Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅଳିଆ ଗଦା ଧସିଯିବା ଘଟଣାରେ ୯ ମୃତ; ୧୪ ଉଦ୍ଧାର

National

Pune Moshi accident / ଅଳିଆ ଗଦା ଧସିଯିବା ଘଟଣାରେ ୯ ମୃତ; ୧୪ ଉଦ୍ଧାର

Subhramjit Ray
Browse all articles by Subhramjit Ray
·1 hour ago·2 min read
ଅଳିଆ ଗଦା ଧସିଯିବା ଘଟଣାରେ ୯ ମୃତ; ୧୪ ଉଦ୍ଧାର
Moshi landslide tragedy

Key Points

ପୁଣେର ମୋଶି ଅଞ୍ଚଳରେ ଏକ ଅଳିଆ ଡିପୋ ପ୍ରକଳ୍ପରେ ଦୁର୍ଘଟଣା ପରେ, ହୋଇଥିବା ଉଦ୍ଧାର କାର୍ଯ୍ୟ ପ୍ରାୟ ୮୧ ଘଣ୍ଟା ଧରି ଚାଲିଥିଲା। ଭଗ୍ନାବଶେଷରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ୧୪ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।
Moshi landslide tragedy: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିମ୍ପରି-ଚିଞ୍ଚୱାଡ ନଗର ନିଗମର ମୋଶି ଅଳିଆ ଡିପୋ ହଠାତ୍ ଧସି ଯାଇଥିଲା। ଯେଉଁଥିରେ ଅନେକ କର୍ମଚାରୀ ସେହି ଅଳିଆ ଗଦା ମଧ୍ୟରେ ଦବି ଯାଇଥିଲେ। ଏହି ଘଟଣା ପରେ ତୁରନ୍ତ ଆରମ୍ଭ ହୋଇ ଯାଇଥିଲା ଉଦ୍ଧାର କାର୍ଯ୍ୟ। ପ୍ରାୟ ୮୧ ଘଣ୍ଟା ଅର୍ଥାତ୍ ୩ ଦିନ ଧରି ଚାଲିଥିବା ଏହି ଉଦ୍ଧାର ଅଭିଯାନ ଶେଷ ହେବା ପରେ ଘଟଣାସ୍ଥଳରୁ ୯ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ଏବଂ ଅନ୍ୟ ୧୪ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ରବିବାର ସକାଳେ ଏହି ଉଦ୍ଧାର ଅଭିଯାନ ଶେଷ ହୋଇଥିଲା। ଏହି ଘଟଣା ପୁଣି ଥରେ ପରିଚାଳନାର ଅବହେଳାକୁ ପ୍ରଦର୍ଶିତ କରିଛି। ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି।

ଏହି ଘଟଣା ଗତ ବୁଧବାର (୮ ଜୁଲାଇ) ଦିନ ପ୍ରାୟ ୧:୩୦ ସମୟରେ ଘଟିଥିଲା। ସେହି ସମୟରେ ନିରନ୍ତର ବର୍ଷା ହେଉଥିଲା। ଅଳିଆ ଡିପୋ ଭିତରେ ଥିବା ବିରାଟ ଅଳିଆ ଗଦା ହଠାତ୍ ଭୂସ୍ଖଳନ ହେବା ପରି ଧସି ଯାଇଥିଲା। ବହୁ ଟନ୍ ବିଶିଷ୍ଟ ଅଳିଆ ୩ ମହଲା ବିଶିଷ୍ଟ ପ୍ରଶାସନିକ କୋଠା ଉପରେ ପଡ଼ିଥିଲା। ଯାହା ସମଗ୍ର କୋଠାକୁ ଭଗ୍ନାବଶେଷ ତଳେ ପୋତି ଦେଇଥିଲା। ଏହି ଘଟଣା ଘଟିବା ସମୟରେ କୋଠା ପାଖରେ ପ୍ରାୟ ୨୩ ଜଣ ଲୋକ ଉପସ୍ଥିତ ରହିଥିଲେ। ଯେଉଁମାନେ ସମସ୍ତେ ପୀଡିତ ଥିଲେ। ଅଳିଆ ଗଦା ଭୁଶୁଡ଼ି ପଡ଼ିଯିବା ପରେ ଜିଲ୍ଲା ପ୍ରଶାସନକୁ ତୁରନ୍ ଏହି ସୂଚନା ଦିଆଯାଇଥିଲା। ଏହା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ହଟାଇବା କାମ ଆରମ୍ଭ କରିଥିଲେ।

ଏହା ସହ ପଢନ୍ତୁ: ପୁଣେରେ ଭୁଶୁଡ଼ିଗଲା କୋଠା; ଭଗ୍ନାବଶେଷ ତଳେ ଦବିଗଲେ ୧୫

୮୧ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ
ଏହି ଦୁର୍ଘଟଣା ଘଟିବା ପରେ ଏନଡିଆରଏଫ ଏବଂ ସେନା ମଧ୍ୟ ଉଦ୍ଧାର ଅଭିଯାନରେ ନିୟୋଜିତ ହୋଇଥିଲେ। ସେମାନଙ୍କ ସହ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଅଳିଆ ଗଦା ତଳୁ ବିଷାକ୍ତ ମିଥେନ ଗ୍ୟାସ ଲିକ୍ ହେବା, ଯାହା ଶ୍ୱାସରୁଦ୍ଧ ହେବାର ଆଶଙ୍କା ସୃଷ୍ଟି କରିଥିଲା। ଏହା ବ୍ୟତୀତ ବର୍ଷା ଯୋଗୁଁ ରାସ୍ତା ସଂକୀର୍ଣ୍ଣ ଥିଲା। ଘଟଣାସ୍ଥଳରେ ଭଗ୍ନାବଶେଷକୁ ହଟାଇବା ଏବଂ କଂକ୍ରିଟ୍ କାଟିବା ପାଇଁ ଅତ୍ୟାଧୁନିକ ପୋକ୍ଲେନ୍ ଟ୍ରକ୍, ଜେସିବି ଏବଂ ଡଗ୍ ସ୍କ୍ବାଡ୍ ବ୍ୟବହାର କରାଯାଇଥିଲା। ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ରବିବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ପ୍ରାୟ ୮୧ ଘଣ୍ଟାର ଅବିରତ କାର୍ଯ୍ୟ ପରେ ରବିବାର ସକାଳେ ଆନୁଷ୍ଠାନିକ ଭାବରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା।

ଅଳିଆ ଗଦା ଧସିଯିବା ଘଟଣାରେ ୯ ମୃତ; ୧୪ ଉଦ୍ଧାର

ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୪ ଜଣଙ୍କୁ ଭଗ୍ନାବଶେଷ ତଳୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ହେଲେ ତଥାପି ଏହି ଘଟଣା ପୁଣି ଥରେ ପ୍ରଶାସନିକ ଅବହେଳାକୁ ପ୍ରଦର୍ଶିତ କରିଛି। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପ୍ରକଳ୍ପ କମ୍ପାନୀ ପ୍ରଭାବିତ ପରିବାର ପାଇଁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଥିଲେ। ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ମହାରାଷ୍ଟ୍ର ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored