Videos
|
National

Indian Railways / ଆଜିଠାରୁ ରେଳବାଇର ନୂଆ ନିୟମ, ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆଜିଠାରୁ ରେଳବାଇର ନୂଆ ନିୟମ, ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା
Railway Travel Insurance

Key Points

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର
୪୫ ପଇସାରେ ୧୦ ଲକ୍ଷ ଟଙ୍କାର ସୁରକ୍ଷା
କାଉଣ୍ଟର ଟିକେଟ୍‌ରେ ମିଳିବ ବୀମା


ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ରେଳ ଷ୍ଟେସନର ରିଜର୍ଭେସନ୍ କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀମାନେ ମଧ୍ୟ ଯାତ୍ରା ବୀମା ସୁବିଧା ପାଇପାରିବେ । ଏହି ବୀମା ଯୋଜନାରେ ଯାତ୍ରୀଙ୍କୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର୍ ମିଳିପାରିବ । ପୂର୍ବରୁ ଏହି ସୁବିଧା କେବଳ ଅନଲାଇନ୍‌ରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ଥିଲା ।
ରେଳ ବୋର୍ଡ ପକ୍ଷରୁ ଏହି ସୁବିଧାକୁ କାଉଣ୍ଟର ଟିକେଟ୍ ପାଇଁ ମଧ୍ୟ ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଥିବା ଖବରରେ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ନୂଆ ବ୍ୟବସ୍ଥା ୨୭ ଅକ୍ଟୋବର ୨୦୨୬ରୁ ଲାଗୁ କରାଯାଇଛି ।

ମାତ୍ର ୪୫ ପଇସାରେ ଯାତ୍ରା ବୀମା

ରେଳ ଯାତ୍ରା ବୀମା ଯୋଜନାରେ ପ୍ରତି ଯାତ୍ରୀଙ୍କୁ ମାତ୍ର ୪୫ ପଇସା ପ୍ରିମିୟମ୍ ଦେବାକୁ ପଡ଼ିବ । ଏହି ଅଳ୍ପ ରାଶି ବଦଳରେ ନିୟମ ଓ ସର୍ତ୍ତ ଅନୁଯାୟୀ ଟ୍ରେନ୍ ଦୁର୍ଘଟଣା କିମ୍ବା ଅନ୍ୟ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବୀମା ସୁରକ୍ଷା ମିଳିପାରିବ । ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ମିଳିପାରିବ ।

ଏଥି ସହ ପଢନ୍ତୁ:  ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, କାଲି ଠାରୁ କାଉଣ୍ଟର ଟିକେଟ୍‌ରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୀମା ପାଇଁ କ’ଣ ରହିଛି ସର୍ତ୍ତ ?

କାଉଣ୍ଟରରୁ ଟିକେଟ୍ କିଣି ବୀମା ନେବାକୁ ଚାହୁଁଥିବା ଯାତ୍ରୀଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ହେବ ।
- ଟିକେଟ୍ କିଣିବା ସମୟରେ ଡିଜିଟାଲ୍ ପେମେଣ୍ଟ କରିବାକୁ ପଡ଼ିବ
- ନିଜର ସଠିକ୍ ମୋବାଇଲ୍ ନମ୍ବର ଓ ଆବଶ୍ୟକ ବିବରଣୀ ଦେବାକୁ ହେବ
- ନଗଦ ଟଙ୍କା ଦେଇ ଏହି ବୀମା ସୁବିଧା ନେଇହେବ ନାହିଁ
- ଟିକେଟ୍ ବାତିଲ୍ କଲେ ବୀମା ପ୍ରିମିୟମ୍‌ରୁ ୯ ପଇସା କାଟି ଅବଶିଷ୍ଟ ରାଶି ଫେରସ୍ତ ମିଳିବ ବୋଲି ଉଲ୍ଲେଖ ରହିଛି

କେଉଁ ଯାତ୍ରୀ ପାଇବେ ଏହି ସୁବିଧା ?

ଏହି ସୁବିଧା ସଂରକ୍ଷିତ ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଟିକେଟ୍ ବୁକିଂ ସମୟରେ ଟିକେଟ୍ କନଫର୍ମ କିମ୍ବା RAC ଥିବା ଆବଶ୍ୟକ ।
ଯଦି ଗୋଟିଏ PNRରେ ଏକାଧିକ ଯାତ୍ରୀଙ୍କ ଟିକେଟ୍ ରହିଛି ଏବଂ କିଛି ଯାତ୍ରୀଙ୍କ ଟିକେଟ୍ କନଫର୍ମ ଥିବାବେଳେ ଅନ୍ୟମାନଙ୍କର ୱେଟିଂ ଲିଷ୍ଟରେ ରହିଛି, ତେବେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲେ ସମସ୍ତ ଯାତ୍ରୀଙ୍କ ପାଇଁ ବୀମା ସୁବିଧା ମିଳିପାରିବ ।  ସେହିପରି ପାଞ୍ଚ ବର୍ଷରୁ କମ୍ ବୟସର ଯେଉଁ ପିଲାଙ୍କ ପାଇଁ ଅଲଗା ସିଟ୍ ବିନା ଟିକେଟ୍ ନିଆଯାଏ, ସେମାନଙ୍କ ପାଇଁ ଏହି ବୀମା ଲାଗୁ ହେବ ନାହିଁ ।

କାହିଁକି ନିଆଗଲା ଏହି ନିଷ୍ପତ୍ତି ?

ଖବର ଅନୁଯାୟୀ, ୬ ଅକ୍ଟୋବର ୨୦୨୬ରେ ସୁପ୍ରିମକୋର୍ଟ ରେଳ ଷ୍ଟେସନର କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀଙ୍କୁ ମଧ୍ୟ ଅନଲାଇନ୍ ଟିକେଟ୍ ଯାତ୍ରୀଙ୍କ ଭଳି ଯାତ୍ରା ବୀମା ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶର ଅନେକ ଯାତ୍ରୀ ଏବେ ବି ରେଳ ଷ୍ଟେସନର କାଉଣ୍ଟରରୁ ଟିକେଟ୍ କିଣୁଥିବାରୁ ସେମାନଙ୍କୁ ମଧ୍ୟ ସମାନ ସୁବିଧା ମିଳିବା ଉଚିତ ବୋଲି ଅଦାଲତ ଗୁରୁତ୍ୱ ଦେଇଥିବା କୁହାଯାଇଛି ।