁଥ୍ କର୍ମକର୍ତ୍ତାଙ୍କୁ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ

National

ଉତ୍ତରପ୍ରଦେଶର ୨୨ହଜାର ୬୪୮ ବୁଥ୍ କର୍ମକର୍ତ୍ତାଙ୍କୁ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଉତ୍ତରପ୍ରଦେଶର ୨୨ହଜାର ୬୪୮ ବୁଥ୍ କର୍ମକର୍ତ୍ତାଙ୍କୁ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ସାଧାରଣ ନିର୍ବାଚନକୁ ନେଇ ସାରା ଦେଶରେ ସୂର୍ଯ୍ୟଙ୍କ ତାତି ସହ ତାଳ ଦେଇ ବଢିବାରେ ଲାଗିଛି ନିର୍ବାଚନୀ ତାତି । ଆଜି ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ୧୦ଟି ଲୋକସଭା ଆସନର ସମସ୍ତ ୨୨ ହଜାର ୬୪୮ ବୁଥରେ ନମୋ ଆପ୍ ଜରିଆରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । 

ଏହି ଅବସରରେ କିଛି ବୁଥର ସଭାପତିଙ୍କ ସହ ମଧ୍ୟ କଥା ହେବେ ପ୍ରଧାନମନ୍ତ୍ରୀ । ୟୁପିରେ ତୃତୀୟ ପର୍ଯ୍ୟାୟରେ ସମ୍ଭଲ, ବଦାୟୁଁ, ବରେଲି, ଅଂବାଲା, ଏଟା, ହାଥରସ୍, ଆଗ୍ରା, ଫରେପୁର ସିକ୍ରି, ଫିରୋଜାବାଦ୍ ଓ ଫତେପୁର ସିକ୍ରୀରେ ଭୋଟ୍ ଗ୍ରହଣ ହେବ । ଏହି ସମସ୍ତ ଲୋକସଭା ଆସନରେ ଆଜି ଦିନ ଗୋଟାରେ ନମୋ ଆପ୍ ଜରିଆରେ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମେ ୭ରେ ଏହି ଆସନଗୁଡ଼ିକରେ ଭୋଟ୍ ଗ୍ରହଣ ହେବ ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳର ୱାଏନାଡ ଆସନରୁ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଏହି ଆସନରେ ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ ୨୬ ଏପ୍ରିଲରେ ମତଦାନ ହେବ । ପ୍ରାର୍ଥୀପତ୍ର ଦାଖଲ ବେଳେ କଂଗ୍ରେସ ସାଧାରଣ ସମ୍ପଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ରହିଥିଲେ । ୱାଏନାଡରୁ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାଙ୍କ ବିରୋଧରେ ବିଜେପି ପକ୍ଷରୁ କେରଳ ରାଜ୍ୟ ସଭାପତିଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଏଲଡିଏଫ ତରଫରୁ ସିପିଆଇ ପ୍ରାର୍ଥୀ ଏନଇ ରାଜା ନିର୍ବାଚନ ଲଢୁଛନ୍ତି ।

Sponsored
Prime Minister Narendra Modi Interacts With BJP Workers in UP Through NaMo App | Argus News