Videos
|
National

Vande Bharat Snake / ୧୦ ଫୁଟର ଅଜଗରକୁ ନେଇ ବନ୍ଦେ ଭାରତରେ ଆତଙ୍କ; ଟ୍ରେନ୍‌ରେ ପଶିବା ବେଳର ଦୃଶ୍ୟ ଭାଇରାଲ୍

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
୧୦ ଫୁଟର ଅଜଗରକୁ ନେଇ ବନ୍ଦେ ଭାରତରେ ଆତଙ୍କ; ଟ୍ରେନ୍‌ରେ ପଶିବା ବେଳର ଦୃଶ୍ୟ ଭାଇରାଲ୍
Python Vande Bharat Express

Key Points

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
ବନ୍ଦେ ଭାରତରେ ପଶିଥାନ୍ତା ବିଶାଳ ଅଜଗର
ଖବର ପାଇ ଉଦ୍ଧାର କଲା ବନ ବିଭାଗ
ହରିଦ୍ଵାର ରେଲୱେ ଷ୍ଟେସନର ୱାଶିଂ ଲାଇନରେ ଠିଆ ହୋଇଥିବା ବନ୍ଦେ ଭାରତ ଟ୍ରେନ ନିକଟରେ ସେତେବେଳେ ଆତଙ୍କ ସୃଷ୍ଟି ହୋଇଥିଲା, ଯେତେବେଳେ ଦେଖାଯାଇଥିଲା ଏକ ୧୦ ଫୁଟର ବିଶାଳ ଅଜଗର । ଏହି ସର୍ପଟି ଟ୍ରେନ୍ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା । ଟ୍ରେନ୍ ସଫା ହେବା ଲାଗି ୱାଶିଂ ଲାଇନରେ ଠିଆ ହୋଇଥିଲା । ସୌଭାଗ୍ୟବଶତଃ ଟ୍ରେନ୍ ପାଖରେ ଠିଆ ହୋଇଥିବା ରେଳ କର୍ମଚାରୀଙ୍କ ନଜର ସାପ ଉପରେ ପଡ଼ିଥିଲା । ଏହାପରେ ସେଠାରେ ଆତଙ୍କ ଖେଳିଯାଇଥିଲା ।

  • ଏମିତି ଉଦ୍ଧାର ହେଲା ଅଜଗର
କର୍ମଚାରୀମାନେ ଟ୍ରେନ ନିକଟରେ ବିଶାଳ ଅଜଗରକୁ ଦେଖିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ମିଳିବା ପରେ ହରିଦ୍ଵାର ରେଞ୍ଜର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ବନ ବିଭାଗର ଟିମ ସୁରକ୍ଷିତ ଭାବେ ଅଜଗରକୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । ପ୍ରାୟ ୨ ଘଣ୍ଟା ପରେ ଅଜଗରକୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ଜଙ୍ଗଲରେ ଏକ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିଲା । ରାତି ପ୍ରାୟ ୯ଟା ବେଳେ ଟ୍ରେନଟି ୱାଶିଂ ଲାଇନ ନିକଟରେ ପହଞ୍ଚିଥିଲା । ରାତି ପ୍ରାୟ ୧୨ଟାରେ ଅଜଗର ଉପରେ ରେଳ କର୍ମଚାରୀଙ୍କ ନଜର ପଡ଼ିଥିଲା ।


  • ଟ୍ରେନ ଭିତରେ ପଶିଥିଲେ କଣ ହୋଇଥାନ୍ତା ?
ଯଦି ଅଜଗରକୁ ରେଳ କର୍ମଚାରୀମାନେ ଦେଖିପାରିନଥାନ୍ତେ ଓ ବିଶାଳ ସାପଟି ଟ୍ରେନ ଭିତରକୁ ପଶିଥାନ୍ତା ତେବେ ସ୍ଥିତି ଆହୁରି ବିଗିଡ଼ି ଯାଇଥାନ୍ତା । କାରଣ ଟ୍ରେନ୍ ଭିତରେ ସାପ ପଶିଥିଲେ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥାନ୍ତା । ଟ୍ରେନ ଭିତରେ ଏପରି ବଡ଼ ସାପକୁ ଉଦ୍ଧାର କରିବା ମଧ୍ୟ କଷ୍ଟକର । କର୍ମଚାରୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ସମୟ ପୂର୍ବରୁ ବନ ବିଭାଗ ସେଠାରେ ପହଞ୍ଚିଥିଲେ ଓ ସାପକୁ ଉଦ୍ଧାର କରିଥିଲେ । ହରିଦ୍ଵାରରେ ଏବେ ବର୍ଷା ହେଉଥିବାରୁ ସରୀସୃପଗୁଡ଼ିକ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହୋଇଛନ୍ତି । ଏଥିଲାଗି ବନ ବିଭାଗ ଟିମ ସକ୍ରିୟ ରହିଛି ।

ପଢନ୍ତୁ ଏହି ଖବର: ଘରେ ଲୁଚିଛି କି ବିଷଧର ସାପ? ବର୍ଷା ଦିନେ ବଢ଼ିଲା ବିପଦ, ଜାଣନ୍ତୁ କେମିତି ରହିବେ ସତର୍କ

ବିଭାଗୀୟ ବନ ଅଧିକାରୀ ସ୍ୱପ୍ନୀଳ ଅନିରୁଦ୍ଧ କହିଛନ୍ତି, "ଷ୍ଟେସନଟି ରାଜାଜୀ ଜାତୀୟ ଉଦ୍ୟାନରୁ ପ୍ରାୟ ୫୦୦ ମିଟର ଦୂରରେ ଅବସ୍ଥିତ, ଯାହା ଫଳରେ ନିକଟସ୍ଥ ଅଞ୍ଚଳକୁ ବନ୍ୟପ୍ରାଣୀଙ୍କ ଗତିବିଧି ସମ୍ଭବ ହୋଇଥାଏ । ଏହା ଷ୍ଟେସନରେ ଏକ ଅଜଗର ଦେଖାଯିବାର ପ୍ରଥମ ରେକର୍ଡ ହୋଇଥିବା ଘଟଣା । ତେବେ ଉଦ୍ଧାର କାର୍ଯ୍ୟ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ​​ଏବଂ ଟ୍ରେନର ରକ୍ଷଣାବେକ୍ଷଣ କାର୍ଯ୍ୟ ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଥିଲା । କୌଣସି ଆହତ ହୋଇଥିବାର ରିପୋର୍ଟ ନାହିଁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Python Spotted Under Vande Bharat Express at Haridwar Railway Station, Forest Officials Rescue Snake | Argus News