Putin to Visit India / ଭାରତକୁ ପୁଟିନଙ୍କ ପ୍ରଶଂସା; କହିଲେ, ଫେଲ୍ ମାରିବ ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍

Key Points
ଟ୍ରମ୍ପଙ୍କ ଚାରିଫ ନୀତିକୁ ସମାଲୋଚନା କଲେ ପୁଟିନ । ଭାରତ ବିରୋଧରେ ଟ୍ରମ୍ପଙ୍କ ଚାରିଫ ପ୍ଲାନ ଫେଲ ମାରିବ । ଭାରତୀୟ ଲୋକ କୌଣସି ସ୍ଥିତିରେ ଅପମାନ ବରଦାସ୍ତ କରିବେନି ।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତକୁ ପ୍ରଶଂସା । ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ କହିଲେ, ଭାରତ ବିରୋଧରେ ଟ୍ରମ୍ପଙ୍କ ଟାରିଫ ପ୍ଲାନ୍ ଫେଲ ମାରିବ । ସେ ଏହା ମଧ୍ୟ କହିଛନ୍ତି ଭାରତୀୟ ଲୋକ କୌଣସି ସ୍ଥିତିରେ ଅପମାନ ବରଦାସ୍ତ କରିବେନି । ଟାରିଫକୁ ନେଇ ମୋଦି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ।
ଦକ୍ଷିଣ ଋଷରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଟିନ କହିଛନ୍ତି, 'ଆମେ ୟୁରୋପର ବର୍ଦ୍ଧିତ ସାମରିକୀକରଣ ଉପରେ କଡ଼ା ନଜର ରଖିଛୁ । ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପୁଟିନ କହିଛନ୍ତି, 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାଣେ । ଭାରତର ଲୋକମାନେ ଅପମାନ ସହ୍ୟ କରିବେ ନାହିଁ । ଋଷ, ଭାରତ ଏବଂ ଚୀନ୍ ଭଳି ଦେଶମାନଙ୍କ ପ୍ରତି କୃତଜ୍ଞ, ଯେଉଁମାନେ BRICS ପ୍ରତିଷ୍ଠା କରିଥିଲେ । ଏମାନେ ଏପରି ଦେଶ ଯେଉଁମାନେ ପକ୍ଷ ନେବାକୁ ମନା କରନ୍ତି ଏବଂ ପ୍ରକୃତରେ ଏକ ନ୍ୟାୟପୂର୍ଣ୍ଣ ବିଶ୍ୱ ଗଠନ କରିବାକୁ ଆକାଂକ୍ଷା କରନ୍ତି ବୋଲି ଋଷ କହିଛନ୍ତି ।
ଅନ୍ୟପଟେ ଡିସେମ୍ୱର ୫-୬ରେ ଭାରତ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୨୩ ତମ ଭାରତ-ଋଷ ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି ଭ୍ଲାଦିମିର ପୁଟିନ । ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଏ ଯାଏଁ ଔପଚାରିକ ଘୋଷଣା ହୋଇନାହିଁ । ସେପ୍ଟେମ୍ୱର ୨୮ରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପୁଟିନଙ୍କ ଭାରତ ଗସ୍ତ ନେଇ ସଂକେତ ଦେଇଥିଲେ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଭାରତ ଓ ଚୀନ ମଧ୍ୟରେ ଚଳିତ ମାସରୁ ସିଧାସଳଖ ବିମାନ ସେବା, ୫ ବର୍ଷ ହେଲା ଥିଲା ବନ୍ଦ
ଶେଷ ଥର ପାଇଁ ପୁଟିନ ୨୦୨୧ ଡିସେମ୍ୱର ୬ରେ ଭାରତ ଆସିଥିଲେ । ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତ କରିଥିଲେ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ ଥିଲା । ସେପ୍ଟେମ୍ବର ୧ରେ ଚୀନରେ ଏକାଠି ହୋଇଥିଲେ ମୋଦି-ପୁଟିନ । ପୁଟିନଙ୍କ ଭାରତ ଗସ୍ତ ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଭାରତ ଓ ଆମେରିକା ସମ୍ପର୍କ ଟାରିଫକୁ ନେଇ ତିକ୍ତ ହୋଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଏଥିରୁ ୨୫ ପ୍ରତିଶତ ରୁଷିଆରୁ ତେଲ ଆମଦାନୀ ପାଇଁ ଲଗାଯାଇଛି । ଏପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଖୁବଶୀଘ୍ର ଭାରତ ଆସିବା ସମ୍ଭାବନା ରହିଛି । ୟୁକ୍ରେନ ରାଷ୍ଟ୍ରଦୂତ ଓଲେକ୍ସାନ୍ଦ୍ର ପୋଲିଶଚୁକ ଗତ ଅଗଷ୍ଟରେ ଏନେଇ ସୂଚନା ଦେଇଥିଲେ ।
Related Topics
Explore more stories