Vladimir Putin India Visit / ଭାରତରେ ପହଞ୍ଚିଲେ ପୁଟିନ୍, ଆଜି PM ମୋଦିଙ୍କ ସହ ହେବ ଦ୍ବିପାକ୍ଷିକ ବୈଠକ
·38 mins ago·2 min read

Key Points
ଦିଲ୍ଲୀରେ ପୁଟିନ୍ଙ୍କୁ ଭବ୍ୟ ସ୍ୱାଗତ
ମୋଦି-ପୁଟିନ୍ ଆଲୋଚନା ଉପରେ ନଜର
ପ୍ରତିରକ୍ଷାରୁ ବାଣିଜ୍ୟ...ହେବ ବଡ଼ ଆଲୋଚନା
ମୋଦି-ପୁଟିନ୍ ଆଲୋଚନା ଉପରେ ନଜର
ପ୍ରତିରକ୍ଷାରୁ ବାଣିଜ୍ୟ...ହେବ ବଡ଼ ଆଲୋଚନା
୧୮ତମ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନିଜର ଏହି ଭାରତ ଗସ୍ତ କାଳରେ ରାଷ୍ଟ୍ରପତି ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକରେ ଭାଗ ନେବେ ।
ତେବେ ଏହି ବୈଠକରେ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ, ଶକ୍ତି ସୁରକ୍ଷା, ସ୍ଥାନୀୟ ମୁଦ୍ରାରେ କାରବାର ଏବଂ ସୁଖୋଇ ଫାଇଟର ଜେଟ୍ ସମେତ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଉପରେ ବ୍ୟାପକ ଆଲୋଚନା ହେବ । ସମ୍ମିଳନୀ ପୂର୍ବରୁ ପୁଟିନ୍ ‘ବ୍ରିକ୍ସ ବିଜନେସ୍ ଫୋରମ୍’କୁ ସମ୍ବୋଧିତ କରିବେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଳିତ ଭାବେ ପ୍ରଦର୍ଶନୀ ପରିଦର୍ଶନ କରିବେ । ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ଭୂ-ରାଜନୈତିକ ସ୍ଥିତି ମଧ୍ୟରେ ପୁଟିନ୍ଙ୍କ ଏହି ଭାରତ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
ସେପଟେ ଆସନ୍ତାକାଲିଠୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ସମ୍ମିଳନୀ । ବ୍ରିକ୍ସ ପାଇଁ ଦିଲ୍ଲୀରେ ମହା ଆୟୋଜନ । ଭାରତର ଅଧ୍ୟକ୍ଷତାରେ ସାମିଲ ହେବେ ବଡ଼ବଡ଼ ଦେଶ । ନୂଆଦିଲ୍ଲୀରେ ଏହି ହାଇ-ପ୍ରୋଫାଇଲ୍ ବୈଠକରେ ରପ୍ତାନି ବୃଦ୍ଧି, UPI ବିସ୍ତାର ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ନିଜର ଆଧିପତ୍ୟ ବିଶ୍ୱ ଦରବାରରେ ଜାହିର କରିବାକୁ ଭାରତ ପ୍ରସ୍ତୁତ । ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ବ୍ରିକ୍ସ ଦେଶଗୁଡ଼ିକୁ ୮୨ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରିଛି । ଫାର୍ମାସ୍ୟୁଟିକାଲ୍ସ, ଇଞ୍ଜିନିୟରିଂ ଓ ଶକ୍ତି କ୍ଷେତ୍ରରେ ରପ୍ତାନି ବଢ଼ାଇବା ସହ MSME ଗୁଡ଼ିକୁ ସହଜ ଋଣ ଯୋଗାଇବା ଭାରତର ମୁଖ୍ୟ ଲକ୍ଷ୍ୟ । ନୂଆ କରେନ୍ସି ବଦଳରେ ସ୍ଥାନୀୟ ମୁଦ୍ରା ଏବଂ UPI ମାଧ୍ୟମରେ ସୀମାପାର ବାଣିଜ୍ୟକୁ ସରଳ କରିବାକୁ ଯୋଜନା ରହିଛି ।
‘ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ ଫଣ୍ଡ୍’ ଏବଂ ‘ଡିଜିଟାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ଭଳି ଦୂରଗାମୀ ଯୋଜନା ଉପରେ ଗୁରୁତ୍ବ ଦିଆଯାଉଛି । ଦିଲ୍ଲୀ ପୋଲିସ ଏବଂ ଟ୍ରାଫିକ ପୋଲିସ ଶିଖର ସମ୍ମିଳନୀ ପାଇଁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ ପରିଚାଳନା ବ୍ୟବସ୍ଥା କରିଛନ୍ତି । ସମଗ୍ର କାର୍ଯ୍ୟକ୍ରମରେ ସୁରକ୍ଷା ବଜାୟ ରଖିବା ପାଇଁ ୭,୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ଏବଂ ସୁଗମ ଟ୍ରାଫିକ ସୁନିଶ୍ଚିତ କରିବା ପାଇଁ ୪,୮୦୦ ଟ୍ରାଫିକ ପୋଲିସଙ୍କୁ ନିୟୋଜିତ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories