Videos
|
National

ମୋଦିଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି !

Jitendra Dash
Browse all articles by Jitendra Dash
·2 years ago·1 min read
ମୋଦିଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି !

ଅର୍ଗସ ବ୍ୟୁରୋ : ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ମାସରେ ନିର୍ବାଚନ କମିଶନ ଦେଶର ସାଧାରଣ ନିର୍ବାଚନ କେବେ ହେବ, ତା’ର ତାରିଖ ଘୋଷଣା କରିପାରନ୍ତି । 

ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଗୁରୁବାର ଦିନ ଦଳ ପକ୍ଷରୁ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯିବ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଏହି ବୈଠକ ପରେ ଅର୍ଥାତ ସେହି ଗୁରୁବାର କିମ୍ବା ଏହାର କିଛି ଦିନ ପରେ ବିଜେପି ମୁଖ୍ୟାଳୟରେ କିଏ କେଉଁଠୁ ପ୍ରାର୍ଥୀ ହେବେ, ତା’ର ଘୋଷଣା କରାଯିବ । ତେବେ ଦଳ ପକ୍ଷରୁ ପ୍ରାୟ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯିବ । ବିଜେପି ଏଥର ଏକାକୀ ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି। ତେଣୁ ସେହି ଅନୁସାରେ ଦଳ ପ୍ରାର୍ଥୀଙ୍କୁ ମଧ୍ୟ ଚୟନ କରିବ। ଏପରି ସ୍ଥିତିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାର ଗୁରୁତ୍ୱ ବେଶ ଅଧିକ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Narendra Modi on Saturday launched a scathing attack on the Congress party, accusing them of nepotism and corruption. | Argus News