Xi Jinping India Visit / ୭ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି, ଶନିବାର ମୋଦିଙ୍କ ସହ ହେବ ଦ୍ୱିପାକ୍ଷିକ ବୈଠକ
·3 weeks ago·2 min read

Key Points
୭ ବର୍ଷ ପରେ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି
ସି ଜିନପିଙ୍ଗଙ୍କ ୨୪ ଘଣ୍ଟିଆ ଗସ୍ତରେ ବାଣିଜ୍ୟ ଓ ସୀମା ବିବାଦ ରହିବ ମୁଖ୍ୟ ଏଜେଣ୍ଡା
ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବ ଦ୍ୱିପାକ୍ଷିକ ବୈଠକ
ସି ଜିନପିଙ୍ଗଙ୍କ ୨୪ ଘଣ୍ଟିଆ ଗସ୍ତରେ ବାଣିଜ୍ୟ ଓ ସୀମା ବିବାଦ ରହିବ ମୁଖ୍ୟ ଏଜେଣ୍ଡା
ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବ ଦ୍ୱିପାକ୍ଷିକ ବୈଠକ
New Delhi(11/09) | ମୋଦି-ସି ଜିନପିଙ୍ଗ ଭେଟ । ଚୀନ୍ ରାଷ୍ଟ୍ରପତିଙ୍କ ୨୪ ଘଣ୍ଟିଆ ଭାରତ ଗସ୍ତରେ ବାଣିଜ୍ୟ ଏବଂ ସୀମା ବିବାଦ ରହିବ ମୁଖ୍ୟ ଏଜେଣ୍ଡା । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ୭ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ସେ ସେପ୍ଟେମ୍ବର ୧୨ ରୁ ୧୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ।
କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସି ଜିନପିଙ୍ଗଙ୍କ ଏହି ୨୪ ଘଣ୍ଟିଆ ଗସ୍ତ ସମୟରେ ତାଙ୍କ ସହିତ ୬୭ ଜଣିଆ ସରକାରୀ ପ୍ରତିନିଧି ଦଳ ମଧ୍ୟ ଆସୁଛନ୍ତି । ଏହି ପ୍ରତିନିଧି ଦଳରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିବୁରୋ ସ୍ଥାୟୀ ସମିତିର ସଦସ୍ୟ ତଥା ଜିନପିଙ୍ଗଙ୍କ ଅତି ନିକଟତମ କାଇ କି ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ସାମିଲ ଅଛନ୍ତି ।
ଅଧିକ ପଢ଼ନ୍ତୁ: ଭାରତରେ ପହଞ୍ଚିଲେ ପୁଟିନ୍, ଆଜି PM ମୋଦିଙ୍କ ସହ ହେବ ଦ୍ବିପାକ୍ଷିକ ବୈଠକ
ଏହାସହ ଏକ ବ୍ୟବସାୟୀ ପ୍ରତିନିଧି ଦଳ ମଧ୍ୟ ପୃଥକ ଭାବେ ଏହି ଗସ୍ତରେ ଆସୁଛନ୍ତି । ଶନିବାର ଦିନ ଦ୍ୱିପ୍ରହର ୧୨:୧୦ ମିନିଟ୍ରେ ସି ଜିନପିଙ୍ଗ ପହଞ୍ଚିବା ପରେ ଏହି ୨୪ ଘଣ୍ଟିଆ ଗସ୍ତ ଆରମ୍ଭ ହେବ ଏବଂ ରବିବାର ଦ୍ୱିପ୍ରହର ୧୨:୨୦ ମିନିଟ୍ରେ ସେ ପ୍ରସ୍ଥାନ କରିବେ । ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ଭାରତ ମଣ୍ଡପମରେ ପହଞ୍ଚିବେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ବାଗତ କରିବେ ।
ବ୍ରିକ୍ସର ବନ୍ଦ କକ୍ଷ ଅଧିବେଶନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନ ମଧ୍ୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ଅଛି । ୨୦୨୪ କାଜାନ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ଉଭୟ ନେତାଙ୍କ ଭେଟଘାଟ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ଯେଉଁ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି, ସି ଜିନପିଙ୍ଗଙ୍କ ଏହି ଗସ୍ତ ତାହାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି ।
ସେପଟେ ଆଗାମୀ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା । ବିଶ୍ୱ କଲ୍ୟାଣ, ସକାରାତ୍ମକ ଆଲୋଚନା ଏବଂ ସଂସ୍କୃତର ଅମର ବାଣୀ 'ସୁଭାଷିତମ୍'ର ଗୁରୁତ୍ୱକୁ ଦର୍ଶାଇ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ପିଏମ୍ ମୋଦି । ନିଜର ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଆଗାମୀ ଦିନରେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ନେତାମାନେ ଏକାଠି ହେବେ । ବିଶ୍ୱର କଲ୍ୟାଣ ପାଇଁ ଏକାଠି ହୋଇଥିବା ଆଶା ଏବଂ ବିଭିନ୍ନ ପ୍ରସଙ୍ଗରେ ଏହି ସମ୍ମିଳନୀରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ ବୋଲି ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ।"
କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସି ଜିନପିଙ୍ଗଙ୍କ ଏହି ୨୪ ଘଣ୍ଟିଆ ଗସ୍ତ ସମୟରେ ତାଙ୍କ ସହିତ ୬୭ ଜଣିଆ ସରକାରୀ ପ୍ରତିନିଧି ଦଳ ମଧ୍ୟ ଆସୁଛନ୍ତି । ଏହି ପ୍ରତିନିଧି ଦଳରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିବୁରୋ ସ୍ଥାୟୀ ସମିତିର ସଦସ୍ୟ ତଥା ଜିନପିଙ୍ଗଙ୍କ ଅତି ନିକଟତମ କାଇ କି ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ସାମିଲ ଅଛନ୍ତି ।
ଅଧିକ ପଢ଼ନ୍ତୁ: ଭାରତରେ ପହଞ୍ଚିଲେ ପୁଟିନ୍, ଆଜି PM ମୋଦିଙ୍କ ସହ ହେବ ଦ୍ବିପାକ୍ଷିକ ବୈଠକ
ଏହାସହ ଏକ ବ୍ୟବସାୟୀ ପ୍ରତିନିଧି ଦଳ ମଧ୍ୟ ପୃଥକ ଭାବେ ଏହି ଗସ୍ତରେ ଆସୁଛନ୍ତି । ଶନିବାର ଦିନ ଦ୍ୱିପ୍ରହର ୧୨:୧୦ ମିନିଟ୍ରେ ସି ଜିନପିଙ୍ଗ ପହଞ୍ଚିବା ପରେ ଏହି ୨୪ ଘଣ୍ଟିଆ ଗସ୍ତ ଆରମ୍ଭ ହେବ ଏବଂ ରବିବାର ଦ୍ୱିପ୍ରହର ୧୨:୨୦ ମିନିଟ୍ରେ ସେ ପ୍ରସ୍ଥାନ କରିବେ । ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ଭାରତ ମଣ୍ଡପମରେ ପହଞ୍ଚିବେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ବାଗତ କରିବେ ।ବ୍ରିକ୍ସର ବନ୍ଦ କକ୍ଷ ଅଧିବେଶନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନ ମଧ୍ୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ଅଛି । ୨୦୨୪ କାଜାନ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ଉଭୟ ନେତାଙ୍କ ଭେଟଘାଟ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ଯେଉଁ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି, ସି ଜିନପିଙ୍ଗଙ୍କ ଏହି ଗସ୍ତ ତାହାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି ।
ସେପଟେ ଆଗାମୀ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା । ବିଶ୍ୱ କଲ୍ୟାଣ, ସକାରାତ୍ମକ ଆଲୋଚନା ଏବଂ ସଂସ୍କୃତର ଅମର ବାଣୀ 'ସୁଭାଷିତମ୍'ର ଗୁରୁତ୍ୱକୁ ଦର୍ଶାଇ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ପିଏମ୍ ମୋଦି । ନିଜର ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଆଗାମୀ ଦିନରେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ନେତାମାନେ ଏକାଠି ହେବେ । ବିଶ୍ୱର କଲ୍ୟାଣ ପାଇଁ ଏକାଠି ହୋଇଥିବା ଆଶା ଏବଂ ବିଭିନ୍ନ ପ୍ରସଙ୍ଗରେ ଏହି ସମ୍ମିଳନୀରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ ବୋଲି ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories