Videos
|
National

Shocking Incident / 'ମୋ ଅନ୍ତିମ ସଂସ୍କାର କରିବାକୁ ଯାଉଛି..' ଏମିତି ଲେଖି ଜୁଇରେ ଶୋଇ ଲଗାଇ ଦେଲେ ନିଆଁ

Sushanta Sahoo
Browse all articles by Sushanta Sahoo
·3 months ago·2 min read
'ମୋ ଅନ୍ତିମ ସଂସ୍କାର କରିବାକୁ ଯାଉଛି..'  ଏମିତି ଲେଖି ଜୁଇରେ ଶୋଇ ଲଗାଇ ଦେଲେ ନିଆଁ
Man Conducts Own Last Rites

Key Points

କିଏ କେବେ କ'ଣ ନିଜକୁ ମୁଖାଗ୍ନି ଦେଇପାରେ ? କେବେ କିଏ କ'ଣ ନିଜ ଚିତାକୁ ନିଜେ ଜଳାଇପାରେ ? ଆଜିକାଲି ହୁଏତ ଆତ୍ମହତ୍ୟାରେ ଏହା ସମ୍ଭବ ହୋଇପାରେ ।
ନୂଆଦିଲ୍ଲୀ: ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିତ । ହେଲେ କିଏ କେବେ କ'ଣ ନିଜକୁ ମୁଖାଗ୍ନି ଦେଇପାରେ ? କେବେ କିଏ କ'ଣ ନିଜ ଚିତାକୁ ନିଜେ ଜଳାଇପାରେ ? ଆଜିକାଲି ହୁଏତ ଆତ୍ମହତ୍ୟାରେ ଏହା ସମ୍ଭବ ହୋଇପାରେ । କିନ୍ତୁ ବାସ୍ତବ ଦୁନିଆରେ ଏଭଳି କରିଛନ୍ତି ଜଣେ ଧର୍ମପରାୟଣ ବ୍ୟକ୍ତି ।

ଭୋର୍ ପ୍ରାୟ ସକାଳ ୪ଟା ୧୫ । ନିଜକୁ ମୁଖାଗ୍ନି ଦେବା ପାଇଁ ୫୮ ବର୍ଷୀୟ ବ୍ୟକ୍ତି ଗାଧୋଇ ଘରୁ ବାହାରିଥିଲେ । ସାଙ୍ଗରେ ଅନ୍ତିମ ସଂସ୍କାର ପାଇଁ କାଠ, ତେଲ, ପେଟ୍ରୋଲ୍, ଡିଜେଲ୍ ଓ ଘିଅ ନେଇଥିଲେ । ଘରେ ଛାଡ଼ି ଯାଇଥିଲେ ଚିଠି ସହ କିଛି ଟଙ୍କା ।

ଏଥିସହ ପଢ଼ନ୍ତୁ: ଟିକାରୁ ମିଳିଲା ପୋଲିଓ ଭୂତାଣୁ; ଏବେ ଲକ୍ଷାଧିକ ଛୁଆଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବ ୧୬୦ଟି ଟିମ୍ 

ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ସଙ୍ଗଋର ଡିଲ୍ଲାରେ । ଚୀମାର ଧାନ ମଣ୍ଡିରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜର ଅନ୍ତିମ ସଂସ୍କାର କରିଛନ୍ତି । ତାହା ବି ମାଲ୍ ପରିବହନ ପାଇଁ ଉଦ୍ଦିଷ୍ଟ ନିଜ ଗାଡ଼ିରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତକ ନାୟବ ସିଂହ, ବୟସ ୫୮ ବର୍ଷ । ନାୟବ ସିଂ ଗୁରୁଦ୍ଵାର ଚୀମା ସାହିବ ନିକଟରେ ରହୁଥିଲେ । ସ୍ଥାନୀୟ ଡିଏସ୍‌ପି ହରବିନ୍ଦର ସିଂହ ଖୈରାଙ୍କ ଅନୁସାରେ, ନାୟବ ସିଂହ ଜଣେ ଧାର୍ମିକ ବ୍ୟକ୍ତି ଥିଲେ । ନିଃସ୍ଵାର୍ଥପର ଭାବେ ସେବା କରୁଥିଲେ ।

ଲୋକଙ୍କ ସେବା ପାଇଁ ସେ ଏକ ମାଲ୍ ପରିବହନ ଗାଡ଼ି ରଖିଥିଲେ । ନିଜକୁ ନିଜେ ଜାଳିବାର ଠିକ୍ ଦିନକ ପୂର୍ବରୁ ନାୟବ ସିଂ ଉକ୍ତ ଗାଡ଼ିରେ ଅନ୍ତିମ ସଂସ୍କାରରେ ବ୍ୟବହୃତ ସାମଗ୍ରୀ ଲୋଡ୍ କରି ଦେଇଥିଲେ ।

ଘଟଣା ଦିନ ନାୟବ ସିଂହ ଘରୁ ଭୋର୍ ୪ଟା ୧୫ରେ ସାଇକେଲ୍ ନେଇ ବାହାରି ଯାଇଥିଲେ । ସାଇକେଲ୍‌କୁ ଚୀମା ବସ୍ ଷ୍ଟାଣ୍ଡରେ ରଖି ମାଲ୍ ପରିବହନ ଗାଡ଼ି ଧରି ପହଞ୍ଚିଥିଲେ ମଣ୍ଡିରେ । ଆଉ ୪ଟା ୫୦ରେ ପୋଲିସକୁ ଖବର ଆସିଥିଲା ମଣ୍ଡିରେ ଏକ ଗାଡ଼ିରେ ନିଆଁ ଲାଗିଛି ।

ଏଥିସହ ପଢ଼ନ୍ତୁ: ସୁପର୍ ଗର୍ଲ ଚାରୁ ପାଣ୍ଡେ; SSCରୁ ନେଇ ବ୍ୟାଙ୍କ, ରେଲୱେ ନିଯୁକ୍ତି ପରୀକ୍ଷା… ସବୁଠି ସଫଳ 

ପୋଲିସ ପହଞ୍ଚିବା ବେଳକୁ ନାୟବ ସିଂହଙ୍କ ମୃତ୍ୟୁ ହୋଇ ସାରିଥିଲା । ଯାଞ୍ଚ ବେଳେ ପୋଲିସ ନାୟବ ସିଂହଙ୍କ ଘରୁ ଏକ ଚିଠି ପାଇଛି । ଯେଉଁଥିରେ ନାୟବ ସିଂହ ନିଜ ଅନ୍ତିମ ସଂସ୍କାର ସହ ସମ୍ପର୍କୀୟଙ୍କ ଆର୍ଥିକ ହିସାବର ଚିଠା କଥା ଲେଖିଛନ୍ତି ।

ତେବେ ପରିବାର ଲୋକଙ୍କ ଅନୁସାରେ, ନାୟବ ସିଂ କୌଣସି କଥାକୁ ନେଇ ଚିନ୍ତିତ ନଥିଲେ । ଘଟଣା ସମୟରେ ସେ ଘରେ ଏକା ଥିଲେ । ତେବେ କାହିଁକି ସେ ଚରମ ପଦକ୍ଷେପ ନଲେ ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ ।
Punjab Man Performs His Own Last Rites, Dies After Setting Funeral Pyre Ablaze | Argus News | Argus News