Pune Court Firing / ଜେଲ୍ ରୁ ଫେରିବାର ୪ ଦିନ ପରେ ଗୁଳିମାଡ଼; ପୁଣେ କୋର୍ଟ ବାହାରେ ଆତଙ୍କ
·29 mins ago·2 min read

Key Points
ମହାରାଷ୍ଟ୍ରର ପୁଣେ ଜିଲ୍ଲା ଓ ସେସନ୍ସ କୋର୍ଟ ବାହାରେ ଦିନ ଦ୍ୱିପ୍ରହରେ ମନ୍ଦାର ମାରୁତି କିୱାଲେଙ୍କୁ ଛୁରିରେ ଆକ୍ରମଣ ପରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଜେଲରୁ ମୁକୁଳିବାର ମାତ୍ର ୪ ଦିନ ପରେ ଏହି ଆକ୍ରମଣ ହୋଇଛି। ଗୁରୁତର କିୱାଲେଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ସିସିଟିଭି ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଖୋଜୁଛି।
ପୁଣେ, ମହାରାଷ୍ଟ୍ର: ବୁଧବାର ( ୨୫ ନଭେମ୍ବର) ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଦିନ ଦ୍ୱିପ୍ରହରେ ଆତଙ୍କ ଖେଳାଇଛନ୍ତି ଅଜଣା ଦୁର୍ବୃତ୍ତ। ଅଜଣା ଆକ୍ରମଣକାରୀଙ୍କ ଏକ ଦଳ ପୁଣେ ଜିଲ୍ଲା ଏବଂ ସେସନ୍ସ କୋର୍ଟ ବାହାରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ ଘେରିଗଲେ। ଆକ୍ରମଣକାରୀ ପ୍ରଥମେ ସେହି ବ୍ୟକ୍ତିଙ୍କ ହାତକୁ ଏକ ଛୁରୀରେ କାଟି ଦେଇଥିଲେ। ଏହା ପରେ ତାଙ୍କୁ ଗୁଳି ମାରିବା ପରେ ସେଠାରୁ ଫେରାର ହୋଇ ଯାଇଥିଲେ। ଗୁଳିମାଡ଼ ପରେ କିଛି ସମୟ ପାଇଁ ସେହି ବ୍ୟକ୍ତି ଜଣକ ଫୁଟପାଥ୍ ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ପଠା ଯାଇଥିଲା। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସିସିଟିଭି ସ୍କାନ୍ କରୁଛି ପୋଲିସ
କୋର୍ଟ ବାହାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଣେ ପୋଲିସ ବିଭାଗରେ ହଟଚମଟ ସୃଷ୍ଟି ହୋଇଥିଲା। ଶିବାଜୀନଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ (ନାକାବନ୍ଦୀ) କରିବା ପରେ ଏହାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟା ପଛରେ କେଉଁ କାରଣ ରହିଛି ତାହାର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୋଲିସ ଏହି ଘଟଣା ପଛରେ ବ୍ୟକ୍ତିଗତ ଶତ୍ରୁତା ନା ଅନ୍ୟ କୌଣସି ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ନିକଟସ୍ଥ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଖୋଜାଯାଉଛି। ପୋଲିସ ଯଥାଶୀଘ୍ର ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି।
ଏହା ସହ ପଢନ୍ତୁ: ଯୁବକଙ୍କୁ ପୋଖରୀକୁ ଟାଣି ନେଇ ନିର୍ଧୁମ ମାଡ଼! ଭାଇରାଲ୍ ହେଲା ଛାତିଥରା ଭିଡିଓ
ମାତ୍ର ୪ ଦିନ ପୂର୍ବରୁ ଜେଲ୍ ରୁ ବାହାରିଥିଲେ ଆହତ ବ୍ୟକ୍ତି
ଆହତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ମନ୍ଦାର ମାରୁତି କିୱାଲେ। ସେ ଗତ ବର୍ଷ ଅପ୍ରେଲ ୨୦ ତାରିଖରେ ପୁଣେ ସ୍ଥିତ କଟରାଜ ଅଞ୍ଚର ସନ୍ତୋଷନଗରରେ ଜମି ଏବଂ ଆର୍ଥିକ ବିବାଦକୁ ନେଇ ଶୁଭମ ସୁଭାଷ ଚଭନଙ୍କ ହତ୍ୟା ପାଇଁ ଜେଲ ଯାଇଥିଲେ। ତାଙ୍କ ଉପରେ ଆକ୍ରମଣ ହେବାର ମାତ୍ର ୪ ଦିନ ପୂର୍ବରୁ ସେ ଜେଲ୍ ରୁ ମୁକ୍ତ ହୋଇଥିଲେ। ବୁଧବାର ଯେତେବେଳେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ଉପରେ କୋର୍ଟ ବାହାରେ ଆକ୍ରମଣ ହୋଇଥିଲା। ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କୁ ଫୁଟପାଥ୍ ରେ ପଡ଼ିଥିବାର ଦେଖାଯାଉଛି। ତାଙ୍କର ଗୋଟିଏ ହାତ କଟା ହୋଇଛି।
ଆକ୍ରମଣରେ ସାମିଲ ଥାଇପାରନ୍ତି ପ୍ରାୟ ୪-୫ ଆକ୍ରମଣକାରୀ
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଆକ୍ରମଣକାରୀଙ୍କ ସଂଖ୍ୟା ପ୍ରାୟ ୪-୫ ଜଣ ରହିଥିବାର ଅନୁମାନ କରାଯାଉଛି। ଏହି ଘଟଣାରେ ପୁଣେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି ହୋଇନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: