|
logo
Live
Argus News App
GET APP

Argus News - ବାହାଘରରେ ମଣିଷ ନୁହଁ, ରୋବୋଟ୍ କରୁଥିଲା କାମ; ଦେଖନ୍ତୁ ଭାଇରାଲ ଭିଡିଓ

National

Robot Serving Food / ବାହାଘରରେ ମଣିଷ ନୁହଁ, ରୋବୋଟ୍ କରୁଥିଲା କାମ; ଦେଖନ୍ତୁ ଭାଇରାଲ ଭିଡିଓ

Debashree Debasmita Sahoo
Browse all articles by Debashree Debasmita Sahoo
·3 weeks ago·2 min read
ବାହାଘରରେ ମଣିଷ ନୁହଁ, ରୋବୋଟ୍ କରୁଥିଲା କାମ; ଦେଖନ୍ତୁ ଭାଇରାଲ ଭିଡିଓ
Robot Serving Food

Key Points

ବାହାଘରରେ ମଣିଷ ବଦଳରେ ସର୍ଭିସ୍ ଦେଲା ରୋବୋଟ୍
ଟ୍ରେ ଧରି ଅତିଥିଙ୍କ ପାଖକୁ ଯାଉଥିଲା ରୋବୋଟ୍
ବାହାଘର ଭିଡିଓ ହେଉଛି ଖୁବ୍ ଭାଇରାଲ
ଆଜିକାଲି ସମସ୍ତେ ନିଜ ବାହାଘରରେ କିଛି ନିଆରା କରିବାର ପ୍ରୟାସ କରୁଛନ୍ତି । କେତେବେଳେ ବର ସାରକେଲରେ ଯାଉଛି ତ, ଆଉ କେତେବେଳେ କନ୍ୟା ଘର ଯୌତୁକରେ ନିଜ ପାଳିତ ପଶୁଙ୍କୁ ନେଇ ଶାଶୁଘର ଯାଉଛି । ଏପରି ଅନେକ କିଛି ଅସାଧାରଣ ଖବର ସାମ୍ନାକୁ ଆସେ । ତେବେ ଏଥର ଟେକ୍ନୋଲୋଜିକୁ ତାଳ ଦେଇ ପଞ୍ଜାବର ଲୁଧିଆନାର ଏକ ବିବାହ ଉତ୍ସବରେ ମଣିଷ ନୁହେଁ, ଅତିଥିଙ୍କୁ ଖାଇବା ପରଷୁଛି ରୋବୋଟ୍ । ଏବେ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଏକ ଧଳା ରଙ୍ଗର ରୋବୋଟ୍ ଟ୍ରେ ଧରି ଆଇସକ୍ରିମ୍ କପ୍ ନେଇ ସମସ୍ତ ଅତିଥିଙ୍କ ନିକଟକୁ ଯାଉଛି । ଯେତେବେଳେ ରୋବେଟଟି କୌଣସି ଟେବୁଲ ନିକଟରେ ପହଞ୍ଚୁଛି, ସେଇଠି କିଛି ସମୟ ପର୍ଯ୍ୟନ୍ତ ରହିଯାଉଛି । ଏହାପରେ ସେହି ଟେବୁଲରେ ବସିଥିବା ଅତିଥିମାନେ ଟ୍ରେ'ରୁ ଏକ ଆଇସକ୍ରିମ୍ କପ୍ ନେଉଛନ୍ତି । ରୋବୋଟର ଏହି ସେବାକୁ ଦେଖି ବାହାଘର ଉତ୍ସବକୁ ଆସିଥିବା ସମସ୍ତ ଅତିଥିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଭାଇରାଲ ଭିଡିଓଟି ପ୍ରଥମେ ପଞ୍ଜାବୀ ବାଦ୍ୟ ସହିତ ଆରମ୍ଭ ହେଉଛି ଏବଂ ଭିଡିଓ ମଝିରେ ରୋବୋଟ୍ ଟ୍ରେ ଧରି ଆସୁଛି ।



ଭିଡିଓରେ ଦୁଇଟି ଛୋଟ ପିଲା ରୋବୋଟ୍ ପାଖରେ ଠିଆ ହୋଇ ଧ୍ୟାନରେ ଦେଖୁଥିବା ନଜର ଆସିଛି । ରୋବୋଟଟି ଯୁଆଡେ ଯାଉଛି, ସେମାନେ ତା' ସହିତ ଯାଉଥିବାବେଳେ ରୋବୋଟର ପ୍ରତିଟି କାର୍ଯ୍ୟକୁ ଧ୍ୟାନର ସହିତ ଦେଖୁଛନ୍ତି । ଏପରିକି ରୋବୋଟର କାର୍ଯ୍ୟ ଦେଖି ବାହାଘରକୁ ଆସିଥିବା ଅତିଥିମାନେ ଆଶ୍ଚର୍ଯ୍ୟଚକିତ ହେଉଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ @_ikswaal ନାମକ ଏକ ପ୍ରୋଫାଇଲରୁ ସେୟାର କରାଯାଇଛି । ଏହି ଭିଡିଓକୁ ଏଯାବତ୍ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଭିଡିଓ ତଳେ ନେଟିଜେନ୍ସ ମଜାଦାର କମେଣ୍ଟ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଜଣେ ୟୁଜର ଲେଖିଛନ୍ତି, "ଶିଖମାନେ ରୋବୋଟକୁ ଚାକର କରିଦେଇଛନ୍ତି ।" ସେପଟେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଏହି ରୋବୋଟକୁ ଟିପ୍ ମାଗିବା ଉଚିତ ।" ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଲୋକେ କହୁଛନ୍ତି ଏଆଇ ଚାକିରି ଖାଇଦେବ, କିନ୍ତୁ ଏମାନଙ୍କୁ ସମ୍ଭାଳିବା ଲାଗି ଜଣେ ବ୍ୟକ୍ତିଙ୍କୁ ରଖାଯାଇଛି ।"

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Robot Serving Food: ବାହାଘରରେ ମଣିଷ ନୁହଁ, ରୋବୋଟ୍ କରୁଥିଲା କାମ; ଦେଖନ୍ତୁ ଭାଇରାଲ ଭିଡିଓ | Argus News