Rahul Gandhi / 'ରାହୁଲ ଗାନ୍ଧି ମିଥ୍ୟା ତଥ୍ୟର ସୌଦାଗର, ହୋଇଯାଇଛନ୍ତି ମାନସିକ ଦେବାଳିଆ'
·8 months ago·2 min read

Key Points
ରାହୁଲ ଗାନ୍ଧିଙ୍କ ଭୋଟ ଚୋରି ଅଭିଯୋଗର ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ
ଫୁସୁକି ଯାଇଛି ରାହୁଲଙ୍କ ହାଇଡ୍ରୋଜେନ୍ ବୋମା
କରୁଛନ୍ତି ମିଥ୍ୟା ତଥ୍ୟ ଉପସ୍ଥାପନ
ଫୁସୁକି ଯାଇଛି ରାହୁଲଙ୍କ ହାଇଡ୍ରୋଜେନ୍ ବୋମା
କରୁଛନ୍ତି ମିଥ୍ୟା ତଥ୍ୟ ଉପସ୍ଥାପନ
ଫୁସୁକି ଗଲା ବିହାର ନିର୍ବାଚନ ସମୟରେ ରାହୁଲଙ୍କ ହାଇଡ୍ରୋଜେନ୍ ବୋମା । କଂଗ୍ରେସ ଯୁବରାଜଙ୍କ ଭୋଟ୍ ଚୋରି ଅଭିଯୋଗର ଜବାବ ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର କହିଲେ, ରାହୁଲ ଗାନ୍ଧି ମିଥ୍ୟା ତଥ୍ୟର ସୌଦାଗର, ହୋଇଯାଇଛନ୍ତି ମାନସିକ ଦେବାଳିଆ । ୧୦ ବର୍ଷ ତଳର ଫଟୋ ବ୍ୟବହାରକୁ ପାଗଳାମୀ କହିଲେ ବ୍ରାଜିଲର ମଡେଲ୍ ଲାରିସା ।
ରାହୁଲ ଗାନ୍ଧିଙ୍କ ମିଛ ନାଟକର ପର୍ଦ୍ଦାଫାସ । ୩ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ବିହାର ନିର୍ବାଚନରେ ରାହୁଲ କହିଥିବା ହାଇଡ୍ରୋଜେନ୍ ବୋମା ଫୁସ୍ ହୋଇଯାଇଛି । ପ୍ରସଙ୍ଗରେ ଆଜି କଂଗ୍ରେସ ଯୁବରାଜଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ରାହୁଲଙ୍କୁ କଡ଼ା ସମାଲୋଚନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମିଛ ପ୍ରଚାର ପାଇଁ ନୂଆ ଷ୍ଟାର୍ଟ ଅପ୍ କରି ମିଥ୍ୟା ତଥ୍ୟର ସୌଦାଗର ବନିଛନ୍ତି ରାହୁଲ ଗାନ୍ଧି । ସେ ମାନସିକ ଭାବେ ଦେବାଳିଆ ହୋଇଯାଇଛନ୍ତି, କ'ଣ କହୁଛନ୍ତି ଜାଣି ପାରୁନାହାନ୍ତି । ଅଭିଯୋଗ କରିବାକୁ ରାହୁଲ ଏକାଧିକ ଥର ନିର୍ବାଚନ କମିଶନଙ୍କଠାରୁ ସମୟ ମାଗିଛନ୍ତି କିନ୍ତୁ ଉପସ୍ଥିତ ହୋଇ ନାହାନ୍ତି ।
ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଗଲେ ଶାମିଙ୍କ ପତ୍ନୀ, ୪ ଲକ୍ଷ ନୁହେଁ...ଭରଣପୋଷଣ ପାଇଁ ଦାବି କଲେ ୧୦ ଲକ୍ଷ
ତିନି ଦିନ ପୂର୍ବରୁ ଭୋଟର ତାଲିକାରେ ଯେଉଁ ମଡେଲଙ୍କ ନାଁ ଓ ଫଟୋକୁ ନେଇ ରାହୁଲ ପ୍ରଶ୍ନ କରିଥିଲେ ତା'ର ବି ପର୍ଦ୍ଦାଫାସ୍ ହୋଇଛି । ରାହୁଲଙ୍କ ମିଛର ପୋଲ୍ ଖୋଲି ଦେଇଛନ୍ତି ନିଜେ ବ୍ରାଜିଲ ମଡେଲ ଲାରିସା । ପାଲଟା ଆକ୍ରମଣ କରିଛନ୍ତି, ତାଙ୍କର ୧୦ ବର୍ଷ ତଳର ଫଟୋକୁ ବ୍ୟବହାର କରି ଲୋକଙ୍କୁ ଠକିବାକୁ ପ୍ରୟାସ କରାଯାଉଛି । ଭାରତରେ ନିର୍ବାଚନ ସମ୍ପର୍କରେ ତାଙ୍କୁ ବିଶେଷ ଜଣା ନାହିଁ । ହରିୟାଣାର ଜଣେ ଭୋଟର ଭାବେ ତାଙ୍କୁ ଚିତ୍ରଣ କରିବାକୁ ହାସ୍ୟାସ୍ପଦ ଓ ପାଗଳାମୀ ବୋଲି କହିଛନ୍ତି ଲାରିସା । ରାହୁଲ ଗାନ୍ଧି ଭୋଟ୍ ଚୋରି ଅଭିଯୋଗ ଆଣି ବ୍ରାଜିଲ ମଡେଲଙ୍କ ନାଁ ୧୦ଟି ବୁଥର ଭୋଟର ଲିଷ୍ଟରେ ଥିବା ଦର୍ଶାଇଥିଲେ ।ବ୍ରାଜିଲ ମଡେଲ ଲାରିସାଙ୍କ ଫଟୋ ଦେଖାଇ ସେ ହରିୟାଣାର ମୁରଥାଲର ବାସିନ୍ଦା ଗୁନିଆ ବୋଲି ଦର୍ଶାଇଥିଲେ ରାହୁଲ ଗାନ୍ଧି । ଅନୁସନ୍ଧାନରୁ ଜଣାପଡ଼ିଛି ୪ ବର୍ଷ ପୂର୍ବରୁ ଗୁନିଆ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ତା ପରେ ତାଙ୍କ ନାଁ ଭୋଟର ତାଲିକାରୁ କଟାଯାଇନାହିଁ । ଶତାଧିକ ଭୋଟରଙ୍କ ସମାନ ଠିକଣାକୁ ନେଇ ବି ପ୍ରଶ୍ନ ଉଠାଇଥିଲେ ରାହୁଲ । ଗତ ମାସରେ ନିର୍ବାଚନ କମିଶନ ବିହାରରେ SIR ଅଭିଯୋଗ ଉପରେ ଜବାବ ଦେବା ସହ ରାହୁଲ ଗାନ୍ଧିଙ୍କୁ ଅଭିଯୋଗ ପ୍ରମାଣିତ କରିବାକୁ ଗୋଟିଏ ସପ୍ତାହ ସମୟ ଦେଇଥିଲେ । କିନ୍ତୁ ମିଛ ଧରାପଡ଼ିବା ପରେ ଚୁପ୍ ହୋଇଯାଇଥିଲେ ରାହୁଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories